ଭୁବନେଶ୍ୱର: ସାରା ରାଜ୍ୟରେ ଗୋଟିଏ ଦରରେ ବିକ୍ରି ହେବ ବାଲି । ଏନେଇ ଖଣି ମନ୍ତ୍ରୀ ବିଭୂତି ଭୁଷଣ ଜେନା ବଡ ବୟାନ ଦେଇଛନ୍ତି । କହିଛନ୍ତି, ଆଉ ବେଆଇନ ଭାବେ ବାଲି ବିକ୍ରି କରିପାରିବେନି । ବାଲି ପାଇଁ ଏମଏସପି ଲାଗୁ କରିବେ ସରକାର । ମନ ଇଚ୍ଛା ଦର ବଢାଇ ପାରିବେନି ଲିଜଧାରୀ । ଦର କମିବା ସହ ଲୋକଙ୍କୁ ସୁଲଭ ମୂଲ୍ୟରେ ମିଳିବ ବାଲି । ବାଲି ଖଣି ନିଲାମ ନୁହେଁ ଏଣିକି ହେବ ଲଟେରୀ ସିଷ୍ଟମ । ବିନା ଷ୍ଟୋରେଜ ଲାଇସେନ୍ସରେ ବାଲି ଗଚ୍ଛିତ ରଖିପାରିବେନି ।










