23.1 C
Bhubaneswar
Friday, January 10, 2025
Homeଦେଶ ବିଦେଶଏସ୍‌ସିଓ ବୈଠକରେ ମୋଦୀଙ୍କ ଉଦ୍‌ବୋଧନ: ଭାରତ ଏସ୍‌ସିଓ ସଦସ୍ୟ ଦେଶଙ୍କ ସହ ଅନୁଭବ ସେୟାର କରିବ

ଏସ୍‌ସିଓ ବୈଠକରେ ମୋଦୀଙ୍କ ଉଦ୍‌ବୋଧନ: ଭାରତ ଏସ୍‌ସିଓ ସଦସ୍ୟ ଦେଶଙ୍କ ସହ ଅନୁଭବ ସେୟାର କରିବ

ସମରକନ୍ଦ: ଉଜ୍‌ବେକିସ୍ତାନର ସମରକନ୍ଦରେ ଚାଲିଥିବା ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ବୈଠକର ପ୍ରଥମ ରାଉଣ୍ଡ୍ ଶେଷ ହୋଇଛି । ଏହି ବୈଠକରେ ଏସ୍‌ସିଓରେ ସୁଧାର, ଆଞ୍ଚଳିକ ସୁରକ୍ଷା, ସହଯୋଗ, କନେକ୍ଟିଭିଟିର ମଜଭୂତ କରିବା ଏବଂ ବ୍ୟାପାର ପ୍ରୋତ୍ସାହନ ଦେବା ଉପରେ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବୈଠକରେ ଯୋଗଦେଇ କହିଥିଲେ ଯେ ଏସ୍‌ସିଓ ସଦସ୍ୟ ଦେଶଙ୍କ ମଧ୍ୟରେ ଅଧିକ ସହଯୋଗ ଏବଂ ବିଶ୍ୱାସକୁ ଭାରତ ସମର୍ଥନ କରେ । ବିଶ୍ୱ ଏବେ କୋଭିଡ୍ ମହାମାରୀରୁ ମୁକୁଳିଛି । ୟୁକ୍ରେନ୍ ସଂକଟ ଏବଂ କରୋନା କାରଣରୁ ଗ୍ଲୋବାଲ୍ ସପ୍ଲାଇ ଚେନ୍‌ରେ କିଛିଟା ଅସୁବିଧା ସୃଷ୍ଟି ହୋଇଛି । ବିଶ୍ୱ ଏବେ ଶକ୍ତି ଏବଂ ଖାଦ୍ୟ ସଙ୍କଟର ସମ୍ମୁଖୀନ ହୋଇଛି । ତେଣୁ ଏସ୍‌ସିଓ ଦେଶଗୁଡ଼ିକ ମଧ୍ୟରେ ସପ୍ଲାଇ ଚେନ୍ ବିକଶିତ ପାଇଁ ଉଦ୍ୟମ କରାଯିବା ଉଚିତ । ଏଥିପାଇଁ ଉନ୍ନତ କନେକ୍ଟିଭିଟିର ଆବଶ୍ୟକତା ରହିଛି । ମୋଦୀ କହିଛନ୍ତି, ଆମେ ଭାରତକୁ ମ୍ୟାନୁଫାକ୍‌ଚରିଂ ହବ୍‌ରେ ପରିବର୍ତ୍ତନ କରିବୁ । ଭାରତର ଯୁବ ସମାଜ ଏବଂ ୱାର୍କଫୋର୍ସ ଏହାକୁ ସ୍ୱାଭାବିକ ରୂପେ କମ୍ପିଟେଟିଭ୍ କରିସାରିଛନ୍ତି । ଅର୍ଥ ବ୍ୟବସ୍ଥାରେ ୭.୫ ପ୍ରତିଶତ ବୃଦ୍ଧିର ଆଶା ରହିଛି; ଯାହା ବିଶ୍ୱର ବୃହତ୍ ଅର୍ଥବ୍ୟବସ୍ଥା ମଧ୍ୟରେ ସବୁଠୁ ଅଧିକ । ଟେକ୍ନୋଲଜିର ଉଚିତ ଉପଯୋଗ ଉପରେ ମଧ୍ୟ ଫୋକସ୍ କରାଯାଉଛି । ଆମେ ଇନୋଭେସନ୍‌ର ସମର୍ଥନ କରୁଛୁ । ଭାରତରେ ୭୦ ହଜାରରୁ ଅଧିକ ଷ୍ଟାର୍ଟଅପ୍ ରହିଛି, ଯାହା ମଧ୍ୟରେ ୧୦୦ରୁ ଅଧିକ ୟୁନିକର୍ନ ସାମିଲ । ସେହିପରି ଆମେ ନୂଆ ସ୍ପେଶାଲ୍ ୱାର୍କିଂ ଗ୍ରୁପ୍‌ର ସ୍ଥାପନା କରି ଏସ୍‌ସିଓ ସଦସ୍ୟ ଦେଶଙ୍କ ସହିତ ନିଜର ଅନୁଭବ ଶେୟାର କରିବା ନିମନ୍ତେ ପ୍ରସ୍ତୁତ ଅଛୁ ବୋଲି ମୋଦୀ କହିଛନ୍ତି ।
ମୋଦୀ ଆହୁରି କହିଛନ୍ତି, ବିଶ୍ୱ ଆଜି ଆଉ ଏକ ନୂଆ ଚାଲେଞ୍ଜର ସମ୍ମୁଖୀନ ହୋଇଛି । ତାହା ହେଉଛି ନାଗରିକଙ୍କ ଖାଦ୍ୟ ସୁରକ୍ଷା ନିଶ୍ଚିତ କରିବା । ଏହାର ସମାଧାନ ହେଉଛି ମିଲେଟ୍ସ (ବାଜରା ଆଦି)ର ଚାଷକୁ ପ୍ରୋତ୍ସାହନ ଦେବା । ଏହା ବିଶ୍ୱର କେତେକ ସ୍ଥାନରେ ହଜାର ବର୍ଷରୁ ଅଧିକ ସମୟ ଧରି ଉତ୍ପାଦିତ ହୋଇଆସୁଛି । ଏହା ଖାଦ୍ୟର ଏକ ଉତ୍ତମ ସାଧନ ହୋଇଥିବା ବେଳେ ୨୦୨୩କୁ ଇୟର୍ ଅଫ୍ ମିଲେଟ୍ସ ଭାବେ ପାଳନ କରାଯିବ । ମୋଦୀ କହିଛନ୍ତି, ଭାରତ ମେଡିକାଲ୍ ଟ୍ୟୁରିଜିମ୍ ପାଇଁ ସବୁଠୁ ଉଚିତ ଡେଷ୍ଟିନେସନ୍ । ଆମେ ଗୁଜରାଟରେ ଗ୍ଲୋବାଲ୍ ସେଣ୍ଟର୍ ଫର୍ ଟ୍ରାଡିସ୍‌ନାଲ୍ ମେଡିସିନ୍‌ର ଉଦ୍‌ଘାଟନ କରିଛୁ । ଏସ୍‌ସିଓ ଦେଶ ମଧ୍ୟରେ ପାରମ୍ପରକି ଔଷଧ ଉପରେ ସହଯୋଗକୁ ବୃଦ୍ଧି କରିବା ଉଚିତ । ଭାରତ ଏଥିପାଇଁ ଉଦ୍ୟମ ଆରମ୍ଭ କରିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking