20.1 C
Bhubaneswar
Tuesday, January 7, 2025
Homeଦେଶ ବିଦେଶମୋଦି ସରକାରଙ୍କ ଯୋଜନା: ବିନା ବନ୍ଧକରେ ମିଳିବ ଋଣ

ମୋଦି ସରକାରଙ୍କ ଯୋଜନା: ବିନା ବନ୍ଧକରେ ମିଳିବ ଋଣ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ହଜାର ହଜାର ଲୋକ ନିଜ ବୃତ୍ତି ହରାଇ ଦେଇଛନ୍ତି । ଏହି ସମୟରେ ଚୋଟ ବ୍ୟବସାୟୀମାନଙ୍କ କଥା ତ ନକହିବା ଭଲ । ତେବେ ସେମାନଙ୍କ ପାଇଁ ଏବେ ଜୀବିକା ନିର୍ବାହ କରିବା ଅତ୍ୟନ୍ତ କଷ୍ଟକର ହୋଇ ପଡିଛି । ତେଣୁ ଏମାନଙ୍କୁ ସହାୟତାର ହାତ ବଢାଇବା ପାଇଁ କେନ୍ଦ୍ର ସରକାର ଆଣିଛନ୍ତି ଏକ ଯୋଜନା । ପିଏମ ସ୍ୱନିଧି ଯୋଜନା ମାଧ୍ୟମରେ କୌଣସି ବ୍ୟବସାୟ ଆରମ୍ଭ କରିବା ପାଇଁ ବିନା କୌଣସି ବନ୍ଧକରେ ଋଣ ପାଇ ପାରିବେ । ବିଶେଷ କରି କରୋନାରେ କ୍ଷତିଗ୍ରସ୍ତ ହୋଇଥିବା ଷ୍ଟ୍ରୀଟ ଭେଣ୍ଡରସମାନଙ୍କ ପାଇଁ ଏହି ଯୋଜନା ଆଣିଛନ୍ତି ମୋଦି ସରକାର ।

ଛୋଟ ବ୍ୟବସାୟୀମାନଙ୍କୁ ପୁଣି ଥରେ ରୋଜଗାର କରି ନିଜ ଗୋଡରେ ଠିଆ କରିବା ପାଇଁ ପିଏମ ସ୍ୱନିଧି ଯୋଜନା ଅଧୀନରେ ଋଣ ଦେବେ କେନ୍ଦ୍ର ସରକାର । ଏହାଦ୍ୱାରା ସେମାନଙ୍କୁ ପ୍ରାୟ ୧୦ ହଜାର ଟଙ୍କାର ଋଣ ଦିଆଯାଇଥାଏ । ଏହାସହିତ ଋଣ ଉପରେ ସରକାରଙ୍କ ତରଫରୁ ସବସିଡି ମଧ୍ୟ ପ୍ରଦାନ କରାଯିବ । ତେବେ ପ୍ରଥମ ଋଣ ଚୁକ୍ତି କରିବା ପରେ ଏହାର ଦୁଇଗୁଣ ରାଶିର ଋଣ ନେଇ ପାରିବେ ବ୍ୟବସାୟୀ । ତେବେ ଏହି ସ୍କିମ ଅନୁସାରେ, ଲୋନ ନେଇଥିବା ବ୍ୟବସାୟୀଙ୍କୁ କୌଣସି ପ୍ରକାର ବନ୍ଧକ ଦେବାକୁ ପଡିବ ନାହିଁ । ଆବେଦନକୁ ମଞ୍ଜୁରୀ ମିଳିବା ପରେ ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ଦିଆଯିବ ।

ଏହି ଯୋଜନା ଅଧୀନରେ ନିଆଯାଇଥିବା ଲୋନ ରାଶିକୁ ସୁଝିବା ପାଇଁ ହିତାଧିକାରୀଙ୍କୁ ଏକ ବର୍ଷର ସମୟ ଦିଆଯାଇଛି । ପ୍ରତ୍ୟେକ ମାସ କିସ୍ତି ଅନୁସାରେ ଋଣ ଭାର ଚୁକ୍ତି କରିପାରିବେ ବ୍ୟବସାୟୀ । ତେବେ ଏହି ଯୋଜନାର ଲାଭ ପାଇବା ପାଇଁ ଆବେଦକଙ୍କ ନିକଟରେ ଆଧାର କାର୍ଡ ରହିବା ନିହାତି ଆବଶ୍ୟକ ରହିଛି । ତେବେ ଏହି ଯୋଜନା ଅଧୀନରେ ଋଣ ପାଇବା ପାଇଁ ବ୍ୟବସାୟୀ ଯେ କୌଣସି ସରକାରୀ ବ୍ୟାଙ୍କରେ ଆବେଦନ କରିପାରିବେ ।

ବ୍ୟାଙ୍କରେ ସ୍ୱନିଧି ଯୋଜନାର ଫର୍ମ ଭରି ଦେବା ସହିତ ନିଜ ଆଧାର କାହ ଡିଟେଲ୍ସ ଦେବାକୁ ହେବ । ଏହାପରେ ଆପଣଙ୍କ ଆବେଦନକୁ ମଞ୍ଜୁରୀ ମିଳିଲେ ଋଣ ଟଙ୍କା ସିଧା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ଦିଆଯିବ । ତେବେ ଛୋଟ ବ୍ୟବସାୟୀଙ୍କ ପାଇଁ କ୍ୟାସବ୍ୟାକ ସହିତ ଡିଜିଯାଲ ପେମେଣ୍ଟକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଏହି ଯୋଜନାର ଜେଟ ମଧ୍ୟ ବଢାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking