29.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶ୭୨୯ କୋଟି ଟଙ୍କାର ବିଳାସପୂର୍ଣ୍ଣ ହୋଟେଲ କ୍ରୟ କଲେ ମୁକେଶ ଅମ୍ବାନୀ

୭୨୯ କୋଟି ଟଙ୍କାର ବିଳାସପୂର୍ଣ୍ଣ ହୋଟେଲ କ୍ରୟ କଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ : ଦେଶର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ନ୍ୟୁୟର୍କର ବିଳାସପୂର୍ଣ୍ଣ ହୋଟେଲ ମାଣ୍ଡାରିନ୍ ଓରିଏଣ୍ଟାଲକୁ ୭୨୯ କୋଟି ଟଙ୍କା ରେ କିଣିଛନ୍ତି। ଏହି ହୋଟେଲ କ୍ରୟ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଯୁକ୍ତରାଷ୍ଟ୍ରରେ ଏହା ହେଉଛି କମ୍ପାନୀର ପ୍ରମୁଖ ଅଧିଗ୍ରହଣ। ୨୦୦୩ ରେ ନିର୍ମିତ, ମାଣ୍ଡାରିନ୍ ଓରିଏଣ୍ଟାଲ୍ ହୋଟେଲ ହେଉଛି ନ୍ୟୁୟର୍କର କଲମ୍ବସ୍ ସର୍କଲରେ ଅବସ୍ଥିତ ଏକ ବିଳାସପୂର୍ଣ୍ଣ ହୋଟେଲ। ଏହି ଅଧିଗ୍ରହଣ ବିଷୟରେ ଷ୍ଟକ୍ ଏକ୍ସଚେଞ୍ଜକୁ କମ୍ପାନୀ ଆବଶ୍ୟକ ସୂଚନା ଦେଇଛି।

ଷ୍ଟକ ଏକ୍ସଚେଞ୍ଜ ଅନୁଯାୟୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଇନଭେଷ୍ଟମେଣ୍ଟ ଆଣ୍ଡ ହୋଲଡିଂ ଲିମିଟେଡ୍‌ର ସମ୍ପୁର୍ଣ୍ଣ ମାଲିକାନା ସହାୟକ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ କଲମ୍ବସ୍ ସେଣ୍ଟର୍ କର୍ପୋରେସନ୍ (କେମ୍ୟାନ୍) ର ସମ୍ପୂର୍ଣ୍ଣ ଅଂଶଧନ ହାସଲ କରିବାକୁ ଏକ ଚୁକ୍ତି କରିଛି। ଯାହା ମାଣ୍ଡାରିନ୍ ଓରିଏଣ୍ଟାଲ୍ ନ୍ୟୁୟର୍କର ୭୩.୩୭ ପ୍ରତିଶତ ଅଂଶର ମାଲିକ ଅଟେ। ୨୦୧୮ ରେ ମାଣ୍ଡାରିନ୍ ହୋଟେଲର ରାଜସ୍ୱ ୮୫୪ କୋଟି ଟଙ୍କା ଥିଲା। ୨୦୧୯ ରେ ଏହା ୮୪୦ କୋଟି ଟଙ୍କାକୁ ହ୍ରାସ ପାଇଛି ଏବଂ ୨୦୨୦ ରେ କରୋନା ମହାମାରୀ ହେତୁ ଏହା ୧୧୧ କୋଟି ଟଙ୍କାକୁ ଖସି ଆସିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking