29.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶଭବିଷ୍ୟତରେ ଏହି ସବୁ ଦେଶରେ ହିଟ୍ ୱେଭ୍ ନେଇପାରେ ଅନେକ ଜୀବନ

ଭବିଷ୍ୟତରେ ଏହି ସବୁ ଦେଶରେ ହିଟ୍ ୱେଭ୍ ନେଇପାରେ ଅନେକ ଜୀବନ

ଲଣ୍ଡନ: ହିଟ୍ ୱେଭ୍ ଯୋଗୁଁ କେବଳ ମରୁଡି ନୁହେଁ ବଂର ସାମାଜିକ –ଆର୍ôଥକ ବିକାଶ, ଜନସଂଖ୍ୟା, ଶକ୍ତି ଓ ସ୍ୱାସ୍ଥ୍ୟ ସମ୍ପର୍କିତ ସୁବିଧା ଉପରେ ସିଧା ପ୍ରଭାବ ପଡିଥାଏ । ତେଣୁ ଇଂଲଣ୍ଡର ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଭବିଷ୍ୟତରେ ଏଭଳି କେଉଁ ଦେଶ ରହିଛି, ଯେଉଁଠି ହିଟ୍ ୱେଭ୍‌ର ପ୍ରଭାବ ସବୁଠାରୁ ଅଧିକ ରହିବ? ଯେପରିକି ପୂର୍ବରୁ ହିଁ ସୁରକ୍ଷା ଉପାୟ କରିହେବ । ହିଟ୍ ୱେଭ୍‌ର ସିଧା ଓ ସବୁଠାରୁ ଅଧିକ ପ୍ରଭାବ ଆଫଗାନିସ୍ତାନ, ପାପୁଆ ନ୍ୟୁ ଗିନି ଓ ମଧ୍ୟ ଆମେରିକା ଉପରେ ପଡିବ । ବେଜିଂ ଓ ମଧ୍ୟ ୟୁରୋପ ମଧ୍ୟ ପ୍ରଭାବିତ ହେବ । ଏହି ଦେଶର ବହୁ ଲୋକେ ହିଟ୍ ୱେଭ୍ ଦ୍ୱାରା ପ୍ରଭାବିତ ହେବେ । ଦେହ ଖରାପ ହେବା ସହିତ ମୃତ୍ୟୁ ହେବାର ଆଶଙ୍କା ରହିଛି ।

ରିସର୍ଚ୍ଚରମାନେ ନିଜ ଷ୍ଟଡିରେ ଲେଖିଛନ୍ତି, ସାଧରଣତଃ ସେହି ସବୁ ଦେଶ ବିପତ୍ତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ଦରକାର, ଯାହାକୁ ସେ ସହ୍ୟ କରିସାରିଛନ୍ତି । ସେଠାରେ ହିଟ୍ ୱେଭ୍‌ର ମାତ୍ରା ହଠାତ ବଢିବ । ଏଥିପାଇଁ ଯେକୌଣସି ଦେଶ ପ୍ରସ୍ତୁତ ହୋଇନଥାଏ । କାରଣ ମଣିଷ ପାଇଁ ବଦଳି ଯାଉଥିବା ଜଳବାୟୁ ହିଁ କ୍ଷତି କରିପାରେ । ଏହି ଷ୍ଟଡିରେ ଦୁନିଆର ୧୩୬ଟି ଅଞ୍ଚଳକୁ କଭର କରାଯାଇଛି । ଏଥିରେ ୩୧ ପ୍ରତିଶତ ଅଞ୍ଚଳ ରହିଛି, ଯେଉଁଠି ଏକ୍ସଟ୍ରୀମ୍ ହିଟୱେଭ୍ ଘଟଣା ରହିବ । କାରଣ ଏହି ସ୍ଥାନରେ ଗତ ୬୦ ବର୍ଷ ହେବ ଲଗାତାର ତାପମାତ୍ରା ବଢିବାରେ ଲାଗିଛି । ତାହା ଗରମ ପାଗ ହେଉ କିମ୍ବା ଶୀତ ଦିନ ସେଠାରେ ତାପମାତ୍ରା ବଢିକି ଥାଏ । ଇଂଲଣ୍ଡ ସ୍ଥିତ ୟୁନିଭର୍ସିଟି ଅଫ୍ ବ୍ରିଷ୍ଟଲର କ୍ଲାଇମେଟ୍ ସାଇଣ୍ଟିଷ୍ଟ ଭିକି ଥମ୍ପସନ୍ କୁହନ୍ତି ଯେ, ହିଟ୍ ୱେଭ୍ ଆସିବାର ମାତ୍ରା ଓ ତୀବ୍ରତା ବଢିବାରେ ଲାଗିଛି । ଆମକୁ ଏଥିପାଇଁ ପ୍ରସ୍ତୁତ ରହିବା ଦରକାର । ଆମେ କିଛି ଅଞ୍ଚଳର ଚିହ୍ନିଁଥାଉ, ଯେଉଁଟି ଭବିଷ୍ୟତରେ ଭୟଙ୍କର ଗରମ ପଡିବ, କାରଣ ସେଠାରେ ଜନସଂଖ୍ୟା ଦୃତ ଗତିରେ ବଢିବାରେ ଲାଗିଛି । ବିକାଶଶୀଳ ଦେଶ ରହିଛି, ଯେଉଁଠି ଦାରିଦ୍ୟ ରହିଛି । ଅଧିକ ତାପମାତ୍ରା ମୃତ୍ୟୁର କାରଣ ନୁହେଁ ବଂର ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking