14.1 C
Bhubaneswar
Saturday, January 11, 2025
Homeଅପରାଧଫେସବୁକ୍ ପ୍ରେମରୁ ପ୍ରତାରଣା, ପ୍ରେମିକ ଗିରଫ

ଫେସବୁକ୍ ପ୍ରେମରୁ ପ୍ରତାରଣା, ପ୍ରେମିକ ଗିରଫ

ନବରଙ୍ଗପୁର : ଫେସ୍‌ବୁକ୍‌ରୁ ଚାଟିଂ, ଚାଟିଂରୁ ପ୍ରେମ, ପ୍ରେମରୁ ପ୍ରତାରଣା କରି ପଞ୍ଜାବର ପ୍ରେମିକକୁ ଗିରଫ କରିଛି ନବରଙ୍ଗପୁର ପୁଲିସ । ଏନେଇ ତଦନ୍ତକାରୀ ଅଧିକାରୀ ପ୍ରମିଳା ବିଡ଼ିକା ସୂଚନା ଦେଇଛନ୍ତି । ନବରଙ୍ଗପୁର ସହରର ଜଣେ ଝିଅକୁ ପଞ୍ଜାବର ଦର୍ଗାବାଦର ଜଣେ ଯୁବକ ଫେସ୍‌ବୁକ୍ ଜରିଆରେ ଚାଟିଂ କରୁ କରୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ୨୦୧୮ରୁ ଆରମ୍ଭ ହୋଇଥିବା ଏହି ପ୍ରେମ ଶେଷରେ ପ୍ରତାରଣାରେ ପରିଣତ ହୋଇଛି । ଛୋଟ ଛୋଟ କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୁଏ । ପଞ୍ଜାବର ପ୍ରେମିକ ୱାୟସୀ ମାସି (୨୬) ପ୍ରେମିକାର ବିଭିନ୍ନ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିବା ପାଇଁ ଧମକ ଦେଇଥିଲା । ପ୍ରେମିକା ଚତୁରତାର ସହ ୱାୟସୀକୁ ନବରଙ୍ଗପୁର ଆସିବା ପାଇଁ କହି ପରେ ଥାନାରେ ଅଭିଯୋଗ କରିଥିଲେ । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking