29.1 C
Bhubaneswar
Tuesday, July 29, 2025
Homeଓଲିଉଡବିବାହ କରିବେ ମୋନା ସିଂହ

ବିବାହ କରିବେ ମୋନା ସିଂହ

ମୁମ୍ବାଇ: ବିବାହ ବନ୍ଧରେ ବାନ୍ଧି ହେବାକୁ ଯାଉଛନ୍ତି ମୋନା ସିଂହ । ସେ ଆସନ୍ତା ୨୭ ରେ ବିବାହ କରିବେ। ବିବାହ ପୂର୍ବରୁ ଆଜି ସେ ନିଜର ପ୍ରି-ୱେଡିଂ ସେରିମନି ସେଲେବ୍ରେଟ୍ କରୁଛନ୍ତି। ଏଥିରେ କେବଳ ତାଙ୍କର ଘରଲୋକ ଓ କିଛି ନିକଟତର ବନ୍ଧୁ ସାମିଲ ଅଛନ୍ତି।
ସୂଚନା ଅନୁଯାୟୀ ମୋନା ସାଉଥ୍ର ଶ୍ୟାମ୍ ନାମକ ଜଣେ ଇନ୍ଭେଷ୍ଟମେଣ୍ଟ ବ୍ୟାଙ୍କରଙ୍କୁ ବିବାହ କରୁଛନ୍ତି। ତାଙ୍କର ମେହେନ୍ଦି ସେରିମନିର ଫଟୋ ସବୁ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ମୋନା ଏହି ସେରିମନିରେ ଗୋଲାପି ରଙ୍ଗର ଡ୍ରେସ୍ ସହ ଫୁଲର ଗହଣା ସବୁ ପିନ୍ଧିଛନ୍ତି। ସେ ଫଟୋରେ ଖୁବ୍ ସୁନ୍ଦର ଲାଗୁଛନ୍ତି। ମେହେନ୍ଦିରେ ତାଙ୍କ ପରିବାର ଲୋକ ବ୍ୟତୀତ କିଛି ବନ୍ଧୁ ମଧ୍ୟ ସାମିଲ ହୋଇଛନ୍ତି। ସେମାନଙ୍କ ସହ ସେ ବେଶ୍ ଏନ୍ଜୟ କରୁଥିବା ଦେଖିବାକୁ ମିଳିଛି।
ମୋନା ଏହା ପୂର୍ବରୁ ବିବାହ ଖବରକୁ ମାନି ନଥିଲେ। ସେ କହିଥିଲେ, ‘ମୁଁ କେବ ବି ନିଜ ବ୍ୟକ୍ତିଗତ ଜୀବନ ବିଷୟରେ କେଉଁଥି କୁହେନି। କିନ୍ତୁ ଯଦି ମୁଁ ବାହା ହେବି ତେବେ ମୁଁ ଖୁସିରେ ସାରା ଦୁନିଆଖୁ ଜଣାଇବି’। ଏବେ ଲାଗୁଛି ମୋନା ନିଜେ ନିଜ କଥାକୁ ଭୂଲିଯାଇଛନ୍ତି। ପୂର୍ବରୁ ମୋନା ସିଂହଙ୍କ ନାଁ ଟେଲି ଅଭିନେତା କରନ୍ ଓବରୟ ଓ ଫିଲ୍ମ ‘କମାଣ୍ଡୋ’ର ଅଭିନେତା ବିଦ୍ୟୁତ୍ ଜାମୱାଲ୍ଙ୍କ ସହ ଜୋଡ଼ାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking