29.1 C
Bhubaneswar
Wednesday, June 26, 2024
Homeଅପରାଧସାମାନ୍ୟ ବଚସାରୁ ରକ୍ତପାତ; ମଉସାକୁ ଗୋଡାଇ ଗୋଡାଇ ହାଣିଲା ପୁତୁରା

ସାମାନ୍ୟ ବଚସାରୁ ରକ୍ତପାତ; ମଉସାକୁ ଗୋଡାଇ ଗୋଡାଇ ହାଣିଲା ପୁତୁରା

ଝାରସୁଗୁଡା: ସାମାନ୍ୟ ବଚସାରୁ ରକ୍ତପାତ । ତୁଚ୍ଛ ହେଲା ରକ୍ତ ସମ୍ପର୍କ । ବିଚ ରାସ୍ତାରେ ମଉସାକୁ ଗୋଡାଇ ଗୋଡାଇ ହାଣିଲା ପୁତୁରା। ପୁତୁରାର କଟୁରୀ ଆକ୍ରମଣରେ ମଉସାର ମୃତ୍ୟୁ ହୋଇଥିବା ସୂଚନା । ଏଭଳି ହତ୍ୟାକାଣ୍ଡ ଘଟିଛି ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ବିଟିଏମ୍ ଠାରେ । ମଉସାଙ୍କ ସହ ତାଙ୍କ ଦୁଇ ପୁଅଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲା ପୁତୁରା । ସେମାନଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି । ମୃତକ ଜଣଙ୍କ ହେଉଛନ୍ତି ସୀତାରାମ ବଞ୍ଛୋର । ଶୁକ୍ରବାର ରାତି ପ୍ରାୟ 8ଟା ସମୟରେ ସୀତାରାମ ବଞ୍ଛୋର ଚିକେନ ଦୋକାନରେ ବସିଥିଲେ । ଏହି ସମୟରେ ତାଙ୍କ ପୁତୁରା ସହ କୌଣସି କଥା ନେଇ ବଚସା ଆରମ୍ଭ ହୋଇଥିଲା ।

ଯାହା ପରମୁହୁର୍ତ୍ତରେ ଉଗ୍ରରୂପ ନେଇଥିଲା । ଉତକ୍ଷିପ୍ତ ହୋଇ ପାଖରେ ଥିବା ମାଂସକଟା କଟୁରୀରେ ପୁତୁରା ମଉସାକୁ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲା। ଏହାପରେ ସୀତାରାମଙ୍କ ଦୁଇ ପୁଅ ପୂର୍ଣ୍ଣଚନ୍ଦ୍ର ବଞ୍ଛୋର ଓ ଶିବା ବଞ୍ଛୋର ବାପାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଉଭୟ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଏହାପରେ ଘଟଣାସ୍ଥଳରୁ ହତ୍ୟାକାରୀ ପୁତୁରା ଫେରାର ହୋଇଯାଇଥିଲା । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତିନି ଜଣଙ୍କୁ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । କିନ୍ତୁ ସେଠାରେ ମଉସା ସୀତାରାମଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ମୃତକଙ୍କ ଦୁଇ ପୁଅ ପୂର୍ଣ୍ଣଚନ୍ଦ୍ର ବଞ୍ଛୋର ଓ ଶିବା ବଞ୍ଛୋର ଗୁରୁତର ରହିଥିବା ବେଳେ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି । ଏହି ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ସଦର ଥାନା ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ହତ୍ୟାକାରୀ ପୁତୁରା ଫେରାର ରହିଥିବା ବେଳେ ପୋଲିସ ତାକୁ ଖୋଜୁଛି । ଏନେଇ ସଦର ପୋଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି । ତେବେ କେଉଁ କାରଣକୁ ନେଇ ପୁତୁରା ଓ ମଉସା ମଧ୍ୟରେ ବଚସା ହେଲା ଯେଉଁଥି ପାଇଁ ନିରିହ ଜୀବନ ଚାଲିଗଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ । ମୃତକ ସୀତାରାମ ବଞ୍ଛୋରଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking