ଭୁବନେଶ୍ଵର : ଆମ ଅନୁମାନ କହୁଛି ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ଏବେ ରାହୁ କାଳ ଚାଲିଛି। ଯେଉଁ ଡାଳ ଧରୁଛନ୍ତି ସେ ଡାଳ ଛିଡି ପଡୁଛି। ପ୍ରଥମେ ପତ୍ନୀଙ୍କୁ ନିର୍ଯାତନା ଦେଇ ବିବାଦୀୟ ହେଲେ, ପରେ ରାଜନୀତି ଆଉ ଏବେ ତାଙ୍କ କ୍ୟାରିଅର ଲାଗିଛି ବାଜିରେ। ହାତରୁ ଖସିଯାଇଛି ଟିଭି ଶୋ ଦାଦାଗିରି।କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଏବେ କାମ ଖୋଜୁଛନ୍ତି। ଶୁଣିବାକୁ କଥାଟା ଖରାପ ଲାଗୁଥିଲେ ବି ଏକମଦ୍ ସତ। ପତ୍ନୀଙ୍କ ସହ ବିବାହ ବିଚ୍ଛେଦ ପାଇଁ ଆବେଦନ, ଆଉ ଏପଟେ ତାଙ୍କ ନାଁରେ ଆସିଲା ଘରୋଇ ହିଂସା ସହ Extra ମାରିଟାଲ୍ ଆଫେୟାର୍ସର ସାଂଘାତିକ ଅଭିଯୋଗ । ଆଉ ତା ପରେ ନିଜ ଦଳରେ ନିଜେ କୋଣଠେସା ହୋଇ ଅନୁଭବ ଅଡୁଆରେ ପଡିଥିଲେ। କିନ୍ତୁ ଏବେ ଅବସ୍ଥା ଆହୁରି ସାଙ୍ଘାତିକ । ଏକ ନିର୍ଦ୍ଧିଷ୍ଟ ଟିଭି ଚାନାଲରେ ଦାଦାଗିରି ଶୋ କରୁଥିବା ଆମ ଅନୁଭବ ବାବୁ ଏବେ କର୍ମଛଡା। ଏଣିକି ଏହି ଶୋ ହୋଷ୍ଟ କରିବେ ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର।
ବିଭିନ୍ନ ସମୟରେ ବିବାଦକୁ ଆସିଛନ୍ତି ଅନୁଭବ । କେତେବେଳେ ରାତିଅଧିଆ ଟ୍ବିଟ କରି ସଲମାନଙ୍କୁ ଲାଇକ ମାଗିଛନ୍ତି ତ ଆଉ କେତେବେଳେ ମାସ୍କ ବ୍ୟବହାର ଉପରେ ପ୍ରଶ୍ନ ଉଠାଇ ବିଜେଡି ପାଇଁ ଆଣିଛନ୍ତି ଅଡୁଆ । ସୋସିଆଲ ମିଡିଆରେ ସୁପରଆକଟିଭ୍ ଅନୁଭବଙ୍କର ଦେଖା ମିଳୁନଥିଲା କେନ୍ଦ୍ରାପଡାରେ । ସାଂସଦଙ୍କ ପାଇଁ ବେଶୀ ଅଡୁଆ ସୃଷ୍ଟି କରିଥିଲା ବାନ୍ଧବୀ ଜାଗ୍ରତି ଶୁକ୍ଳାଙ୍କ ସହ ସଂପର୍କ । ଡିୟରେଷ୍ଟ ଫ୍ରେଣ୍ଡଙ୍କ ସହ ସୋସିଆଲ ମିଡିଆରେ ଫଟୋ ସେୟାର କରି କମେଣ୍ଟ ପୋଷ୍ଟ କରି କେନ୍ଦ୍ରାପଡା ସାଂସଦ ଯେମିତି କହୁଥିଲେ ଆମ ଭିତରେ କିଛି ଅଛି । ଉଭୟଙ୍କୁ ଧୁମ୍ ଧୋଇଥିଲେ ୟିଜୁର।
ଏହା ପରେ ନିଜ ଛବି ସୁଧାରିବାକୁ ଯାଇ ଅନୁଭବ ଟିଭି ଶୋ ଜରିଆରେ ଲୋକପ୍ରିୟତା ହାସଲ କରିବାକୁ ଚେଷ୍ଟା କଲେ। ହେଲେ ଯେମିତି କାହାକ ଅଭିଶାପ ପଡିଯାଇଛି କାହାର । ସାଂସଦ ଅନୁଭବ ମହାନ୍ତି ଯାହା କରୁଛନ୍ତି କରୁଛନ୍ତି ବିବାଦୀୟ ହେଉଛନ୍ତି । କୌଣସି ନିର୍ଦ୍ଧିଷ୍ଟ କାରଣକୁ ନେଇ ତାଙ୍କୁ ଦାଦାଗିରି ଶୋରୁ ବିଦା କରି ଦିଆଗଲା। ଏବେ ଅଭିନେତା ସିଦ୍ଧାନ୍ତଙ୍କୁ ଶୋ ହୋଷ୍ଟ କରିବାର ଦାୟିତ୍ବ ଦେଇଛି ସଂସ୍ଥା।ଦି
ଦିନେ ବିଜେଡିର ପୋଷ୍ଟର ବୟ ଥିଲେ ଅନୁଭବ ମହାନ୍ତି । ଦଳର ନାୟକ କିନ୍ତୁ ଏବେ ଖଳନାୟକ । ବର୍ଷାଙ୍କ ଅଭିଯୋଗ ପରେ ଅନୁଭବଙ୍କ ନାଁରେ 498 ଏରେ ମାମଲା ରୁଜ୍ଜୁ ହୋଇଛି । ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଦଳ ବି ନେଇ ନାହିଁ ଆକସନ୍ । ତେବେ ସେ ଯାହା ହେଉନା କାହିଁକି, ବିବାଦ ଅନୁଭବଙ୍କ ପିଛା ଛାଡୁନି। ଯାହା କଲେ ସେଥିରେ ଫଶିଲେ। ଏବେ ଦେଖିବାକୁ ରହିଲା ବାବୁଙ୍କୁ ନେଇ ଆଗାମୀ ଦିନରେ ଆଉ କେଉଁ ବିବାଦ ପୁଣି ମୁଣ୍ଡ ଟେକୁଛି।