31.1 C
Bhubaneswar
Tuesday, April 30, 2024
Homeଖେଳହୋମ ଗ୍ରାଉଣ୍ଡରେ ମୁମ୍ବାଇର ଲଗାତାର ଦ୍ୱିତୀୟ ବିଜୟ

ହୋମ ଗ୍ରାଉଣ୍ଡରେ ମୁମ୍ବାଇର ଲଗାତାର ଦ୍ୱିତୀୟ ବିଜୟ

ନୂଆଦିଲ୍ଲୀ : ହୋମ ଗ୍ରାଉଣ୍ଡରେ ମୁମ୍ବାଇର ଲଗାତାର ଦ୍ୱିତୀୟ ବିଜୟ । ହାଇଭୋଲଟେଜ ମ୍ୟାଟ୍ରେ ରୟାଲ ଚାଲେଞ୍ଜର ବାଙ୍ଗାଲୋରକୁ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଆରମ୍ଭରୁ ହାଟ୍ରିକ୍ ପରାଜୟ ପରେ ଏବେ ନିଜ ୱାଙ୍ଖଡେରେ ଦୁଇଟି ମ୍ୟାଚ୍ ଜିତି ଲୟକୁ ଫେରିଛି ଟିମ୍ । ୱିକେଟରେ ବାଙ୍ଗାଲୋରକୁ ପରାସ୍ତ କରିଛି ମୁମ୍ବାଇ । ସେହିପରି ରୋହିତ ଶର୍ମା ୨୪ ବଲରୁ ୩୮ ରନ ଏବଂ ଚମକ୍ରାର ବୋଲିଂ ଦେଖିବାକୁ ମିଳିଛି । ୪ ଓଭରରେ ମ୍ୟାଚରେ ପ୍ରଥମ ବ୍ୟାଟିଂ କରି ୧୯୬ ରନ କରିଥିଲା ଆରସିବି । ଡୁପ୍ଲେସିସ୍, ରଜତ ପଟିଦାର ଓ କାର୍ତିକଙ୍କ ଅର୍ଦ୍ଧଶତକ ବଳରେ ବଡ଼ ସ୍କୋର କରିଥିଲା ଦଳ । କିନ୍ତୁ ଚମକ୍ରାର ବ୍ୟାଟିଂ କରି ୭ ଇସାନ କିଷାନ ୬୯ ରନ କରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ୫୨ ରନ ସଂଗ୍ରହ କରିଥିଲେ । ଅଧୂନାୟକ ହାର୍ଦ୍ଦିକ ପାଣ୍ଡା ୬ ବଲରେ ୨୧ ରନ କରି ଦଳକୁ ଜିତାଇଛନ୍ତି । ମୁମ୍ବାଇ ପକ୍ଷରୁ ବୁମରାଙ୍କ ମାତ୍ର ୨୧ ରନ ଦେଇ ୫ଟି ୱିକେଟ ହାସଲ କରିବା ସହ ପ୍ଲେୟାର ଅଫ ଦ ମ୍ୟାଚ୍ ହୋଇଛନ୍ତି ବୁମରା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking