25.1 C
Bhubaneswar
Thursday, December 26, 2024
Homeଦେଶ ବିଦେଶମୋଦୀଙ୍କ ପାଖରେ କେସିଆର୍‌ଙ୍କ ରିମୋଟ୍ କଣ୍ଟ୍ରୋଲ୍‌: ରାହୁଲ

ମୋଦୀଙ୍କ ପାଖରେ କେସିଆର୍‌ଙ୍କ ରିମୋଟ୍ କଣ୍ଟ୍ରୋଲ୍‌: ରାହୁଲ

ଖମ୍ମମ୍ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ତେଲେଙ୍ଗାନାର ଖମ୍ମମ୍‌ରେ ଆୟୋଜିତ କଂଗ୍ରେସର ଏକ ରାଲିରେ ରାଜ୍ୟ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର୍‌)ଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, କେସିଆର୍ ନିଜକୁ ତେଲେଙ୍ଗାନାର ରାଜା ଭାବୁଛନ୍ତି । ତାଙ୍କ ପାର୍ଟି ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌)କୁ ରାହୁଲ ବିଜେପି ରିସ୍ତେଦାର ସମିତି ବୋଲି କହିଛନ୍ତି । କେସିଆର୍‌ଙ୍କ ରିମୋଟ୍ କଣ୍ଟ୍ରୋଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଥିବା ସେ ଅଭିଯୋଗ କରିଛନ୍ତି ।

ରାହୁଲ କହିଛନ୍ତି, କଂଗ୍ରେସ ସଂସଦରେ ସବୁବେଳେ ବିଜେପିକୁ ବିରୋଧ କରିଆସୁଥିବା ବେଳେ କେସିଆର୍‌ଙ୍କ ପାର୍ଟି ବିଜେପିର ବି’ ଟିମ୍ ଭାମେ କାର୍ଯ୍ୟ କରିଛି । କେସିଆର୍‌ଙ୍କ ପାର୍ଟିର ଅନେକ ନେତାଙ୍କ ବିରୋଧରେ ଭ୍ରଷ୍ଟାଚାର ମାମଲା ଥିବାରୁ ସେ ବିଜେପି ଆଡ଼କୁ ଢ଼ଳିଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି । ସେ ଆହୁରି କହିଛନ୍ତି, ବିଆର୍‌ଏସ୍ ଥିବା ବିରୋଧୀ ଦଳର କୌଣସି ମେଣ୍ଟରେ କଂଗ୍ରେସ ସାମିଲ ହେବନାହିଁ । ତେଲେଙ୍ଗାନାରେ କଂଗ୍ରେସ ସରକାର ଗଠନ କଲେ ବରିଷ୍ଠ ନାଗରିକଙ୍କୁ ପ୍ରତି ମାସରେ ୪ ହଜାର ଟଙ୍କା, ବିଧବାଙ୍କ ପାଇଁ ପେନ୍‌ସନ୍ ଏବଂ ଆଦିବାସୀଙ୍କୁ ‘ପୋଡ଼ୁ’ ଜମି ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ସେ କହିଛନ୍ତି, କର୍ଣ୍ଣାଟକରେ ଯାହା ଘଟିଛି ଏବେ ତେଲେଙ୍ଗାନାରେ ଦୋହରାଯିବ । ଏହି ଅବସରରେ ସେ କହିଛନ୍ତି, ଦେଶକୁ ଯୋଡ଼ିବା କଂଗ୍ରେସର ବିଚାରାଧାରା ହୋଇଥିବା ବେଳେ ଅନ୍ୟ ପାର୍ଟିଗୁଡ଼ିକ ଦେଶ ବିଭାଜନ ପାଇଁ ଉଦ୍ୟମ ଚଳାଇଛନ୍ତି । ରାଜ୍ୟରେ ଆସନ୍ତା ଡିସେମ୍ବର ମାସରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଖମ୍ମମ୍‌ରେ ରାହୁଲ ଗାନ୍ଧୀଙ୍କ ରାଲିରୁ କଂଗ୍ରେସର ନିର୍ବାଚନୀ ଅଭିଯାନ ଆରମ୍ଭ ହୋଇଛି । ଏଠାରେ ସେ ପାର୍ଟି ନେତାଙ୍କ ସହିତ ବୈଠକ ମଧ୍ୟ କରିଛନ୍ତି । ଏହି ଅବସରରେ ବିଆର୍‌ଏସ୍‌ର ୩୫ ଜଣ ବରିଷ୍ଠ ନେତା କଂଗ୍ରେସରେ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ତଥା ପାଞ୍ଚ ଥରର ବିଧାୟକ ଜୁପ୍ପଲି କୃଷ୍ଣରାଓ, ପୂର୍ବତନ ସାଂସଦ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ, ଛଅଥରର ବିଧାୟକ ଗୁରନାଥ ରେଡ୍ଡୀ, ପୂର୍ବତନ ବିଧାୟକ କୋରାମ୍ କନକେୟା ପ୍ରମୁଖ ଅନ୍ୟତମ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking