29.1 C
Bhubaneswar
Tuesday, March 18, 2025
Homeଦେଶ ବିଦେଶବସ୍‌ରେ ବିସ୍ଫୋରଣ: ଥରି ଉଠିଲା ଜମ୍ମୁ ଓ କଶ୍ମୀରର ଉଧମପୁର

ବସ୍‌ରେ ବିସ୍ଫୋରଣ: ଥରି ଉଠିଲା ଜମ୍ମୁ ଓ କଶ୍ମୀରର ଉଧମପୁର

ଉଧାମପୁର: ଜମ୍ମୁ ଓ କଶ୍ମୀରର ଉଧମପୁର ଅନ୍ତର୍ଗତ ପୁରୁଣା ବସ୍‌ ଷ୍ଟାଣ୍ଡ୍‌ରେ ରଖା ଯାଇଥିବା ଗୋଟାଏ ବସ୍‌ରେ ଆଉ ଗୋଟାଏ ରହସ୍ୟମୟ ବିସ୍ଫୋରଣ ଘଟି ସମଗ୍ର ଅଞ୍ଚଳ ଥରି ଉଠିଛି। ଗତ ୮ ଘଣ୍ଟା ମଧ୍ୟରେ ଏହା ହେଉଛି ଏ ଧରଣର ଦ୍ବିତୀୟ ବିସ୍ଫୋରଣ। କିନ୍ତୁ, ଉପରୋକ୍ତ ବିସ୍ଫୋରଣ ଘଟଣାରେ ଏଯାବତ୍‌ କେହି ମୃତାହତ ହୋଇଥିବା ଖବର ମିଳିନାହିଁ। ଘଟଣାସ୍ଥଳରେ ଜମ୍ମୁ ଓ କଶ୍ମୀର ପୁଲିସ ଓ ଅନ୍ୟ ନିରାପତ୍ତା ବଳ ଉପସ୍ଥିତ ଅଛନ୍ତି। ସୂଚନାଯୋଗ୍ୟ, ବୁଧବାର ରାତି ପ୍ରାୟ ୧୦.୪୫ରେ ଦୋମୈଲ୍‌ ଛକ ନିକଟରେ ଠିଆ ହୋଇଥିବା ଗୋଟାଏ ଯାତ୍ରୀବାହୀ ବସ୍‌ରେ ରହସ୍ୟମୟ ବିସ୍ଫୋରଣ ଘଟିବାରୁ ୨ଜଣ ବ୍ୟକ୍ତି ଆହତ ହୋଇଥିଲେ।

ସାମାନ୍ୟ ଆହତ ହୋଇଥିବା ବ୍ୟକ୍ତିଦ୍ବୟ ହେଉଛନ୍ତି ବସ୍‌ର କଣ୍ଡକ୍ଟର୍‌ ୨୭ ବର୍ଷିୟ ସୁନୀଲ ସିଂହ ଓ ତାଙ୍କ ୪୦ ବର୍ଷିୟ ବନ୍ଧୁ ବିଜୟ କୁମାର। ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣି ପୁଲିସ ଓ ସ୍ଥାନୀୟ ବାସିନ୍ଦାମାନେ ଘଟଣାସ୍ଥଳକୁ ଧାଇଁ ଯାଇ ଆହତ ବ୍ୟକ୍ତିଦ୍ବୟଙ୍କୁ ଉଧାମପୁର ଜିଲ୍ଲା ହସ୍ପିଟାଲ୍‌କୁ ପଠାଇଥିଲେ। ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି।ଆହତ କଣ୍ଡକ୍ଟର୍‌ ପୁଲିସକୁ କହିଛନ୍ତି ଯେ, ସନ୍ଧ୍ୟା ପ୍ରାୟ ୭.୩୦ରେ ୨ଜଣ ଅଚିହ୍ନା ବ୍ୟକ୍ତି ଆସି ବସ୍‌ ଛାତରେ ଗଦି ଏବଂ ଆଉ ଦୁଇଟି ଜିନିଷ ରଖିବାକୁ ଅନୁମତି ମାଗି କହିଲେ କି, ଆଗାମୀକାଲି ସକାଳେ ଏ ଜିନିଷ ରାମନଗର ଯିବ। ବସ୍‌ରେ ଜିନିଷପତ୍ର ଲଦି ଦେଇ ଦୁହେଁ ଘଟଣାସ୍ଥଳରୁ ଚାଲିଯିବାର ପ୍ରାୟ ୩ ଘଣ୍ଟା ପରେ ବିସ୍ଫୋରଣ ଘଟିଲା। ଉପରୋକ୍ତ ବିସ୍ଫୋରଣସ୍ଥଳଠାରୁ ମାତ୍ର ୪ କିଲୋମିଟର୍‌ ଦୂରରେ ଦ୍ବିତୀୟ ବିସ୍ଫୋରଣ ଘଟିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking