22.1 C
Bhubaneswar
Sunday, January 23, 2022
Homeଓଡିଶାରାଜ୍ୟ କ୍ୟାବିନେଟ୍‌ରେ ୮ଟି ନିଷ୍ପତ୍ତି

ରାଜ୍ୟ କ୍ୟାବିନେଟ୍‌ରେ ୮ଟି ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ଜଣାପଡ଼ିଛି । କ୍ୟାବିନେଟ ବୈଠକରେ ଓଡ଼ିଶା କୃଷି ନୀତିକୁ ମଞ୍ଜୁରୀ ମିଳିଛି । ଏଥିରେ ଚାଷୀଙ୍କ ଆୟ ବଢ଼ାଇବାକୁ ୩ଟି ସୋପାନ କାର‌୍ୟ୍ୟକାରୀ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ନୀତିରେ ଚାଷୀଙ୍କ ବଜାର ଓ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରାଯିବ । ସେହିପରି ଢେଙ୍କାନାଳ ସ୍ଥିତ ଓଡିଶା ପଲିଫାଇଭର କମ୍ପାନୀ ମୋଟ ୨କୋଟି ୧୫ଲକ୍ଷର ଷ୍ଟାମ୍ପ ଡ୍ୟୁଟି ଛାଡକୁ ମଞ୍ଜୁରୀ ହୋଇଥିବା ବେଳେ ଓଡିଶା ସିଭିଲ ସର୍ଭିସ କ୍ୟାଡର ରୁଲରେ ପରିବର୍ତ୍ତନକୁ ମଞ୍ଜୁରୀ ଦିଆଯାଇଛି । ଭଲ ପ୍ରଦର୍ଶନ କଲେ ନିଜ ବ୍ୟାଚ ବାହାରେ ବି ପଦୋନ୍ନତି ପାଇବେ ଅଧିକାରୀ ମାନେ । ଏବଂ ଓଡିଆ ବିଶ୍ୱବିଦ୍ୟାଳୟର ହେଡକ୍ୱାର୍ଟର ସତ୍ୟବାଦୀରେ କରିବାକୁ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ତେବେ ଅମିନ, ଆରଆଇ, ଏଆରଆଇ ନିଯୁକ୍ତି ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରୀ । ଏଣିକି ଅମିନ , ଆରଆଇ, ଏଆରଆଇ ନିଯୁକ୍ତି ଓଏସଏସସି ଜରିଆରେ କରାଯିବ । ସରକାରୀ କଲେଜ ଅଧ୍ୟାପକ ନିଯୁକ୍ତି ନେଇ ସର୍ବନିମ୍ନ ବୟସସୀମା ୪୮ବର୍ଷକୁ ବୃଦ୍ଧି କରାଯାଇଛି । କ୍ୟାବିନେଟ୍ ବୈଠକରେ ରାଜସ୍ୱ ସେବା କ୍ୟାଡର ସଂଶୋଧନ କରାଯିବା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking