32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶମୋ ବାପା ଯୌତୁକ ଦେଇଛନ୍ତି; ତୁମେ ରୋଷେଇ କରି ମୋତେ ଖାଇବାକୁ ଦିଅ: ସ୍ୱାମୀକୁ ଏଭଳି...

ମୋ ବାପା ଯୌତୁକ ଦେଇଛନ୍ତି; ତୁମେ ରୋଷେଇ କରି ମୋତେ ଖାଇବାକୁ ଦିଅ: ସ୍ୱାମୀକୁ ଏଭଳି କହିଲା ସ୍ତ୍ରୀ

ଆଗ୍ରା: ମୋ ବାପା ଯୌତୁକ ଦେଇଛନ୍ତି । ତୁମେ ରୋଷେଇ କରି ମୋତେ ଖାଇବାକୁ ଦିଅ । ସ୍ୱାମୀକୁ ଏଭଳି କହିଲା ସ୍ତ୍ରୀ । ଉତ୍ତରପ୍ରଦେଶର ଆଗ୍ରାରେ ଘଟିଛି ଏଭଳି ଅଜବ ଘଟଣା । ବିବାହ ସମୟରେ ସ୍ୱାମୀ ଯୌତୁକ ନେଇଥିବାରୁ ପତ୍ନୀ ରୋଷେଇ କରିବି ନାହିଁ ବୋଲି କହିଥିଲେ । ମୋ ବାପା ଅଧିକ ଯୌତୁକ ଦେଇଛନ୍ତି, ତେଣୁ ମୁଁ ରୋଷେଇ କରିବି ନାହିଁ । ଯୌତୁକରେ ମିଳିଥିବା ଟଙ୍କାରେ ଗୃହ ସହାୟିକା ରଖି ରୋଷେଇ କର ଏବଂ ମୋତେ ଖାଇବାକୁ ଦିଅ ବୋଲି ପତ୍ନୀ କହିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସ୍ୱାମୀ । ତେବେ ଏଭଳି ଜିଦ୍ ପାଇଁ ସ୍ୱାମୀଙ୍କ ସହ ଝଗଡ଼ା ହେବାରୁ ପୁଲିସରେ ଯୌତୁକ ମାଗୁଥିବା ନେଇ ସ୍ୱାମୀ ଓ ଶାଶୁଙ୍କ ବିରୋଧରେ ଅଭିଯୋଗ କରିଥିଲେ ପତ୍ନୀ ।

ଏହି ଅଭିଯୋଗ ପରେ ପରିବାର କାଉନସେଲିଂ ସେଣ୍ଟରକୁ ସ୍ୱାମୀ-ସ୍ତ୍ରୀଙ୍କୁ ଡକାଯାଇଥିଲା । ପରାମର୍ଶଦାତା ଉଭୟଙ୍କ ସହ ଏବିଷୟରେ କଥା ହୋଇଥିଲେ । ସ୍ୱାମୀ କହିଥିଲେ ଯେ ପତ୍ନୀ ଘରର କୌଣସି କାମ କରନ୍ତି ନାହିଁ । ସେ ଖାଦ୍ୟ ରାନ୍ଧନ୍ତି ନାହିଁ ଏବଂ କିଛି କହିଲେ ଝଗଡା କରନ୍ତି । ଯେତେବେଳେ ପରାମର୍ଶଦାତା ପତ୍ନୀଙ୍କ ସହ କଥା ହୋଇଥିଲେ, ସେତେବେଳେ ସେ ସ୍ପଷ୍ଟ ଭାବରେ କହିଥିଲେ ଯେ ମୋ ବାପା ବିବାହରେ ବହୁତ ଯୌତୁକ ଦେଇଛନ୍ତି । ମୋତେ ରୋଷେଇ ଆସେ ନାହିଁ । ସ୍ୱାମୀ ଏବଂ ଶାଶୁଙ୍କ ପାଇଁ ଖାଦ୍ୟ ରାନ୍ଧିବି ନାହିଁ । ଯୌତୁକରେ ଯେଉଁ ଟଙ୍କା ମିଳିଛି ସେଥିରେ ଗୃହ ସହାୟିକା ରଖି ଘର କାମ କରାନ୍ତୁ ଏବଂ ମୋତେ ଖାଇବାକୁ ଦିଅନ୍ତୁ । ଏହା ଶୁଣି ପରାମର୍ଶଦାତା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଦୁଇ ପକ୍ଷ ଶୁଣିବା ପରେ ଆଗାମୀ ସପ୍ତାହରେ ଦୁହିଁଙ୍କୁ ପୁଣି ଥରେ ସମାଧାନ ପାଇଁ ଡକାଯାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking