26.1 C
Bhubaneswar
Thursday, September 19, 2024
Homeଖେଳଦିନିକିଆରେ ମହମ୍ମଦ ସିରାଜ୍ ଏକ ନମ୍ବର

ଦିନିକିଆରେ ମହମ୍ମଦ ସିରାଜ୍ ଏକ ନମ୍ବର

ଦୁବାଇ: ଭାରତୀୟ ପେସର୍ ମହମ୍ମଦ ସିରାଜ୍ ବିଶ୍ୱର ଏକ ନମ୍ବର ବୋଲର୍ ହୋଇଛନ୍ତି । ବୁଧବାର ଆଇସିସି ପକ୍ଷରୁ ଜାରି ଦିନିକିଆ ର‌୍ୟାଙ୍କିଙ୍ଗ୍‌ରେ ସିରାଜ୍ ୭୨୯ ରେଟିଂ ପଏଣ୍ଟ୍ ସହ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି । ସିରାଜ୍ ଅଷ୍ଟ୍ରେଲିଆର ଜୋସ୍ ହେଜଲ୍‌ଉଡ୍ ଏବଂ ନ୍ୟୁଜିଲାଣ୍ଡ୍‌ର ଟ୍ରେଣ୍ଟ୍ ବୋଲ୍ଟଙ୍କୁ ପଛରେ ପକାଇ ପ୍ରଥମ ଥର ପାଇଁ ଦିନିକିଆ ବୋଲିଂର ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଅନ୍ୟପକ୍ଷରେ ହେଜଲ୍‌ଉଡ୍ (୭୨୭) ଓ ବୋଲ୍ଟ (୭୦୮) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନକୁ ଖସିଆସିଛନ୍ତି । ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ସିରାଜ୍ ମୋଟ ୯ଟି ୱିକେଟ୍ ନେଇ ସର୍ବାଧିକ ୱିକେଟ୍ ହାସଲକାରୀ ହୋଇଥିଲେ ।

ସେହିପରି ମଙ୍ଗଳବାର ଶେଷ ହୋଇଥିବା ନ୍ୟୁଜିଲାଣ୍ଡ୍ ବିପକ୍ଷ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ସେ ୪ ୱିକେଟ୍ ସଫଳତା ହାସଲ କରିଥିଲେ । ସେହିପରି ଅନ୍ୟତମ ଭାରତୀୟ ପେସର୍ ମହମ୍ମଦ ଶମୀ ୧୧ଟି ସ୍ଥାନର ଲମ୍ଫ ପ୍ରଦାନ କରି ୩୨ତମ ସ୍ଥାନରେ ପହଞ୍ଚିଛନ୍ତି । ବ୍ୟାଟିଂରେ ଜୋର୍‌ଦାର ଫର୍ମରେ ଥିବା ଶୁବମାନ୍ ଗିଲ୍ ଏବେ ଦିନିକିଆର ସର୍ବୋଚ୍ଚ ର‌୍ୟାଙ୍କିଙ୍ଗ୍‌ର ଭାରତୀୟ ଖେଳାଳି ହୋଇଛନ୍ତି । ଗତ ଚାରିଟି ମ୍ୟାଚ୍‌ରେ ତିନି ଶତକ ହାସଲ କରିଥିବା ଗିଲ୍ ୭୩୪ ପଏଣ୍ଟ୍ ସହ ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି । ସେ ୨୦ ସ୍ଥାନର ଲମ୍ଫ ପ୍ରଦାନ କରିଛନ୍ତି । ଅନ୍ୟପକ୍ଷରେ ବିରାଟ କୋହଲି ୭୨୭ ପଏଣ୍ଟ୍ ସହ ସପ୍ତମ ଏବଂ କ୍ୟାପ୍‌ଟେନ୍ ରୋହିତ ଶର୍ମା ୭୧୯ ପଏଣ୍ଟ୍ ସହ ନବମରେ ଅଛନ୍ତି । ପାକିସ୍ତାନ କ୍ୟାପ୍‌ଟେନ୍ ବାବର ଆଜମ୍ ୮୮୭ ପଏଣ୍ଟ୍ ସହ ଏବେ ବି ତାଲିକା ଶୀର୍ଷରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking