27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶନିଶା ପାଇଁ ଦୁଇ ଛୁଆଙ୍କୁ ବିକ୍ରି କରିଦେଲେ ବାପା-ମା’

ନିଶା ପାଇଁ ଦୁଇ ଛୁଆଙ୍କୁ ବିକ୍ରି କରିଦେଲେ ବାପା-ମା’

ମୁମ୍ବାଇ : ନିଜ ପିଲାର ମଙ୍ଗଳ ପାଇଁ ବାପା ମା’ କିଛି ବି କରିପାରନ୍ତି । ପିଲାର ଭବିଷ୍ୟତ ପାଇଁ ନିଜର ଖୁସିକୁ ବାପା ମା’ ଭୁଲି ଯାଆନ୍ତି। ହେଲେ କେବେ ପିଲାମାନଙ୍କ ଜୀବନକୁ ବାଜି ଲଗାଇ ନିଜର ନିଶାକୁ କେବେ କୌଣସି ବାପା ମା ପୂରଣ କରନ୍ତି ନାହିଁ । ହେଲେ ନିଶାରେ ପାଗଳ ହୋଇ ଛୁଆ ବିକ୍ରି କରି ଡ୍ରଗ୍ସ ଖାଇଛନ୍ତି ବାପା ମା’ । ଫଳରେ ପୋଲିସ ମାସର ପିଲାକୁ ଉଦ୍ଧାର କରିବା ସହିତ ଅନ୍ୟ ୨ ବର୍ଷର ପିଲାକୁ ଖୋଜୁଛି । ଏହି ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଏମିତି ଘଟଣା ମୁମ୍ବାଇରେ ଘଟିଛି ।

ମୁମ୍ବାଇ କ୍ରାଇମବ୍ରାଞ୍ଚ ପୋଲିସ ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରି ତଦନ୍ତ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଭିଭାବକ ଶାବୀର ଏବଂ ସାନିଆ ଖାନ ଏବଂ ଶକିଲ ମାକ୍ରାନି ଅଛନ୍ତି। ଏଥିରେ ଏଜେଣ୍ଟ ସାଜି କମିଶନ ନେଇଥିବା ଉଷା ରାଠୋଡ଼ଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି । ଶାବୀର ଏବଂ ସାନିଆ ଡ୍ରଗ୍ସ ନିଶାରେ ଏକଦମ ପାଗଳ ହୋଇ ଯାଇଥିଲେ । ଡ୍ରଗ୍ସ ଖାଇବାକୁ ଟଙ୍କା ନ ପାଇବାରୁ ସେମାନେ ଦୁଇ ପିଲାଙ୍କୁ ବିକ୍ରି କରିବାକୁ ମନସ୍ତ କରିଥିଲେ । ଏଥିପାଇଁ ଉଷା ରାଠୋଡ଼ଙ୍କ ସହ ଯୋଗାଯୋଗ କରିଥିଲେ । ଉଷାଙ୍କ ୭୪ ହଜାରର ଡିଲ୍ ପରେ ମାସକର ଝିଅ ଏବଂ ଦୁଇ ବର୍ଷର ପୁଅକୁ ବିକ୍ରି କରି ଦେଇଥିଲେ ।

ପୁଅକୁ ୬୦ ହଜାର ଏବଂ ଝିଅକୁ ୧୪ ହଜାରରେ ବିକ୍ରି କରିଥିଲେ ଏହି ଦମ୍ପତି। ପୋଲିସ ଅନ୍ଧେରୀରୁ ଝିଅକୁ ଉଦ୍ଧାର କରିଥିବା ବେଳେ ପୁଅକୁ ଖୋଜାଖୋଜି କରୁଛି । ଦମ୍ପତିଙ୍କ ପରିବାର ଲୋକେ ପୋଲିସରେ ଅଭିଯୋଗ ଦେବା ପରେ ପୂରା ମାମଲା ସାମ୍ନାକୁ ଆସିଛି । ଶାବୀରଙ୍କ ଭଉଣୀ ଏନେଇ ନିଜେ ଭାଇଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ମାସକର ଝିଅକୁ ଉଦ୍ଧାର କରିଥିବା ବେଳେ ୨ ବର୍ଷର ପୁଅକୁ ଖୋଜୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking