17.1 C
Bhubaneswar
Friday, December 27, 2024
Homeଓଡିଶାଗୁଣିଗାରେଡି ସନ୍ଦେହରେ ଛେଚା ଖାଇଲେ ମାଆ-ପୁଅ

ଗୁଣିଗାରେଡି ସନ୍ଦେହରେ ଛେଚା ଖାଇଲେ ମାଆ-ପୁଅ

ମୋହନା: ଗଜପତି ଜିଲ୍ଲା ମୋହନାଥାନା ଅନ୍ତର୍ଗତ ବଡଖଣି ଗ୍ରାମ ଖ୍ରୀଷ୍ଟିଆନ ସାହିରେ ଗ୍ରାମରେ ଏକ ବୈଠକ କରି ମାଆ ରମ୍ଭା ନାୟକ (୫୦) ଓ ପୁଅ କିଶୋରଚନ୍ଦ୍ର ନାୟକ (୩୦) କୁ ଡକାଯାଇଥିଲା । ବୈଠକ କିଛି ସମୟ ଚାଲିବାପରେ ସାହି ଲୋକ ପୁଅ-କିଶୋରକୁ ଗୋଡାଇଗୋଡାଇ ମାରିଥିବା ବେଳେ ପୁଅକୁ ରକ୍ଷାକରିବାକୁ ଯାଇ ମାଆକୁ ମଧ୍ୟ ସାହି ବାସୀ ନିର୍ଦ୍ଧୁମ ଛେଚି ଥିଲେ । ବିଶେଷ ସୂତ୍ରରୁ ଖବର ପାଇ ମୋହନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଆ ପୁଅକୁ ସେଠାରୁ ଉଦ୍ଧାର କରି ମୋହାନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାଆ ପୁଅଙ୍କ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ପାଠାଇଥିବା ଜଣାପଡିଛି । ଏନେଇ ରମ୍ଭାଙ୍କ ସାନଝିଅ ଶିବାନୀ ନାୟକ (୧୮) ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏକ ମାମଲା ରୁଜ୍ଜୁ କରି ୧୦ ରୁ ୧୨ ଜଣଙ୍କ ନାମରେ କେଶ ଦାୟର ହୋଇଛି । ଗ୍ରାମକୁ ଯାଇ ପୋଲିସ୍ ତଦନ୍ତ କରୁଥିବାବେଳେ ଅଭିଯୁକ୍ତମାନେ ଗ୍ରାମରୁ ଫେରାର ହୋଇଯାଇଛନ୍ତି । ରମ୍ଭା କହିବା ପ୍ରକାରେ ନିଜ ପୁଅର ଦେହ ଅସୁସ୍ଥ ରହୁଥିବାରୁ ନିକଟସ୍ଥ ଗ୍ରାମର ଜାନୀ ପାଖକୁ ଯାଇ ଝଡ଼ାଫୁଙ୍କା କରୁଥିଲେ । ଦେହ ସୁସ୍ଥ କରାଇବା ପାଇଁ ଜାନୀ କୁକୁଡା, ଛୋଟ ଘୁଷୁରି ଓ କିଛି ପୂଜା ସାମଗ୍ରୀ ଦେବା ପାଇଁ କହିଥିଲେ । ସମସ୍ତ ସାମଗ୍ରୀ ଯୋଗାଡ କରି ଜାନୀଙ୍କ ନିକଟରେ ପହଞ୍ଚାଇବା ବେଳେ ସାହି ବାସିନ୍ଦା ସନ୍ଦେହ କରି ମାଆ ଓ ପୁଅ ଗୁଣିଗାରେଡି ଶିଖୁଥିବା ନେଇ ନିର୍ଦ୍ଧୁମ ଛେଚିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking