34.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଦେଢବର୍ଷର ଝିଅ ସହ ନିଜେ ଏସିଡ୍ ପିଇଲା ମା’....

ଦେଢବର୍ଷର ଝିଅ ସହ ନିଜେ ଏସିଡ୍ ପିଇଲା ମା’….

ଗାନ୍ଧୀନଗର: ଦିନକୁ ଦିନ ବଢିବାରେ ଲାଗିଛି ଆତ୍ମହତ୍ୟା କେସ । ଏହାରି ମଧ୍ୟରେ ଆତ୍ମହତ୍ୟା ସୁରଟରୁ ଆସିଛି ଲୋମଟାଙ୍କୁରା ଆତ୍ମହତ୍ୟା ଘଟଣା । ସୁରଟରେ ଏକ ମା‘ ନିଜ ଦେଢ ବର୍ଷର ଝିଅ ସହ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛି । ସୁରଟର ପାଣ୍ଡେସରା ଅଞ୍ଚଳରେ ଏପରି ଘଟଣା ଘଟିଥିବା ବେଳେ ଆତ୍ମହତ୍ୟା କିରବା ପଛର କାରଣ ଖୋଜୁଛି ପୋଲିସ । ତେବେ ଘଟଣାରେ ଉଭୟ ମା‘ଓ ଝିଅଙ୍କ ଅବସ୍ଥା ଭଲ ଥିବା ସୂଚନା ଦେଇଛି ପୋଲିସ । ପୋଲିସର ସୂଚନା ଅନୁଯାୟୀ, ସୁରଟର ପାଣ୍ଡେସରାର ଗଣେଷ ନଗରେର ନିବାସୀ ବଲବୀର କେବଟ ଫ୍ୟାକ୍ଟିରେ କାମ କିର ନିଜ ଏବଂ ନିଜ ପରିବାରର ଗୁଜୁରାଣ ମେଣ୍ଟାଏ । ବଲବୀରର ପତ୍ନୀ ମଞ୍ଜୁ ନିଜ ଦେଢ ବର୍ଷର ଝିଅ ଶୀଖାକୁ ଏସିଡ ଦେବା ପରେ ନିଜେ ମଧ୍ୟ ଏସିଡ ପିଇ ଜୀବନ ହାରିବକୁ ଚେଷ୍ଟା କରିଥିଲା । ଏସିଡ ପିଇବା ପେର ମଞ୍ଜୁ ଓ ଶୀଖାଙ୍କ ଚିଲେଇବା ଆରମ୍ଭ କରିଥିଲେ ।

ଘରୁ ପାଟି ଶୁଣି ଗାଁ ଲୋକେ ଧାଇଁ ଆସିଥିଲେ । ଘଟଣା ସ୍ଥାନୀୟ ଲୋକ ଜାଣିବା ମାତ୍ରେ ତୁରନ୍ତ ସେମାନେ ଆମ୍ବୁଲାନ୍ସକୁ ଫୋନ କିରଥିଲେ । ୧୦୮ ଆସିବା ପରେ ମା’ ଓ ଝିଅକୁ ନୂଆ ସିଭିଲ ହସ୍ପିଟାଲକୁ ନେଇ ଯାଇଥିଲା । ବର୍ତ୍ତମାନ ଉଭୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।ସୂଚନା ଆନୁଯାୟୀ, ଉଭୟ ମା‘ ଓ ଝିଆର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରିହିଛି । ଦେହରେ ଏସିଡ ମାତ୍ରା କମା କରାଯାଇଛି । ଉଭୟଙ୍କୁ ଗଳାରେ ଏବଂ ପେଟରେ ଯନ୍ତ୍ରଣାକୁ କମ୍ କରାଯଇଛି । ଦୁହେଁ ଏବେ ମଧ୍ୟ ଆଇସିୟୁରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଅନ୍ୟପକ୍ଷରେ ପାଣ୍ଡେସରା ପୋଲିସ ମଧ୍ୟ ଏ ବାବଦରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆତ୍ମହତ୍ୟାର କାରଣ କ‘ଣ ସେନେଇ ମା’ଙ୍କ ବିବୃତ୍ତି ନେବା ପରେ ଜଣା ପଡିବ ବୋଲି ପୋଲିସ କହିଛି ।

ପାଣ୍ଡେସରା ପୋଲିସ କନେଷ୍ଟବଳ ଅନିଲ ସିଂ କହିଛନ୍ତି, ଏହି ଘଟଣା ରବିବାର ଅପରାହ୍ନରେ ଘଟିଥିଲା । ଆମେ ସିଭିଲ ପୋଲିସ୍ ପୋଷ୍ଟରୁ ଏହି ବାବଦରେ ସୂଚନା ପାଇଥିଲୁ । ବର୍ତ୍ତମାନ ଏହି ପ୍ରସଙ୍ଗରେ ବଲବୀର କେବଟଙ୍କ ବିବୃତ୍ତି ନିଆଯାଇଛି । ତାଙ୍କ ପତ୍ନୀ କାହିଁକି ନିଜ ଝିଅ ସହିତ ମିଶି ଆତ୍ମହତ୍ୟା କରିବାକୁ ଚେଷ୍ଟା କଲେ ସେ ମଧ୍ୟ ଜାଣି ନାହାଁନ୍ତି ବୋଲି କହିଛନ୍ତି । ତେବେ ପାରିବାରିକ କଳହ କାରଣରୁ ଏପରି ଘଟଣା ଘଟିଥାଇ ପାରେ ବୋଲି ଆନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking