27.1 C
Bhubaneswar
Thursday, April 25, 2024
Homeଏକ୍ସକ୍ଲୁସିଭ୍ଜୟ ହୋ ହକି :ଅରବିନ୍ଦଦାସ

ଜୟ ହୋ ହକି :ଅରବିନ୍ଦଦାସ

 ଶ୍ରୀମତୀଙ୍କ ହାତରେ ନୂଆ ହକି ଷ୍ଟିକ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଅଜୟ ବାବୁ।

– ଏଇଟା କେଉଁଠୁ ପାଇଲ ?”

– ପ୍ରାଇଜରେ ମିଳିଲା।ଟୋକିଓ ଅଲମ୍ପିକରେ ଆମ ଭାରତୀୟ ପୁରୁଷ ଓ ମହିଳା ଉଭୟ  ହକି ଦଳ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି  ବୋଲି  ଗୋଟେ ଟିଭି ଚ୍ୟାନେଲ ବାଲା ବିଭିନ୍ନ ଛକ ରେ ସେମାନଙ୍କ ପ୍ରଚାର ଗାଡ଼ି ରଖି  କୁଇଜ କମ୍ପିଟିସନ କରୁଛନ୍ତି। ଆମ ଛକ ପାଖରେ କରିଥିବା କମ୍ପିଟିସନରେ ମୁଁ ଫାଷ୍ଟ ପ୍ରାଇଜ ପାଇଲି।

ଖୁସି ହୋଇ ଅଜୟ ବାବୁ ପଚାରିଲେ

-“କେତେଜଣ ମିଶିଥିଲେ ଆଉ ପ୍ରଶ୍ନ କଣ ଥିଲା ?”

– ଆମେ ଚାରିଜଣ ଥିଲୁ। ସାହୁ ବାବୁଙ୍କ ସ୍ତ୍ରୀ,ମହାନ୍ତି ବାବୁଙ୍କ ସ୍ତ୍ରୀ ଓ ନାୟକ ବାବୁଙ୍କ ସ୍ତ୍ରୀ ଓ ମୁଁ।ପ୍ରଶ୍ନ ଥିଲା “ଭାରତ’ର ଜାତୀୟ ଖେଳ କଣ ?”

– ଆଛା,ତୁମେ ସବା ଆଗେ ଉତ୍ତର ଦେଇଦେଲ।”

– ନା, ପ୍ରଥମେ ସାହୁ ବାବୁଙ୍କ ସ୍ତ୍ରୀ କହିଲେ, “କ୍ରିକେଟ”,ମହାନ୍ତି ବାବୁଙ୍କ ସ୍ତ୍ରୀ କହିଲେ “କବାଡ଼ି”,ଆଉ ନାୟକ ବାବୁଙ୍କ ସ୍ତ୍ରୀ କହିଲେ,”ଫୁଟବଲ”।”

ଆନନ୍ଦରେ ଗଦଗଦ ହୋଇ ଅଜୟ ବାବୁ କହିଲେ,

-“ତମେ ଠିକ୍ ଉତ୍ତର କେମିତି ଦେଲ ?”

– ସେମାନେ ପରା ଚାରିଟା ଅପସନ ଦେଇଥିଲେ।ମୋ ବେଳକୁ ଖାଲି ହକି  ହିଁ ଥିଲା।ବାଧ୍ୟ ହୋଇ ହକି ବୋଲି କହିଲି।ଆଛା, ହକି କେବେଠୁ ଆମ ଜାତୀୟ ଖେଳ ହେଲା ?କ୍ରିକେଟ ବୋଲି ମୁଁ ବି ଭାବୁଥିଲି।”

ଚମକି ପଡି ଅଜୟ ବାବୁ କହିଲେ,

-ଛିଃ, ଛିଃ, ତମର ସାଧାରଣ ଜ୍ଞାନ ତଥା ଖେଳ ଉପରେ କିଛି ବି ଧାରଣା ନାହିଁ।ଜି କେ ବହି କିମ୍ବା ପତ୍ର ପତ୍ରିକା କେବେ ପଢ଼ିବନି।ଟିଭିରେ ନିଉଜ ନଦେଖି ସିରିଏଲ ଦେଖିବ।ହ୍ଵାଟ୍ସଆପ, ଫେସବୁକରେ ମାତୁଛ।”

ବିରକ୍ତ ହୋଇ ସତ୍ୟଭାମା କହିଲେ,

-ତମେ ତ ନିଉଜ ଦେଖିକି ଯେମିତି ସବୁ କମ୍ପିଟେସନ ଜିତୁଛ ?ଆଜି ଯାଏଁ କେତେଟା ପ୍ରାଇଜ ପାଇଛ କହିଲ ?କେ ବି ସି ରେ ପରା ଆଜିଯାଏଁ ସିଲେକ୍ଟ ହୋଇ ପାରୁନ।ଆମ ମହିଳାଙ୍କ ଖୁଣ ବାହାର କରିବାକୁ ଖାଲି କହିଥିବ।”

ନିରବି ଗଲେ ଅଜୟ ବାବୁ।ମନେମନେ ଭାବିଲେ,ଏସବୁ ଜିନିଷ ପାଇଁ ସ୍ତ୍ରୀଙ୍କୁ ଦୋଷ ବା କାହିଁକି ଦେବେ ?କ୍ରିକେଟ’ର ପ୍ରଚାର,ପ୍ରସାର ଯେଭଳି ହେଉଛି ଅନ୍ୟ ଖେଳକୁ ସେପରି ପୃଷ୍ଟ ପୋଷକତା କେଉଁଠୁ ଦିଆ ଯାଉଛି?

ଟିକେ ଖୁସି ସ୍ୱରରେ ସତ୍ୟଭାମା କହିଲେ,

-“ଏଣିକି ସବୁଦିନ ସକାଳୁ ମର୍ଣ୍ଣି ୱାକରେ ଗଲାବେଳେ ଏଇ ହକି ଷ୍ଟିକ ନେଇ ଯିବି।”

– କାହିଁକି ଏ ହକି ଷ୍ଟିକଟା ସକାଳୁ  ତୁମେ ବୋହିକି ନେବ?ହକି ଖେଳିବ ନା କଣ ? ଅଲମ୍ପିକ ସରିଗଲେ ସମସ୍ତେ ହକିକୁ ପୁଣି ଭୁଲିଯିବେ।”

– ଏଇ ହକି ଷ୍ଟିକ ବହୁତ କାମରେ ଆସିବ।ବଙ୍କୁଲି ବାଡ଼ି ଭଳି ହୋଇଛି, ତେଣୁ ୱାକିଂ ଷ୍ଟିକ ର କାମ ଦେବ।ବୁଲା କୁକୁର,ଷଣ୍ଢଙ୍କୁ ଆଡେଇ ହେବ।ରାଜଧାନୀରେ ଚୋର ,ବଦମାସ ଙ୍କୁ ଏଇଥିରେ ପାନେ ଦେଇ ବି ହେବ।ସିନେମାରେ ଦେଖିନ,

ହକିଷ୍ଟିକ’ରେ କେମିତି ଗୁଣ୍ଡାକୁ ବାଡୋଉଥିଲା ଗୋଟେ ଝିଅ ?ଭୋରୁ ଆମେ ଟିକେ ନିରାପଦ ହୋଇ ଚାଲିବୁ।ଆଉ ସବୁଠୁ ମଜା କଥା କଣ ଜାଣିଛ ?”

ଆବାକାବା ହୋଇ ଅଜୟ ପଚାରିଲେ,

– କଣ ?

– ସକାଳୁ ଆଉ ଛୋଟ ଆଙ୍କୁଡ଼ିଟା ସାଙ୍ଗରେ ନେବାକୁ ପଡିବନି।ଏଇ ହକି ଷ୍ଟିକରେ ବଢିଆ ଭାବେ ଫୁଲ ତୋଳି ହେବ।ଦେଖୁନ ପୁରା ବଙ୍କୁଲି ବାଡ଼ି ଭଳି ହୋଇଛି ।”

ପାଖରେ ଠିଆ ହୋଇଥିବା ଝିଅ ବିରକ୍ତ ହୋଇ ଚାଲି ଯାଉ ଯାଉ କହିଲା,

-“ଭଲ ହୋଇଛି,ହକି ଷ୍ଟିକ’ର ଏଭଳି ବ୍ୟବହାର ଦେଖିବା ପୂର୍ବରୁ ଧ୍ୟାନଚାନ୍ଦ ମରିଯାଇଛନ୍ତି।”

ସତ୍ୟଭାମା ଟିକେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ,

-“ଏ, ଧ୍ୟାନଚାନ୍ଦ ପୁଣି କିଏ ?”

ଟିକେ ଚିନ୍ତା କରି ଅଜୟ ବାବୁ କହିଲେ,

-” ଧ୍ୟାନଚାନ୍ଦ ବୋଧେ  ଆମ  ଦୂତି ଚାନ୍ଦ’ର ରିଲେଟିଭ ହୋଇଥିବ।”

(ଅରବିନ୍ଦ ଦାସ)

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking