ଭୁବନେଶ୍ୱର: ଖଣ୍ଡଗିରି ବାରିରେ ମଦା ପଲେଇଙ୍କୁ ଗଳା କାଟି ହତ୍ୟା ଘଟଣାରେ ବୋହୂ ବୈଶାଖୀ ପଲେଇକୁ ଭରତପୁର ପୁଲିସ ଗିରଫ କରିଥିବା ଜଣାପଡ଼ିଛି। ଘଟଣାର ଘଟିବାର ୮ ଦିନ ପରେ ପାଇଖାନା ଟାଙ୍କିରୁ ପୁଲିସ ପ୍ରମାଣ ଖୋଜି ଖୋଜି ପାଇବାରେ ସକ୍ଷମ ହୋଇଥିଲା। ସୂଚନା ଅନୁସାରେ, ପରକୀୟା ପ୍ରୀତିରୁ ହତ୍ୟା କରାଯାଇଥିବା ସୂରାକ୍ ମିଳିଛି। ହତ୍ୟାରେ ବ୍ୟବହୃତ ଛୁରି ଖୋଜିବାକୁ ପାଇଖାନା ଟାଙ୍କି ସଫା କରିଥିଲା ପୁଲିସ । ହତ୍ୟାକାଣ୍ଡ ପରେ ବୈଶାଖୀ ପାଇଖାନାକୁ ହାତ ଧୋଇବାକୁ ଯାଇଥିଲେ । ଗତ ମଙ୍ଗଳବାର ମଦା ପଲେଇଙ୍କୁ ହତ୍ୟା କରାଯାଇଥିଲା। ପ୍ରକାଶ ଯେ, ମଦା ପଲେଇଙ୍କ ଘର ଗଞ୍ଜାମ ଜିଲା ବେଳଗୁଣ୍ଠା ଥାନା ଅନ୍ତର୍ଗତ ଇନ୍ଦ୍ରଗଡ଼ରେ ।