25.1 C
Bhubaneswar
Thursday, December 26, 2024
Homeଅପରାଧସୁପାରୀ ଦେଇ ଝିଅକୁ ହତ୍ୟା କଲା ମାଆ...

ସୁପାରୀ ଦେଇ ଝିଅକୁ ହତ୍ୟା କଲା ମାଆ…

ଲକ୍ଷ୍ନୌ: ସୁପାରୀ ଦେଇ ଝିଅକୁ ହତ୍ୟା କଲା ମାଆ । ଉତ୍ତରପ୍ରଦେଶର ଲଖିମପୁର ଖେରୀରୁ ଏପରି ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ଗତ ୧୮ ତାରିଖରୁ ନିଖୋଜ ଥିଲେ ରାମଚନ୍ଦ୍ର ମିଶନ ଅଞ୍ଚଳରେ ରହୁଥିବା ଜଣେ ଈଋୟ ଛାତ୍ରୀ । ତେବେ ମହମ୍ମଦୀ ଥାନା ଅଧୀନ ମିଆଁପୁର ଗାଁ ନିକଟ ଜଙ୍ଗଲରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଛାତ୍ରୀଙ୍କ ଗଳା କଟାଯାଇଥିବାବେଳେ ଶରୀରର ଅନେକ ସ୍ଥାନରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି । ମୃତଦେହରେ ବସ୍ତ୍ର ନଥିବାରୁ ଦୁଷ୍କର୍ମ କରାଯାଇଥିବା ନେଇ ମଦ୍ୟ ସନ୍ଦେହ କରିଛି ପୋଲିସ । ତେବ ଯୁବତୀଙ୍କୁ ଗଳା କାଟି ବୀଭତ୍ସ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି । ଏନେଇ ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ଜୋରଦାର ତଦନ୍ତ ଚଳାଇଛି ।

ହତ୍ୟାକାଣ୍ଡରେ ସଂପୃକ୍ତ ଜଣେ ତାନ୍ତ୍ରିକକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ତାନ୍ତ୍ରିକର ବୟାନ ମଧ୍ୟ ପୋଲିସ ରେକର୍ଡ କରିଛି । ଆଶର୍ଯ୍ୟଜନକ କଥା ହେଉଛି ନିଜ ଝିଅର ହତ୍ୟା ପାଇଁ ଛାତ୍ରୀଙ୍କ ମାଆ ସୁପାରୀ ଦେଇଥିବା ପୋଲିସ ନିକଟରେ ବୟାନ ଦେଇଛି ଅଭିଯୁକ୍ତ । ସୂଚନା ଅନୁସାରେ, ଛାତ୍ରୀ ଜଣଙ୍କ ସମଲିଙ୍ଗୀ ହୋଇଥିବାବେଳେ ନିଜର ସହପାଠୀଙ୍କ ସହ ତାଙ୍କର ସମ୍ପର୍କ ରହିଥିଲା । ଏପରିକି ସେ ତାଙ୍କୁ ବିବାହ କରିବାକୁ ଯୋଜନା ମଧ୍ୟ କରିଥିଲେ । ଏନେଇ ପରିବାରଲୋକେ ଖବର ପାଇବା ପରେ ବହୁ ବାରଣ କରିବା ସତ୍ତ୍ୱେ ସେ ନିଜ ଜିଦରେ ଅଟଳ ରହିଥିଲେ ।

ତେବେ ଲୋକ ଲଜ୍ଜା ଭୟରେ ବାଧ୍ୟ ହୋଇ ଏଭଳି ନିଷ୍ପତ୍ତି ନେଇଥିଲେ ଯୁବତୀଙ୍କ ମାଆ । ତନ୍ତ୍ର ସାଧନ କରି ଝିଅକୁ ବଶ କରିବାକୁ ପ୍ରଥମେ ତାନ୍ତ୍ରିକର ସାହାଯ୍ୟ ନେଇଥିଲେ ମହିଳା । ହେଲେ କୌଣସି ସୁଫଳ ନମିଳିବାରୁ ମହିଳା ଜଣକ ଝିଅର ହତ୍ୟା ପାଇଁ ସୁପାରୀ ଦେଇଥିଲେ । ତେବେ ପ୍ରଥମ ପର୍ଯ୍ୟାୟରେ ତାନ୍ତ୍ରିକ ଜଣଙ୍କ ମହିଳାଙ୍କଠାରୁ ୫ହଜାର ଟଙ୍କା ନେଇଥିବା ସ୍ୱୀକାର କରିଛି । ତେବେ ଅବଶିଷ୍ଟ ରାଶି କାମ ହେବା ପରେ ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ସୁପାରୀ ଅନୁସାରେ ତାନ୍ତ୍ରିକ ଜଣକ ତନ୍ତ୍ର ବିଦ୍ୟା ପ୍ରୟୋଗ କରି ଛାତ୍ରୀଙ୍କ ଲିଙ୍ଗ ପରିବର୍ତ୍ତନ କରିବାକୁ ତାଙ୍କୁ ପ୍ରବର୍ତ୍ତାଇଥିଲା । ପରେ ଶାରୀରିକ ଅତ୍ୟାଚାର କରିବା ସହ ଗଳାକାଟି ହତ୍ୟା କରିଥିବା ଜଣାପଡିଛି । ହତ୍ୟାକାଣ୍ଡରେ ପୋଲିସ ଜଣେ ତାନ୍ତ୍ରିକକୁ ଗିରଫ କରିଥିବାବେଳେ ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ଜଣା ପଡିଛି । ତେବେ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଥିବାବେଳେ ମୃତକଙ୍କ ସମ୍ପର୍କୀୟ ଏବଂ ସହପାଠୀଙ୍କୁ ମଧ୍ୟ ପଚରାଉଚରା କରିବା ସହ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking