29.1 C
Bhubaneswar
Friday, July 18, 2025
Homeଅପରାଧରାଜଧାନୀରେ ଚାଞ୍ଚଲ୍ୟ : ଯୁବକଙ୍କୁ ହତ୍ୟାକରି ପୋଡ଼ି ଦେଲେ ଦୁର୍ଵୃତ୍ତ

ରାଜଧାନୀରେ ଚାଞ୍ଚଲ୍ୟ : ଯୁବକଙ୍କୁ ହତ୍ୟାକରି ପୋଡ଼ି ଦେଲେ ଦୁର୍ଵୃତ୍ତ

ଭୁବନେଶ୍ବର: ରାଜଧାନୀରେ ଜଣେ ଯୁବକଙ୍କୁ ହତ୍ୟାକରି ପୋଡ଼ି ଦେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ସୂଚନା ଅନୁଯାୟୀ, ଇନଫୋସିସ୍ ଥାନା ଅଧୀନ ଶିଖରଚଣ୍ଡୀ ପାହାଡ଼ରୁ ଅର୍ଦ୍ଧଦଗ୍ଧ ଯୁବକଙ୍କ ଶବ ଉଦ୍ଧାର ହୋଇଛି। ବିଳମ୍ବିତ ରାତ୍ରିରେ ଯୁବକଙ୍କୁ ହତ୍ୟା କରିବା ପରେ ହତ୍ୟାକାରୀମାନେ ଶବକୁ ଜାଳି ଦେବାକୁ ପ୍ରୟାସ କରିଥିଲେ।

ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ହେପାଜତକୁ ନେଇ ତଦନ୍ତ କରୁଥିବା ଜଣାପଡିଛି। ମୃତ ଯୁବକ ନନ୍ଦନକାନନ ଥାନା ବାଲିପଡ଼ା ଗ୍ରାମର ଲଲାଟେନ୍ଦୁ ପ୍ରଧାନଙ୍କ ପୁଅ ଅବିନାଶ ପ୍ରଧାନ (୨୨ ବର୍ଷ)। ତାଙ୍କୁ କିଏ କାହିଁକି ହତ୍ୟା କଲା ଏବଂ ପରେ ପୋଡ଼ି ଦେଲା ତାହା ଚର୍ଚ୍ଚାର ବିଷୟ ହୋଇଛି। ଏହା ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ଅନୁସନ୍ଧାନକାରୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବା ପରେ ତଦନ୍ତ ଆଗକୁ ଯିବ। ଏଣେ ଏହି ଘଟଣାରେ ପୁଲିସ ୪ଜଣଙ୍କୁ ଇନଫୋସିସ୍ ଥାନା ଅଟକ ରଖି ପଚରାଉଚରା କରୁଥିବାର ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking