26.1 C
Bhubaneswar
Friday, June 27, 2025
Homeଓଡିଶାଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ଏମ୍‌ଓୟୁ

ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ଏମ୍‌ଓୟୁ

ଭୁବନେଶ୍ୱର:ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନସ୍ଥ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ ସଂସ୍ଥା ସହିତ ବୁଝାମଣା ପତ୍ର(ଏମ୍‌ଓୟୁ) ସ୍ୱାକ୍ଷର କରିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏସ୍‌ଆଇଆରଡି ଆଣ୍ଡ ପିଆରର ନିର୍ଦ୍ଦେଶକ ଓ ଓସଡମା, ୟୁନିସେଫ, ୟୁଏନଡିପି, ୟୁଏନ୍‌ଏଫ୍‌ପିଏ, ଏସଭି-ନିରତାର, ପ୍ରଦାନ, ଏଫଇଏସ୍ ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରଦିପ କୁମାର ଅମାତ, ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ଓ ବିଭାଗର ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବିଭିନ୍ନ ପ୍ରତିଷ୍ଠିତ ସଂସ୍ଥାର ମୁଖ୍ୟ ଯଥା ୟୁନିସେଫ୍‌ର ମୁଖ୍ୟ ଫିଲ୍‌ଡ ଅଫିସର ୱିଲିୟମ୍ ଜେ. ହାନ୍‌ଲୋନ୍‌, ୟୁଏନ୍‌ଡିପିର ରାଜ୍ୟ ମୁଖ୍ୟ ଆଭା ମିଶ୍ର, ୟୁଏନ୍‌ଏଫ୍‌ପିଏର ଓଡ଼ିଶା ରାଜ୍ୟ ମୁଖ୍ୟ ମହମ୍ମଦ ନଦିମ୍ ନୁର, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁସ୍ମିତା ବେହେରା, ଏସ୍‌ଭି-ନିରତାରର ନିର୍ଦ୍ଦେଶକ ଡ. ପି.ପି. ମହାନ୍ତି, ଏଫ୍‌ଇଏସ୍‌ର ରାଜ୍ୟ ମୁଖ୍ୟ ମୀନା ଦାସ ମହାପାତ୍ର, ‘ପ୍ରଦାନ’ର ରାଜ୍ୟ ମୁଖ୍ୟ ଅଜିତ କୁମାର ନାୟକ ପ୍ରମୁଖ ରାଜ୍ୟରେ ଦକ୍ଷତା ବୃଦ୍ଧି ଜରିଆରେ ପଞ୍ଚାୟତ ସଶକ୍ତିକରଣ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ସହ ସାମିଲ ହୋଇଥିବାରୁ କୃତଜ୍ଞତା ଜଣାଇ ସେମାନଙ୍କ ପ୍ରତିବଦ୍ଧତାକୁ ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ମନ୍ତ୍ରୀ ପ୍ରଦିପ କୁମାର ଅମାତଙ୍କ ଦ୍ୱାରା ଏସଡିଜି ସମ୍ବଳିତ ୯ଟି ପ୍ରଶିକ୍ଷଣ ପୁସ୍ତିକା, ଆଇଏସ୍‌ଓ ସାର୍ଟିଫିକେସନ ଓ ପଞ୍ଚାୟତ ଲର୍ଣ୍ଣିଂ ସେଣ୍ଟର ମାର୍ଗଦର୍ଶିକା ଓ ନବ ନିଯୁକ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଗ୍ରାମପଞ୍ଚାୟତ ବିକାଶ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ପାଇଁ ପ୍ରଶିକ୍ଷଣ ପୁସ୍ତିକାର ଶୁଭ ଉନ୍ମୋଚନ ହୋଇଥିଲା । ଏସ୍‌ଆଇଆରଡି ଆଣ୍ଡ ପିଆରର ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ମୀନା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଅତିରିକ୍ତ ନିର୍ଦ୍ଦେଶକ ଧରଣୀଧର ନନ୍ଦ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ନିର୍ଦ୍ଦେଶକ (ସ୍ୱତନ୍ତ୍ର ପ୍ରକଳ୍ପ) ଜ୍ୟୋତିପ୍ରକାଶ ଦାସ, ନିର୍ଦ୍ଦେଶକ ମହେଶ୍ୱର ସ୍ୱାଇଁ, ବରିଷ୍ଠ ଅଧିକାରୀ, ପଞ୍ଚାୟତିରାଜ ପ୍ରତିନିଧିମାନେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking