33.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଭାରତକୁ ଡ୍ରାଗନର କାଉଣ୍ଟର; ଏଲ୍‌ଏସିରେ ପଇଁତରା ମାରୁଛି ଚୀନ ସେନା

ଭାରତକୁ ଡ୍ରାଗନର କାଉଣ୍ଟର; ଏଲ୍‌ଏସିରେ ପଇଁତରା ମାରୁଛି ଚୀନ ସେନା

ନୂଆଦିଲ୍ଲୀ: ଭାରତ-ଚୀନ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ର ନିକଟବର୍ତ୍ତୀ ହେଉଛନ୍ତି ଚୀନ ସେନା ଦ୍ୱାରା ନିଯୁକ୍ତ ହୋଇଥିବା ତୀବ୍ୱତୀୟ ଟ୍ରୁପ । ଡ୍ରାଗନ ସେନାର ସୀମା ପାଟ୍ରୋଲିଂ ୟୁନିଟ ଭାବେ ଏମାନେ ଅରୁଣାଚଳ ପ୍ରଦେଶ ଓ ଲଦାଖ ନିକଟରେ ଏଲଏସି ନିକଟବର୍ତ୍ତୀ ଏରିଆରେ ଦୃଶ୍ୟମାନ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ଗତିବିଧି ନେଇ ଉପରେ ଭାରତୀୟ ସୁରକ୍ଷା ବଳ କଡା ନଜର ରଖିଛି । ଉଚ୍ଚତମ କ୍ଷେତ୍ରରେ ନିୟନ୍ତ୍ରଣ ରେଖା ନିକଟରେ ପାଟ୍ରୋଲିଂ ପାଇଁ ଏମାନେ ଡ୍ରାଗନ ସେନାକୁ ସହଯୋଗ କରିବା ପାଇଁ ଚୀନ ଦ୍ୱାରା ନିଯୁକ୍ତ ହୋଇଥିଲେ । ୨୦୨୦ ରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ର ଗଲୱାନ ଘାଟିରେ ଭାରତ-ଚୀନ ସେନା ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ପରେ ଚୀନ ଏହି ପଦକ୍ଷେପ ଗ୍ରହଣ କରିଥିଲା ।

ଚୀନ ସେନାକୁ ଉଚ୍ଚତମ ତଥା ପ୍ରତିକୂଳ ସ୍ଥିତିରେ ସହଯୋଗ କରିବା ପାଇଁ ଚୀନ ଏହି ତିବ୍ୱତୀୟ ସନୈଙ୍କୁ ନିଯୁକ୍ତି ଦେବା ଆରମ୍ଭ କରିଥିଲା । କାରଣ ଭୌଗଳିକ ଦୃଷ୍ଟିରୁ ଏମାନେ ପାର୍ବତ୍ୟାଞ୍ଚଳରେ ସକ୍ରିୟ ଭାବେ କାର୍ଯ୍ୟ କରିପାରନ୍ତି । ଉଚ୍ଚତମ ତଥା ଅହ୍ୱାନପୂର୍ଣ୍ଣ ଏରିଆରେ କାର୍ଯ୍ୟ କରିବାରେ ଚୀନ ସୈନ୍ୟମାନଙ୍କ ଅଭିଜ୍ଞତା ପ୍ରାୟତଃ ନାହିଁ । ଭାରତୀୟ ସେନାର ପାହାଡି କ୍ଷେତ୍ରରେ କାର୍ଯ୍ୟ କରିବାରେ ବେଶ ଅଭିଜ୍ଞତା ରହିଛି । ଭାରତୀୟ ସୀମାନ୍ତ ଫୋର୍ସରେ ତିବ୍ଦତୀୟ ଟ୍ରୁପ ମଧ୍ୟ ସାମିଲ ରହିଛି । ସେନା ସହ ଏମାନେ କୈଳାଶ ପାର୍ବତ୍ୟାଞ୍ଚଳ ରେଞ୍ଜରେ ସଫଳତାର ସହ କାର୍ଯ୍ୟରତ ଅଛନ୍ତି ।

ତେଣୁ ଚୀନ ମଧ୍ୟ ଏହି ରଣନୀତି ନିଜ ସେନା ପାଇଁ ମଧ୍ୟ ଆପଣାଇଛି । ଭାରତୀୟ ସେନା ପରି ଭୌଗଳିିକ ଦୃଷ୍ଟିରୁ ପାର୍ବତ୍ୟାଞ୍ଚଳ ସହ ଖାପଖୁଆଇ ପାରୁଥିବା ତିବ୍ଦତୀୟ ସୈନ୍ୟଙ୍କୁ ସେନାରେ ନିଯୁକ୍ତି ଦେଇ ଲଦାଖ ଓ ଅରୁଣାଚଳ ପ୍ରଦେଶ ସଲଗ୍ନ ପ୍ରତିକୂଳ ପାର୍ବ୍ୟତାଞ୍ଚଳରେ ପ୍ରକୃତ ନିୟନ୍ତ୍ରଣ ରେଖାରେ ନିୟୋଜିତ କରିଛି । ୨୦୨୦ ଗଲୱାନ ସଂଘର୍ଷ ପରେ ଉଭୟ ଦେଶର ସେନା ମଧ୍ୟରେ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହିଥିଲା । ଉଭୟ ସେନା ପକ୍ଷରୁ ନିୟନ୍ତ୍ରଣ ରେଖାରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଥିଲ । ଉଭୟ ସେନା ମଧ୍ୟରେ ଏକାଧିକ ରାଉଣ୍ଡରେ କମାଣ୍ଡରସ୍ତରୀୟ ଆଲୋଚନା ପରେ କିଛି ଉତ୍ତେଜନାପୂର୍ଣ୍ଣ ପୋଷ୍ଟରୁ ଉଭୟ ଦେଶ ସେନା ମଧ୍ୟ ପ୍ରତ୍ୟାହାର କରିଛନ୍ତି । ହେଲେ ଏବେ ମଧ୍ୟ ଉଭୟ ଦେଶର ସେନା ମଧ୍ୟରେ ଉତ୍ତେଜନା ସମ୍ପୂର୍ଣ୍ଣ ପ୍ରଶମିତ ହୋଇନି । ୨୦୨୦ ରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ଭାରତୀୟ ସେନାର ୨୦ ଯବାନ ଶହୀଦ ହୋଇଥିଲେ । ଚୀନ ସେନାର ମଧ୍ୟ ବହୁ ଯବାନ ନିହତ ହୋଇଥିଲେ ସୁଦ୍ଧା ଏହାକୁ ଅସ୍ୱୀକାର କରିବା ସହ ତଥ୍ୟ ଲୁଚାଇ ଆସିଛି ଡ୍ରାଗନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking