28.1 C
Bhubaneswar
Friday, June 21, 2024
Homeଓଡିଶାଓଡ଼ିଶା ଛୁଇଁଲା ମୌସୁମୀ ବାୟୁ

ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ

ଭୁବନେଶ୍ୱର:  ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ । ସ୍ୱାଭାବିକ ସମୟର ୪ ଦିନ ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଛି । ଦକ୍ଷିଣ ଓଡ଼ିଶାର ମାଲକାନଗିରିର ଅଧିକାଂଶ ଅଞ୍ଚଳରେ ମୌସୁମୀ ସକ୍ରିୟ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି ।  ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ମୌସୁମୀ ସକ୍ରୀୟ ରହିଛି । ଗତ ୩୦ ତାରିଖରେ କେରଳ ଉପକୂଳ ଛୁଇଁଥିଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏହାର ୮ ଦିନ ପରେ ଆଜି ଓଡ଼ିଶାରେ ଏହା ପ୍ରବେଶ କରିଛି । ଏହା ପର୍ଯ୍ୟାୟ କ୍ରମେ ରାଜ୍ୟର ଅନ୍ୟ ଅଞ୍ଚଳରେ ପ୍ରବେଶ କରିବ ବୋଲି ପାଣଇପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏବେଠୁ ମୌସୁମୀ ରାଜ୍ୟରେ ପ୍ରବେଶ କରି ସାରିଥିବା ବେଳେ ଆଗକୁ ରହିଛି ରଜ ।  କୃଷି ପ୍ରଧାନ ରାଜ୍ୟ ଓଡ଼ିଶା ପାଇଁ ମୌସୁମୀ ଖୁବ୍ ଗୁରୁତ୍ୱପୂର୍ଣ । ଜୁନ୍ ଓ ଜୁଲାଇକୁ ମୌସୁମୀ ମାସ ରୂପେ ବିବେଚନା କରାଯାଏ । କାରଣ ଖରିଫ ଚାଷ ପାଇଁ ଏହି ମାସରେ ବିହନ ବୁଣାଯାଏ ।  ଚଳିତ ବର୍ଷ ଭଲ ମୌସୁମୀ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ପୁରା ଦେଶରେ ସ୍ୱାଭାବିକଠାରୁ ଅଧିକ ବର୍ଷିବା ଆକଳନ କରାଯାଉଛି । ମୌସୁମୀ ଧୀରେ ଧୀରେ ଆଗକୁ ବଢି ଜୁନ ୨୦ ତାରିଖ ସୁଦ୍ଧା ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ, ଲଦାଖ, ଉତ୍ତରାଖଣ୍ଡ, ମଧ୍ୟ ପ୍ରଦେଶର ବାକି ଥିବା ଅଞ୍ଚଳ ଓ ଗୁଜୁରାଟରେ ବାକି ଥିବା ଅଞ୍ଚଳରେ ପ୍ରବେଶ କରିବ । ଏହାପରେ ଜୁନ ୨୫ ତାରିଖରେ ମୌସୁମୀ ଲଦାଖ ଓ ହିମାଚଳ ପ୍ରଦେଶ ଛୁଇଁବ । ଏହି ସମୟ ମଧ୍ୟରେ ମୌସୁମୀ ଉତ୍ତର ପ୍ରଦେଶ, ଗୁଜୁରାଟ ଓ ମଧ୍ୟ ପ୍ରଦେଶର ବାକି ଥିବା ଅଞ୍ଚଳରେ ମଧ୍ୟ ପ୍ରବେଶ କରିବ । ଦିଲ୍ଲୀ, ହରିୟାଣା, ପଞ୍ଜାବ ଓ ରାଜସ୍ଥାନରେ ଜୁନ ୩୦ ସୁଦ୍ଧା ମୌସୁମୀ ବାୟୁ ପ୍ରବେଶ କରିବା ସହପରେ ରାଜସ୍ଥାନର ବାକି ଥିବା ଅଞ୍ଚଳରେ ଜୁଲାଇ ୫ ତାରିଖରେ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ଅପରପକ୍ଷେ ଆସନ୍ତା ୨୪ଘଣ୍ଟାରେ  ପଶ୍ଚିମ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଫଳରେ ସ୍ୱାଭାବିକ ଠାରୁ ୩ଂ ରୁ ୬ଂ ଉପରେ ପାରଦ ରହିବ । ତେଣୁ ବଲାଙ୍ଗୀର, ବରଗଡ଼ ଏବଂ ନୂଆପଡାକୁ ହିଟୱେଭ ଆଲର୍ଟ ଜାରି କରାଯାଇଛି । ଏପରି ତାତି  ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରହିବ । ଏହାବ୍ୟତୀତ ରାଜ୍ୟର କିଛି  ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ଗୁଳୁଗୁଳି ବଢ଼ିବ । ୩୫ଂ ରୁ ୩୯ ଡିଗ୍ରୀ ତାପମାତ୍ରା ସହ ୬୦ ରୁ ୭୦ ପ୍ରତିଶତ ରହିବ ଆର୍ଦ୍ରତା । ତେବେ ଦକ୍ଷିଣ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଞ୍ଜାମ ଏବଂ ଗଜପତିକୁ ପାଣିପାଗ ବିଭାଗ ପକ୍ଷରୁ ଏ ନେଇ ସତର୍କତା ଜାରି କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking