30.1 C
Bhubaneswar
Saturday, May 18, 2024
Homeଓଡିଶା୯ ମାସର ଶିଶୁପୁତ୍ରକୁ ଧରି କୂଅକୁ ଡେଇଁଲା ମା’

୯ ମାସର ଶିଶୁପୁତ୍ରକୁ ଧରି କୂଅକୁ ଡେଇଁଲା ମା’

ନରସିଂହପୁର: ୯ ମାସର ଶିଶୁପୁତ୍ରକୁ ଧରି କୂଅକୁ ଡେଇଁଲା ମା’ । କୂଅରେ ପଡ଼ି ଶିଶୁପୁତ୍ରର ମୃତ ହୋଇଥିବା ବେଳେ ଅଗ୍ନିଶମ ବାହିନୀ ଦ୍ୱାରା ମା’କୁ ଉଦ୍ଧାର କରାଯାଇଛି । କଟକ ଜିଲ୍ଲାର ନରସିଂହପୁର ବ୍ଲକ ବାଲିସାହି ନୂଆଗାଁ ଖମାରରେ ଆଜି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି । ମହିଳା ଜଣକ ଏକ ପରିତ୍ୟକ୍ତ କୂଅକୁ ଶିଶୁକୁ ଧରି ଡେଇଁ ପଡ଼ିବା ପରେ ଲୋକେ ନରସିଂହପୁର ଅଗ୍ନିଶମ ବାହିନୀକୁ ଉଦ୍ଧାର କାର୍ଯ୍ୟ ନିମନ୍ତେ ସହାୟତା ଲୋଡ଼ିଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ମହିଳା ଓ ଶିଶୁ ପୁତ୍ରକୁ କୂଅ ଭିତରୁ ଉଦ୍ଧାର କରି ବାହାରକୁ ଆଣିଥିଲା । ସେତେବେଳକୁ ଶିଶୁପୁତ୍ରର ମୃତ୍ୟୁ ହୋଇଯାଇଥିଲା ।

ତେବେ ମହିଳାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ଯୋଡୁମୁଁ ଥାନା ଭାରପ୍ରାପ୍ତ ଅଧିକାରୀ ଶରତ ଚନ୍ଦ୍ର ସେଠୀ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି । କ’ଣ ପାଇଁ ମହିଳା ଜଣକ ଏହି କାଣ୍ଡ ଘଟାଇଲେ ତାହାର ତଦନ୍ତ ଚାଲିଛି ବୋଲି ଶ୍ରୀ ସେଠୀ କହିଛନ୍ତି । ମହିଳାଙ୍କ ଶାଶୂଙ୍କ କହିବା କଥା, ପୁଅ ଅନୁଗୁଳରେ ଚାକିରି କରିଛି । ଆଜି ଘରକୁ ଆସିବାର ଥିଲା । ହେଲେ କମ୍ପାନୀ ଛୁଟି ନଦେବାରୁ ଘରକୁ ଆସିପାରି ନଥିଲା । ଏନେଇ ବୋହୂକୁ ଫୋନ୍ କରି ଜଣାଇଥିଲା । ହେଲେ କହିଁକି ସ୍ୱାମୀ ଆସିଲାନି ବୋଲି କଥାକୁ ଧରି ମନମାରି ବସିଥିଲା ବୋହୂ । ହଠାତ୍ କ’ଣ ହେଲା କେଜାଣି କେହି କିଛି ବୁଝିବା ପୂର୍ବରୁ ଶିଶୁକୁ ଧରି କୂଅକୁ ଡେଇଁ ପଡ଼ିଥିବା ଶାଶୂ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking