32.1 C
Bhubaneswar
Sunday, May 19, 2024
Homeଅପରାଧତିନି ଦିନର ଶିଶୁ କନ୍ୟାକୁ ହତ୍ୟା କଲା ମା’

ତିନି ଦିନର ଶିଶୁ କନ୍ୟାକୁ ହତ୍ୟା କଲା ମା’

ନୂଆଦିଲ୍ଲୀ: ମା’ ନିଜ ସନ୍ତାନ ପାଇଁ କିଛି ବି କରିପାରେ । କିନ୍ତୁ ଦୁନିଆରେ ଏମିତି ବି ମା’ ଅଛନ୍ତି ଯିଏ ନିଜ ସନ୍ତାନକୁ ପାଇ ଖୁସି ନଥାନ୍ତି । ଏପରିକି କନ୍ୟା ସନ୍ତାନ ହେଲେ ସେହି ନୀରିହ ନିଷ୍ପାପ ଶିଶୁଙ୍କର ଜୀବନ ନେବାକୁ ପଛାନ୍ତି ନାହିଁ ଏଭଳି କିଛି ମା’ । ତେବେ ଜଣେ ମା’ ନିଜ ନବଜନ୍ମିତ ଶିଶୁର ଜୀବନ ନେଇଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଏଭଳି ଘଟଣା ମହାରାଷ୍ଟର ଲାଟୁରରେ ଘଟିଯାଇଛି । ଏହି ଅଞ୍ଚଳର ଜଣେ ମହିଳା ତାଙ୍କ ତିନି ଦିନର ଶିଶୁ କନ୍ୟାକୁ ହତ୍ୟା କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଜଣେ ପୋଲିସ ଅଧିକାରୀ ଏସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଅନୁସନ୍ଧାନ ବେଳେ ଏହା ଜଣାପଡିଥିଲା ଯେ ଦ୍ୱିତୀୟ କନ୍ୟା ସନ୍ତାନ ଜନ୍ମ କରିବା ପରେ ଅଭିଯୁକ୍ତ ଦୁଃଖରେ ଥିଲେ । ସବ୍-ଇନ୍ସପେକ୍ଟର କିଶୋର କାମ୍ବଲେ କହିଛନ୍ତି ଯେ ସନ୍ତାନଟିର ମୃତ୍ୟୁ ଯାଞ୍ଚ ପରେ ମହିଳାଙ୍କୁ ଶୁକ୍ରବାର ସନ୍ଧ୍ୟାରେ ଗିରଫ କରାଯାଇଛି । ଆମ ସମାଜରେ ଝିଅମାନେ ଏକ ବୋଝ ଭାବରେ ବିବେଚନା କରାଯାଏ । ଲାଟୁର ଏଭଳି ଘଟଣା ଏହି କଥାକୁ ପ୍ରମାଣ କରେ । ଝିଅମାନେ ସମାଜ ପାଇଁ ଏକ ବୋଝ ହୋଇସାରିଛନ୍ତି, ସେଥିପାଇଁ ସେମାନଙ୍କୁ ଗର୍ଭରେ ହିଁ ହତ୍ୟା କରାଯିବା ଭଳି ଘଟଣା ବାରମ୍ଭାର ସାମ୍ନାକୁ ଆସୁଛି । ଏବଂ ଯଦି ସେମାନେ ଦୁନିଆକୁ ଆସନ୍ତି, ତେବେ ପରିବାର ସଦସ୍ୟଙ୍କ ହାତରେ ସେମାନଙ୍କୁ ହତ୍ୟା କରାଯାଇଥାଏ । ମହାରାଷ୍ଟ୍ର ବ୍ୟତୀତ ଦେଶର ଅନେକ ସ୍ଥାନରେ ଏଭଳି ଅମାନବୀୟ କାର୍ଯ୍ୟ ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking