ବଲାଙ୍ଗୀର: ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ପାଟିମାଲ ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି । ବିଷ ପାନ କରି ଗୋଟିଏ ପରିବାରର ମାଆ ଝିଅର ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଶିଶୁ ଗୁରୁତର ହୋଇ ଡ଼ାକ୍ତର ଖାନାରେ ଚିକିତ୍ସିତ ହେଉଥିବା ଜଣା ପଡିଛି । ମୃତକ ମାନେ ହେଲେ କଳାବତୀ ସାହୁ (୭୦) ଓ ଝିଅ ସନ୍ତୋସିନୀ ସାହୁ (୪୦) ଗୁରୁତର ଶିଶୁ (୬) ବୋଲି ଜଣା ଯାଇଛି । ସୂଚନା ଅନୁସାରେ ପାଟିମାଲ ଗାଁ ର ସନ୍ତୋସିନୀ ସାହୁ ବିଧବା ହେଲା ପରେ ଚାରି ଛୋଟ ଛୁଆକୁ ଧରି ନିଜ ବାପ ଘରେ ରହୁଥିଲେ । ଘରେ ବୃଦ୍ଧା ମାଆ କଳାବତୀ ସାହୁ ସାଙ୍ଗରେ ରହୁଥିବା ବେଳେ ତିନି ଶିଶୁ ବଲାଙ୍ଗିରର ଏକ ଆଶ୍ରମରେ ରହି ପାଠ ପଢ଼ୁଥିଲେ । ତେବେ ଛୋଟ ଶିଶୁ ପୁଅ (୬)ଙ୍କ ସହ ଉଭୟ ମାଆ ଝିଅ ରହୁଥିଲେ । ହେଲେ ଆଜି କୌଣସି କାରଣରୁ ମାଆ ଝିଅ ବିଷ ପାନ କରି ଆତ୍ମହତ୍ୟା କରିଥିବା ବେଳେ ଛୋଟ ଶିଶୁକୁ ମଧ୍ୟ ବିଷ ପିଆଇ ଦେଇଥିବା ଅନୁମାନ କରାଯାଉଛି । ଅପରାହ୍ନ ରେ ଶିଶୁ ଟି କାନ୍ଦ ବୋବାଲି ଛାଡିଲା ପରେ ପଡୋଶୀ ତଥା ସ୍ଥାନୀୟ ଲୋକ ଘଟଣା ସମ୍ପର୍କରେ ସୂଚନା ପାଇଥିଲେ। ପରେ ୱାଡ଼ ମେମ୍ବର ଓ ସରପଞ୍ଚ ଖପ୍ରାଖୋଲ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ଖପ୍ରାଖୋଲ ପୋଲିସ ଏସଆଇ ଜୟ ଶଙ୍କର ଆଚାର୍ଯ୍ୟ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ପଞ୍ଚନାମା କରିଥିଲେ । ଏହି ଅବସରରେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ସରପଞ୍ଚ ବୈଦ୍ୟନାଥ ମିଶ୍ର, ୱାର୍ଡ ମେମ୍ବର ଖଗେଶ୍ୱର ପୁଟେଲ , ମନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଏ ନେଇ ଖପ୍ରାଖୋଲ ଥାନ ରେ ଏକ ଅପ ମୃତ୍ୟୁ ମାମଲା ଚଲାଇ ଥିବା ବେଳେ ବିଷ ପାନ କରି ଆତ୍ମହତ୍ୟା କରିଥିବା ପୋଲସ ଏସଆଇ ଜୟ ଶଙ୍କର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି । କେଉଁ କାରଣରୁ ପରିବାର ର ତିନି ଜଣ ବିଷ ପାନ କଲେ ତାହା ତଦନ୍ତ ପରେ ଜଣା ପଡିବ ବୋଲି ପୋଲିସ କହିଛି ।