30.1 C
Bhubaneswar
Monday, May 20, 2024
Homeଓଡିଶାଚିଲିକାକୁ ଆସିଲେଣି ୭୭ ପ୍ରଜାତିର ୭୪ ହଜାରରୁ ଉର୍ଦ୍ଧ୍ବ ବିଦେଶାଗତ ପକ୍ଷୀ

ଚିଲିକାକୁ ଆସିଲେଣି ୭୭ ପ୍ରଜାତିର ୭୪ ହଜାରରୁ ଉର୍ଦ୍ଧ୍ବ ବିଦେଶାଗତ ପକ୍ଷୀ

ଟାଙ୍ଗୀ: ଶୀତ ଆସିଲେ ଚିଲିକାକୁ ବିଦେଶୀ ପକ୍ଷୀମାନଙ୍କର ଆଗମନ ହୋଇଥାଏ।  ଚିଲିକାରେ ଏବେ ବିଦେଶୀ ଅତିଥିଙ୍କର ଭିଡ଼ ଦେଖିବାକୁ ମିଳିଛି। ଶୀତ ଆରମ୍ଭ ହେଉଣୁ ଚିଲିକାକୁ ଆସିଲେଣି ୭୭ ପ୍ରଜାତିର ୭୪ ହଜାର ୩୨୨ ବିଦେଶୀ ପକ୍ଷୀ । ନଳବଣରେ ଅଛନ୍ତି ୭୭ ପ୍ରଜାତିର ୩୦ ହଜାର ୨୧୨ ପକ୍ଷୀ ।

ସେଥି ମଧ୍ୟରୁ ୟୁରୋସିଆନ ଓଏଜିନ ୧୬ ହଜାର, ଗଡ଼ୱାଲ ୧୨ ହଜାର, ପିନଟେଲ ୧୦ ହଜାର, ଶୋଭଲର ୬ ହଜାର, କମନ କୁଟ ୧୦ ହଜାର, ଗ୍ରେଟ ଫ୍ଲେମିଙ୍ଗ ଗୋ ୧୬୦ ଗୋଟି, ରୁଡି ସେଲଡ଼କ ୭୦୦ ଓ ଆଇବିଶ ପ୍ରଜାତିର ୨ ହଜାର ବିଦେଶୀ ପକ୍ଷୀ ଥିବା ସୂଚନା ଦେଇଛନ୍ତି ବାଲୁଗାଁ ବନ୍ୟ ପ୍ରାଣୀ ବନଖଣ୍ଡ DFO ଅମ୍ଲାନ ନାୟକ।ପକ୍ଷୀ ସୁରକ୍ଷା ପାଇଁ ୨୧ଟି ପକ୍ଷୀ ସୁରକ୍ଷା ଶିବିର ସହ ୪ ଘଣ୍ଟିଆ ପାଟ୍ରୋଲିଙ୍ଗ ବ୍ୟବସ୍ଥା କରାଯାଇଛି। ଏହା ସହ ମଙ୍ଗଳା ଯୋଡ଼ିରେ ବିଦେଶୀ ପକ୍ଷୀ ମାନଙ୍କର ଭିଡ଼ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ବନ୍ୟ ପ୍ରାଣୀ ବିଶାରଦ ମଧୁ ବେହେରା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking