22.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶମୋଦୀ ପୁଣି ବିଶ୍ୱର ସବୁଠୁ ଲୋକପ୍ରିୟ ନେତା; ଗ୍ଲୋବାଲ୍ ଲିଡର୍ ଆପ୍ରୁଭାଲ୍‌ରେ ୭୬% ରେଟିଂ

ମୋଦୀ ପୁଣି ବିଶ୍ୱର ସବୁଠୁ ଲୋକପ୍ରିୟ ନେତା; ଗ୍ଲୋବାଲ୍ ଲିଡର୍ ଆପ୍ରୁଭାଲ୍‌ରେ ୭୬% ରେଟିଂ

ସପ୍ତମରେ ବାଇଡେନ୍‌, ଦ୍ୱାଦଶରେ ସୁନକ୍‌
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ବିଶ୍ୱର ନେତାମାନଙ୍କ ମଧ୍ୟରେ ଶୀର୍ଷସ୍ଥାନ ଅଧିକାର କରିଛନ୍ତି । ଗ୍ଲୋବାଲ୍ ଲିଡର୍ ଆପ୍ରୁଭାଲ୍ ତାଲିକାରେ ମୋଦୀଙ୍କୁ ସର୍ବାଧିକ ୭୬ ପ୍ରତିଶତ ରେଟିଂ ମିଳିଛି । ମୋଦୀଙ୍କ ପରେ ୬୪% ରେଟିଂ ସହିତ ସ୍ୱିଜରଲାଣ୍ଡ ରାଷ୍ଟ୍ରପତି ଆଲେନ୍ ବର୍ସେଟ୍ ତାଲିକାର ଦ୍ୱିତୀୟ ଏବଂ ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଏଲ୍ ଲୋପେଜ୍ ଓବ୍ରୋଡର୍ ତୃତୀୟ ସ୍ଥାନରେ ରହିଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ୪୦% ଆପ୍ରୁଭାଲ୍ ରେଟିଂ ସହିତ ସପ୍ତମ ସ୍ଥାନରେ ଥିବାବେଳେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍ ୨୭% ରେଟିଂ ସହିତ ପଞ୍ଚଦଶ ସ୍ଥାନକୁ ଖସିଆସିଛନ୍ତି ।

ପ୍ରଧାନମନ୍ତ୍ରୀ ଗତ କିଛିବର୍ଷ ଧରି ଲଗାତାର ଏହି ତାଲିକା ଶୀର୍ଷରେ ରହିଆସୁଛନ୍ତି । ସେପ୍ଟେମ୍ବର ୬ରୁ ୧୨ ତାରିଖ ମଧ୍ୟରେ କରାଯାଇଥିବା ସର୍ଭେରେ ମୋଦୀଙ୍କୁ ସର୍ବନିମ୍ନ ୧୮% ଡିସ୍‌ଆପ୍ରୁଭାଲ୍ ରେଟିଂ ମିଳିଛି । ତାଲିକାର ଶୀର୍ଷ ୧୦ ବିଶ୍ୱ ନେତାଙ୍କ ମଧ୍ୟରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୁଙ୍କୁ ସର୍ବାଧିକ ୫୮% ଡିସ୍‌ଆପ୍ରୁଭାଲ୍ ରେଟିଂ ମିଳିଛି । ପଲିଟିକାଲ୍ ଇଣ୍ଟେଲିଜେନ୍ସ ରିସର୍ଚ୍ଚ ଫାର୍ମ ଦ୍ୱାରା ୨୨ ବିଶ୍ୱ ନେତାଙ୍କ ଉପରେ କରାଯାଇଥିବା ସର୍ଭେର ତଥ୍ୟ ଆଧାରରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି । ୨୦% ରେଟିଂ ସହିତ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସିଓକ୍‌-ୟୁଲ୍ ଏବଂ ଚେକ୍ ଗଣରାଜ୍ୟ ରାଷ୍ଟ୍ରପତି ପେଟ୍ର ପାଭେଲ୍ ତାଲିକାର ସର୍ବନିମ୍ନରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking