28.1 C
Bhubaneswar
Friday, July 19, 2024
Homeଦେଶ ବିଦେଶଶୋଇଥିବା ବେଳେ ବାପ-ଝିଅ ଓ ଜ୍ୱାଇଁଙ୍କୁ ଗୁଳିକରି ହତ୍ୟା

ଶୋଇଥିବା ବେଳେ ବାପ-ଝିଅ ଓ ଜ୍ୱାଇଁଙ୍କୁ ଗୁଳିକରି ହତ୍ୟା

କୌଶାମ୍ବି : ଉତ୍ତର ପ୍ରଦେଶର କୌଶାମ୍ବୀରେ ଗୁରୁବାର ରାତିରେ ଶୋଇଥିବା ବେଳେ ଏକ ଦଳିତ ପରିବାର ବାପ-ଝିଅ ଏବଂ ଜ୍ୱାଇଁଙ୍କୁ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି । ରକ୍ତରେ ଜୁଡ଼ୁବୁଡ଼ୁ ତିନିଜଣଙ୍କ ଶବ ଖଟିଆରେ ପଡ଼ିଥିବା ଶୁକ୍ରବାର ସକାଳେ ଆଖପାଖର ଲୋକେ ଦେଖିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା । ଏହାପରେ ପଡ଼ିଶାରେ ଥିବା ୭-୮ ଘରେ ଉତ୍ତ୍ୟକ୍ତ ଲୋକମାନେ ନିଆଁ ଲଗାଇ ଦେଇଛନ୍ତି । ଏହି ହତ୍ୟାକାଣ୍ଡ ଜମି ବିବାଦରୁ ହୋଇଥିବା କୁହାଯାଉଛି ।

ଏହି ଘଟଣା କୌଶାମ୍ବିର ସନ୍ଦୀପନ ଘାଟ ଅଞ୍ଚଳରେ ହୋଇଛି । ଅନ୍ୟପକ୍ଷରେ ପୁଲିସ ଏହି ମାମଲାରେ ୮ ଜଣଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିଛି । ମୁଖ୍ୟ ଅଭିଯୁକ୍ତ ଅମର ସିଂହ ଓ ଅମିତ ସିଂହଙ୍କୁ ଗିରଫ କରାଯାଇଥିବା ବେଳେ ପୁଲିସ ଅନ୍ୟ ୬ ଜଣଙ୍କ ସନ୍ଧାନ ଚଳାଇଛି । ପୋଷ୍ଟମର୍ଟମ୍ ପରେ ତିନିଜଣଙ୍କ ଶବ ଗାଁକୁ ଅଣାଯାଇଛି । ପୋଷ୍ଟମର୍ଟମ୍ ରିପୋର୍ଟ ଅନୁସାରେ ହରିଲାଲ (୬୨)ଙ୍କ ମୁଣ୍ଡକୁ ଗୁଳି କରାଯାଇଥିବା ବେଳେ ୬ ମାସର ଗର୍ଭବତୀ ଝିଅ ବ୍ରିଜକଲି (୨୨)ର ବେକରେ ଗୁଳି ବାଜିଛି । ସେହିପରି ଜ୍ୱାଇଁ ଶିବସାଗର (୨୬)ଙ୍କ ଛାତିକୁ ଗୁଳି କରାଯାଇଥିବା ବେଳେ ତାହା ପଛପଟେ ବାହାରି ଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking