20.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶମୋଦୀଙ୍କ ଦୁଇଦିନିଆ ୟୁଏଇ ଗସ୍ତ; ଆବୁଧାବି ରାମ ମନ୍ଦିର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ

ମୋଦୀଙ୍କ ଦୁଇଦିନିଆ ୟୁଏଇ ଗସ୍ତ; ଆବୁଧାବି ରାମ ମନ୍ଦିର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମଙ୍ଗଳବାର ଠାରୁ ଦୁଇଦିନିଆ ୟୁଏଇ ଗସ୍ତରେ ଯିବେ । ଏହି ଗସ୍ତ ଅବସରରେ ମୋଦୀ, ଆବୁଧାବୀ ଠାରେ ନବନିର୍ମିତ ରାମ ମନ୍ଦିରର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ସୂଚନାନୁସାରେ ରାମ ମନ୍ଦିର ଉଦ୍‌ଘାଟନ ବ୍ୟତୀତ, ମୋଦୀ ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ୍ ବିନ୍ ଜାଏଦ୍‌ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକ ସହ ପାରସ୍ପରିକ ସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା, ରଣନୈତିକ ଭାଗିଦାରୀକୁ ସୁଦୃଢ଼ କରିବା, ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ ସହମତି ହାସଲ ଏହି ଦ୍ୱିପାକ୍ଷିକ ବୈଠକର ମୂଖ୍ୟ ଉଦ୍ଦେଶ୍ୟ ରହିଛି । ସେହିପରି ଏହି ଅବସରରେ ମୋଦୀ, ୟୁଏଇର ଉପରାଷ୍ଟ୍ରପତି ତଥା ପ୍ରତିରକ୍ଷା ମନ୍ତ୍ରୀ ମହମ୍ମଦ୍ ବିନ୍ ରସିଦ୍ ଅଲ୍‌-ମକତୁନ୍‌ଙ୍କୁ ମଧ୍ୟ ସାକ୍ଷାତ କରିବେ । ଏତଦ୍‌ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ, ବିଶ୍ୱ ସରକାର ଶିଖର ସମ୍ମିଳନୀ-୨୦୨୪ରେ ମଧ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକ ସ୍ୱତନ୍ତ୍ର ବକ୍ତୃତା ପ୍ରଦାନ କରିବେ । ଏଥିସହ ମୋଦୀ, ଏଠାରେ ଥିବା ଜାଏଦ୍ ସ୍ପୋର୍ଟସ ସିଟିରେ ଭାରତୀୟ ସମୁୂଦାୟଙ୍କୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରକାଶ, ୨୦୧୫ ପରଠାରୁ ମୋଦୀଙ୍କ ଏହା ୭ମ ଏବଂ ୮ ମାସ ମଧ୍ୟରେ ତୃତୀୟ ୟୁଏଇ ଗସ୍ତ ହେବ । ୨୦୨୨-୨୩ ବର୍ଷରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ୮୫ ବିଲଅନ୍ ଡଲାର ରହିଛି । ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ କ୍ଷେତ୍ରରେ ୟୁଏଇ ମଧ୍ୟ ଭାରତର ଶ୍ରେଷ୍ଠ ୪ ନିବେଶକଙ୍କ ମଧ୍ୟରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking