30.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶକାର୍ ଭିତରେ ଶିକ୍ଷୟିତ୍ରୀଙ୍କ ସହ ଶାରୀରିକ ସମ୍ପର୍କରେ ଲିପ୍ତ ଥିବା ପୁଅକୁ ଧରିଲା ମା’....

କାର୍ ଭିତରେ ଶିକ୍ଷୟିତ୍ରୀଙ୍କ ସହ ଶାରୀରିକ ସମ୍ପର୍କରେ ଲିପ୍ତ ଥିବା ପୁଅକୁ ଧରିଲା ମା’….

ରାଲି: କାର୍ ଭିତରେ ହାଇସ୍କୁଲ୍ ଶିକ୍ଷୟିତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କରେ ଲିପ୍ତ ଥିବା ପୁଅକୁ ଆମେରିକୀୟ ପ୍ରଦେଶ ଉତ୍ତର କାରୋଲିନାର ଜଣେ ମାଆ ଏକ ଜନପ୍ରିୟ ତଥା ବିବାଦୀୟ ‘ଟ୍ରାକିଙ୍ଗ୍ ଆପ୍‌’ ସହାୟତାରେ ଧରିଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି । ‘ରଗ୍‌ବି’ ପ୍ରାକ୍ଟିସ୍ ମ୍ୟାଚ୍‌ରେ ପୁଅ ଅନୁପସ୍ଥିତ ରହୁଥିବା ଜାଣି ସନ୍ଦିହାନ ହୋଇପଡ଼ିଥିବା ମାଆ ତା’ର ‘ଡିଭାଇସ୍‌’ରେ ‘ଲାଇଫ୍‌୩୬୦’ ନାମକ ‘ଟ୍ରାକିଙ୍ଗ୍ ଆପ୍‌’ ଇନ୍‌ଷ୍ଟଲ୍ କରିଥିଲେ । ସେଥିରୁ ଜଣାଗଲା ‘ରଗ୍‌ବି’ ଖେଳକୁ ନ ଯାଇ ପୁଅ ସ୍ଥାନୀୟ ପାର୍କକୁ ଯାଇଛି । ତେଣୁ, ମାଆ ନିଜେ କାର୍ ଚଳାଇ ମେକ୍‌ଲେନ୍‌ବର୍ଗରେ ଥିବା ସେ ପାର୍କକୁ ଗଲେ । ଦେଖିଲେ ତାଙ୍କ ୧୮ ବର୍ଷିୟ ପୁଅ ଓ ‘ସାଉଥ୍ ମେକ୍‌ଲେନ୍‌ବର୍ଗ ହାଇସ୍କୁଲ୍‌’ର ୨୬ ବର୍ଷୀୟ ଶିକ୍ଷୟିତ୍ରୀ ଗାବ୍ରିଏଲା କାର୍ଟାୟା-ନିୟୁଫେଲ୍‌ଡ୍ ଗୋଟାଏ କାର୍ ଭିତରେ ଅସଂଯତ ଅବସ୍ଥାରେ ଅଛନ୍ତି ।

ତରୁନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣପୂର୍ବକ ପ୍ରମାଣ ସଂଗ୍ରହ କରିବାକୁ ଯାଇ ମାଆ ସେ କାର୍ ଓ ତା’ର ଲାଇସେନ୍‌ସ୍ ପ୍ଲେଟ୍‌ର ଫଟୋ ଉଠାଇଲେ । ତା’ପରେ ସମ୍ପୃକ୍ତ ସରକାରୀ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ଘଟଣା ବିଷୟରେ ସୂଚନା ଦେଲେ । ସମ୍ପ୍ରତି ସେ ଶିକ୍ଷୟିତ୍ରୀଙ୍କ ନାଁରେ ମାମଲା ଚାଲିଛି । ପୁଲିସ କହିଛି, ଶିକ୍ଷୟିତ୍ରୀଙ୍କ ସହିତ ପୁଅର ଅନୈତିକ ସମ୍ପର୍କ ବିଷୟରେ ମାଆ ଆଗରୁ ଉଡ଼ାଖବର ପାଇଥିଲେ । ଏହି ମାମଲାରେ ପ୍ରୋସିକ୍ୟୁଟର୍‌ମାନେ କହିଛନ୍ତି ଯେ, ବିଜ୍ଞାନ ଶିକ୍ଷୟିତ୍ରୀ କାର୍ଟାୟା-ନ୍ୟୁଫେଲ୍‌ଡ୍ କାର୍ ଭିତରେ, ଛାତ୍ରର ମାଆଙ୍କ ଘରେ ଓ ତାଙ୍କ ନିଜ ଘରେ ଶାରୀରିକ ସମ୍ବନ୍ଧ ରଖିଥିଲେ । ଉଭୟ ଛାତ୍ର ଓ ଶିକ୍ଷୟିତ୍ରୀଙ୍କୁ ଗିରଫ କରି ପୁଲିସ ଜେରା କରିଥିଲା । ତା’ପରେ ଶିକ୍ଷୟିତ୍ରୀଙ୍କୁ ଜେଲ୍ ପଠାଇଦିଆଯାଇଥିଲା । ନଭେମ୍ବର ମାସ ଶେଷଭାଗରେ ସେ ଜାମିନ ପାଇ ଜେଲ୍‌ରୁ ମୁକ୍ତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking