34.1 C
Bhubaneswar
Friday, March 29, 2024
Homeଓଡିଶାଘରେ ପଶି ମାଡ଼ ମାରି ଟଙ୍କା ଲୁଟ୍ ଘଟଣା : ଏସ୍‌ପିଙ୍କ ଭେଟିଲେ ବୃଦ୍ଧା

ଘରେ ପଶି ମାଡ଼ ମାରି ଟଙ୍କା ଲୁଟ୍ ଘଟଣା : ଏସ୍‌ପିଙ୍କ ଭେଟିଲେ ବୃଦ୍ଧା

ବ୍ରହ୍ମପୁର: ବୈଦ୍ୟନାଥପୁର ଥାନାର ଦୁଇ ଜଣ ହୋମଗାର୍ଡ ରାତିଅଧରେ ଜଣେ ବୃଦ୍ଧାଙ୍କ ଘରେ ପଶି ତାଙ୍କ ପୁଅକୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଏହା ସହ ହୋମଗାର୍ଡମାନେ ସଂପୃକ୍ତ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ମାଡ ମାରିବା ସହ ଘରେ ଥିବା ଟଙ୍କା ମଧ୍ୟ ନେଇଯାଇଥିବା ସେ ଅଭିଯୋଗ କରିଛନ୍ତି । ପୂର୍ବରୁ ବୃଦ୍ଧା ଜଣଙ୍କ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିଥିଲେ । ହେଲେ ତାଙ୍କ ଅଭିଯୋଗକୁ ଗୁରୁତ୍ୱ ନଦିଆଯିବାରୁ ଭୁବନେଶ୍ୱର ସ୍ଥିତ ଏକ ମହିଳା ସଂଗଠନର କର୍ମକର୍ତ୍ତାଙ୍କ ସହାୟତା ମାଗିଥିଲେ ।

ଆଜି ସଂଗଠନର ଏକ ଟିମ୍ ଆସି ମଳିହାଙ୍କ ସହ ଆଲୋଚନା କରିଥିଲେ । ଏହ ପରେ ବୃଦ୍ଧା ମହିଳା ଜଣଙ୍କୁ ନେଇ ସଂଗଠନର କର୍ମକର୍ତ୍ତାମାନେ ବ୍ରହ୍ମପୁର ଏସ୍‌ପିଙ୍କୁ ଭେଟି ଘଟଣା ସମ୍ପର୍କରେ ଜଣାଇବା ସହ ତାଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ ଅନୁରୋଧ କରିଥିଲେ । ବୃଦ୍ଧା ମହିଳାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରାଯିବ ବୋଲି ବ୍ରହ୍ମପୁର ଏସ୍‌ପି ସର୍ବଣ ବିବେକ ଏମ୍ ପ୍ରତିଶ୍ରୁତି ଦେଇଥିବା ବୃଦ୍ଧା ମହିଳା ରଜନୀ ନାୟକ କହିଛନ୍ତି । ସୂଚନାଯୋଗ୍ୟ ଯେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଜୟଦୁର୍ଗାନଗର ବାସିନ୍ଦା ରଜନୀ ନାୟକ(୬୩)ଙ୍କ ସ୍ୱାମୀଙ୍କୁ ମୃତ୍ୟୁ ହୋଇଯାଇଥିବା ବେଳେ ସେ ଦୁଇ ପୁଅଙ୍କୁ ନେଇ ରହୁଛନ୍ତି ।

ଗତ ୧୬ ତାରିଖରେ ସେ ଓ ତାଙ୍କ ଦୁଇ ପୁଅ ଘରେ ଶୋଇଥିବା ବେଳେ ରାତି ଅଧରେ ଦୁଇ ଜଣ ଲୋକ ତାଙ୍କ ଘରର କବାଟ ବାଡ଼େଇଥିଲେ । କିନ୍ତୁ ରଜନୀ କବାଟ ଖୋଲିବା ପୂର୍ବରୁ ସେହି ଲୋକମାନେ ତାଙ୍କ କବାଟ ଭାଙ୍ଗି ଭିତରକୁ ପଶିଥିଲେ । ସେମାନେ ନିଜକୁ ବୈଦ୍ୟନାଥପୁର ଥାନାର ହୋମଗାର୍ଡ ବୋଲି ପରିଚୟ ଦେଇଥିଲେ । ତାଙ୍କ ବଡ଼ପୁଅ ବାବୁଲା ଉଠି ଏହାର ପ୍ରତିବାଦ କରିବାରୁ ହୋମାଗାର୍ଡ ଦୁଇଜଣ ତାଙ୍କୁ ମାଡ ମାରିଥିବା ମା’ ରଜନୀ ଅଭିଯୋଗ କରିଛନ୍ତି ।

ଏହା ପରେ ସେମାନେ ତାଙ୍କ ସାନ ପୁଅ ପ୍ରଶାନ୍ତଙ୍କୁ ସାଙ୍ଗରେ ଧରିବା ସହ ଗଲାବେଳେ ହୋମଗାର୍ଡ ଦୁଇଜଣ ତାଙ୍କ ଆଲମୀରାରେ ଥିବା ୨୫ ହଜାର ଯଙ୍କା ନେଇଯାଇଥିଲେ ବୋଲି ବୋଲି ରଜନୀ ନିଜ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି । ଯଦି ତାଙ୍କ ପୁଅ କିଛି ଭୂଲ କରିଛି ତେବେ ତାଙ୍କୁ କୋର୍ଟ ଦଣ୍ଡ ଦେବାର ନିୟମ କହିଛି । କିନ୍ତୁ ହୋମଗାର୍ଡମାନେ ଘରେ ଜୋର ଜବରଦସ୍ତ ପଶି ମାଡ ମାରିବା ସହ ଜାତିଆଣ ଆକ୍ଷେପ କରିବା କେତେଦୂର ଠିକ ବୋଲି ବୃଦ୍ଧା ଜଣଙ୍କ ନିଜ ଅଭିଯୋଗରେ ପ୍ରଶ୍ନ କରିଛନ୍ତି । ଏ ନେଇ ନ୍ୟାୟ ପ୍ରଦାନ କରିବାକୁ ପାଇଁ ସେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କଲେ ମଧ୍ୟ ପୁଲିସ ତାଙ୍କ ଅଭିଯୋଗ ଗ୍ରହଣ କରିନଥିବା ରଜନୀ ଅଭିଯୋଗ କରିଛନ୍ତି । ଶେଷରେ ଭୁବନେଶ୍ୱର ନାରୀ ସଚେତନ ମଞ୍ଚର ସହାୟତାରେ ମଞ୍ଚର ସଭାନେତ୍ରୀ ମଧୁମିତା ରଥ, ଉପ ସଭାପତି ଉଷା ନାୟକ ଓ ସମ୍ପାଦକ ଇନ୍ଦିରା ଦାସ ରଜନୀ ଘଟଣାକୁ ନେଇ ଏସ୍‌ପିଙ୍କୁ ଗୁହାରି କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking