ନୂଆଦିଲ୍ଲୀ: ମୁମ୍ୱାଇରୁ ଗୌହାଟୀରୁ ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀ ଅବତରଣ । ଘନ କୁହୁଡି ଯୋଗୁ ମୁମ୍ବାଇ-ଗୌହାଟି ବିମାନକୁ ବାଂଲାଦେଶ ରାଜଧାନୀ ଢାକା ବିମାନବନ୍ଦରରେ ଜରୁରୀ ଅବତରଣ କରିବାକୁ ପଡ଼ିଥିବା ସୂଚନା ରହିଛି। ଯାତ୍ରୀମାନଙ୍କୁ ବିନା ପାସପୋର୍ଟରେ ବାଂଲାଦେଶରେ ଓହ୍ଲାଇବାକୁ ପଡ଼ିଛି । ସୋସିଆଲ ମିଡିଆ ଏକ୍ସରେ ଏନେଇ ମୁମ୍ୱାଇ ଯୁବ କଂଗ୍ରେସ ମୁଖ୍ୟ ସୁରଜ ସିଂହ ଠାକୁର ଟ୍ୱିଟ କରିଛନ୍ତି । ମୁମ୍ୱାଇରୁ ଗୌହାଟୀ ଯାଉଥିବା ବିମାନ ଢାକାରେ ଅବତରଣ କରିଛି ବୋଲି ସେ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ସେ ଟ୍ୱିଟ କରିଛନ୍ତି, “ମୁଁ ଇଣ୍ଡୋଗୋ ବିମାନରେ ମୁମ୍ବାଇରୁ ଗୌହାଟୀ ଯାଉଥିଲି । କିନ୍ତୁ ଘନ କୁହୁଡ଼ି ପାଇଁ ବିମାନ ଗୌହାଟୀରେ ଅବତରଣ କରିପାରିନଥିଲା । ଯେଉଁଥି ପାଇଁ ଢାକାରେ ଜରୁରୀ ଅବତରଣ କରିବାକୁ ପଡ଼ିଛି ।” ସେ ଆଉ ମଧ୍ୟ ଲେଖିଛନ୍ତି ଯେ ଯାତ୍ରୀମାନେ ବିନା ପାସପୋର୍ଟରେ ଆନ୍ତର୍ଜାତକ ସୀମା ପାର କରିଛନ୍ତି । ଯାତ୍ରୀମାନେ ବିମାନ ଭିତରେ ରହିଥିବା ଲେଖିଛନ୍ତି ସୁରଜ ।