30.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶପ୍ରବଳ ବର୍ଷାରେ ଗୁଜରାଟର ସ୍ଥିତି ସଙ୍ଗୀନ; ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ପ୍ରବଳ ବର୍ଷାରେ ଗୁଜରାଟର ସ୍ଥିତି ସଙ୍ଗୀନ; ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ଗାନ୍ଧୀନଗର : ଗୁଜରାଟରେ ପ୍ରବଳ ବର୍ଷାରେ ହାଲ ବେହାଲ। ସ୍ଥିତି ଖୁବ୍ ସଙ୍ଗୀନ ହୋଇ ଉଠିଛି। ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷାରେ ବନ୍ୟା ସ୍ଥିତି ଉପୁଜିଛି। ଫଳରେ ବନ୍ୟା ଯୋଗୁଁ ଅନେକ ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି। ରିପୋର୍ଟ ମୁତାବିକ ,ବଲସାଡ ଓ ନବସାରୀ ଜିଲ୍ଲାର କିଛି ଭାଗରେ ଗତ ୨୪ ଘଣ୍ଟାରେ ପ୍ରବଳ ବର୍ଷାର ରେକର୍ଡ କରାଯାଇଛି। ଅଧିକାରୀମାନେ କହିଛନ୍ତି କି ଏନଡିଆରଏଫ୍ ଓ ଏସଡିଆରଏଫର ଯବାନ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି।

ଜାମନଗର ସବୁଠୁ ବନ୍ୟା ପ୍ରଭାବିତ ଜିଲ୍ଲା ଥିବା କୁହାଯାଉଛି । ରାଜ୍ୟରେ ଶୁକ୍ରବାର ଠାରୁ ଏବେସୁଦ୍ଧା ଜାରି ବର୍ଷାରେ ୧୧ ଲୋକଙ୍କ ମୃତ୍ୟୁ ହୋଇଛି। ଅଧିକାରୀମାନେ କହିଛନ୍ତି କି ଅନେକ ସଡ଼କରେ ଜଳମଗ୍ନ ହୋଇ ଯାଇଛି। କିଛି ରାସ୍ତା ବନ୍ୟା ଜଳରେ ଧୋଇ ହୋଇ ଯାଇଛି। ଏଥିରେ ଅନେକ ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି। ପୁଲିସ କହିଛି କି ଶୁକ୍ରବାର ଘରୁ ବନ୍ୟା ପାଣି ବାହାରିବା ବେଳେ କୁଅରେ ଖସି ପଡ଼ି ଜଣେ ୩ ବର୍ଷିୟ ଶିଶୁକନ୍ୟାର ମୃତ୍ୟୁ ହୋଇଛି। ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ ନିଖୋଜ ଦୁଇ ଲୋକଙ୍କ ମୃତଦେହ ଶନିବାର ଉଦ୍ଧରକାରୀ ଦଳକୁ ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking