25.1 C
Bhubaneswar
Tuesday, January 7, 2025
Homeଓଡିଶାମଣ୍ଡେଇ ମଞ୍ଚରେ ୫ ଭଉଣୀଙ୍କ ନୃତ୍ୟ କଲା ବିଭୋର

ମଣ୍ଡେଇ ମଞ୍ଚରେ ୫ ଭଉଣୀଙ୍କ ନୃତ୍ୟ କଲା ବିଭୋର

ନବରଙ୍ଗପୁର : ଜିଲ୍ଲା ଲୋକ ମହୋତ୍ସବ ମଣ୍ଡେଇ ଓ ପଲ୍ଲିଶ୍ରୀ ମେଳାର ୪ର୍ଥ ସନ୍ଧ୍ୟାରେ ସ୍ୱତନ୍ତ୍ର ଆକର୍ଷଣ ଥିଲା ମଣ୍ଡେଇ ମଞ୍ଚରେ ୫ ଭଉଣୀଙ୍କ ଦଳଗତ ନୃତ୍ୟ ପରିବେଷଣ । ପାଦରେ ଘୁଙ୍ଗୁର ବାନ୍ଧି ସଙ୍ଗୀତର ତାଳେ ତାଳେ ୫ ଭଉଣୀଙ୍କ ନୃତ୍ୟ ଉପସ୍ଥିତ ଦର୍ଶକ ଅତିଥିଙ୍କୁ ବିଭୋର କରିଥିଲା । ପାରମ୍ପରିକ ଭାବେ ସେମାନେ ନା କାହାଠାରୁ ନାଚ ଶିଖିଛନ୍ତି ନା ତାଲିମ୍ ନେଇଛନ୍ତି । ସେମାନଙ୍କ ପରିବାର ବିବାହ ପାର୍ଟିରେ ଯୋଗଦେଇ ନାଚି ନାଚି ଆଜି ସେମାନେ ଜଣେ ଜଣେ ଅଭିଜ୍ଞ ନୃତ୍ୟଶିଳ୍ପୀର ପରିଚୟ ଦେଇଛନ୍ତି । ଆଜା ନାଚ୍‌ଲେ… ଗୀତର ତାଳେ ତାଳେ ଯେତେବେଳେ ନୃତ୍ୟ ପରିବେଷଣ କରୁଥିଲେ ହଜାର ହଜାର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରୁଥିଲା । ସହରର ରାଜୁସାହିର ଗୋଟିଏ ପରିବାରର ସିଏଚ ଶ୍ରାବଣୀ, ସିଏଚ ଅର୍ଚ୍ଚନା, ସିଏଚ ଚନ୍ଦ୍ରକଳା, ସିଏଚ୍ ସନ୍ତୁ ଓ ପି ଚରିସ୍ମା । ସିଏଚ ଶ୍ରାବଣୀ +୨ରେ ପଢ଼ିବା ସହ ମଣ୍ଡେଇ ମଞ୍ଚରେ ନୃତ୍ୟ ପ୍ରଦର୍ଶନ କରିବାପାଇଁ ଅନ୍ୟ ସମସ୍ତ ଭଉଣୀଙ୍କୁ ଘରେ ଆଜା ନାଚ୍‌ଲେ…ଗୀତ ବଜାଇ ଶିଖିବାସହ ଅନ୍ୟମାନଙ୍କୁ ମଧ୍ୟ ଶିଖାଇଥିଲେ । ପିଲାବେଳୁ ନାଚଗୀତ ସହ ଦୁର୍ବଳତା ରହିଥିବା ଶ୍ରାବଣୀ କହିଛନ୍ତି । ସିଏଚ ଚନ୍ଦ୍ରକଳା-୮ମ ଶ୍ରେଣୀ, ସିଏଚ ଅର୍ଚ୍ଚନା ଯୁକ୍ତ ୩, ସିଏଚ ସନ୍ତୁ-ଈଶ୍ୱର ରାଓ କୁହନ୍ତି ମଣ୍ଡେଇ ମଞ୍ଚରେ ୫ଭଉଣୀ ଏକାଠି ନାଚିବା ପାଇଁ ଘରେ କେବଳ ଡେଗ୍ ବଜାଇ ଶିଖୁଥିଲେ । ବଡ଼ଭାଇଙ୍କ ଝିଅ ଶ୍ରାବଣୀ ସମସ୍ତଙ୍କୁ ନାଚ ଶିଖାଇଥିବା ଶ୍ରୀ ରାଓ କହିଛନ୍ତି । ଏ ସମ୍ପର୍କରେ ଟେଲିଫିଲ୍ମ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ କୁହନ୍ତି, ସେମାନଙ୍କ ପିତାମାତାଙ୍କ ସହମତିରେ ବିନା ନୃତ୍ୟଗୁରୁରେ ଯେଉଁ ନୃତ୍ୟ ପ୍ରଦର୍ଶନ କରିଥିଲେ ବାସ୍ତବରେ ତାହା ବହୁ ଉଚ୍ଚକୋଟୀର ଥିଲା । ଭବିଷ୍ୟତରେ ସେମାନେ ଆହୁରି ଉଚ୍ଚକୋଟୀର ନୃତ୍ୟ ପରିବେଷଣ କରିପାରିବେ ବୋଲି କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ଼ ଅଜିତ କୁମାର ମିଶ୍ର ସେମାନଙ୍କୁ ସମ୍ମାନିତ କରିବା ସହ ପୁରସ୍କୃତ ମଧ୍ୟ କରିଥିଲେ । ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଶାନ୍ତ ବେବର୍ତ୍ତା ସେଠାରେଉପସ୍ଥିତ ଥିଲେ । ଏ ସମ୍ପର୍କରେ ଜିଲ୍ଲାପାଳ ଡ଼ ଅଜିତ କୁମାର ମିଶ୍ର କୁହନ୍ତି ମଣ୍ଡେଇ ମଞ୍ଚ ସ୍ଥାନୀୟ ଅଞ୍ଚଳରେ କଳାକାର ସୃଷ୍ଟି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking