29.1 C
Bhubaneswar
Saturday, July 27, 2024
Homeଅପରାଧପୂର୍ବ ଶତ୍ରୁତାରୁ ଗାଁରେ ଫୁଟିଲା ବୋମା

ପୂର୍ବ ଶତ୍ରୁତାରୁ ଗାଁରେ ଫୁଟିଲା ବୋମା

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ହରିପୁର ଗାଁରେ ଆଜି ସକାଳେ ବୋମାମାଡ଼ ହୋଇଛି। ଏଥିରେ ୨ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୋମାମାଡ଼ ପରେ ଜଣେ ବ୍ୟକ୍ତି ନିଖୋଜ ଥିବା ସୂଚନା ରହିଛି। ପୂର୍ବ ଶତ୍ରୁତା କାରଣରୁ ଏହି ବୋମାମାଡ ହୋଇଥିବା ଜଣାଯାଇଛି।

କିଛି ଦିନ ପୂର୍ବରୁ ହରିପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଆଜି ସକାଳେ ଗୋଟିଏ ଗୋଷ୍ଠୀର ଲୋକ ଆସି ଅନ୍ୟ ଗୋଷ୍ଠୀ ଉପରେ ବୋମା ମାଡ଼ କରିଥିଲେ। ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ବୋମାମାଡରେ ଦୁଇ ଜଣ ବ୍ୟକ୍ତି ଆହତ ହୋଇଥିଲା ବେଳେ ଗାଁର ଜଣେ ବ୍ୟକ୍ତି ନିଖୋଜ ଥିବା ଜଣାଯାଇଛି। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଆକ୍ରମଣକାରୀଙ୍କୁ ଧରିବାକୁ ଖୋଳତାଡ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking