28.1 C
Bhubaneswar
Thursday, March 28, 2024
Homeସିଙ୍ଗାପୁର ଓପନ୍ ବ୍ୟାଡ୍‌ମିଟନ୍‌ସିଙ୍ଗାପୁର ଓପନ ଟାଇଟଲ୍ ଜିତି ଇତିହାସ ରଚିଲେ ପି ଭି ସିନ୍ଧୁ

ସିଙ୍ଗାପୁର ଓପନ ଟାଇଟଲ୍ ଜିତି ଇତିହାସ ରଚିଲେ ପି ଭି ସିନ୍ଧୁ

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର୍ ବ୍ୟାଡ୍‌ମିଟନ ଖେଳାଳି ପି ଭି ସିନ୍ଧୁ ଜିତିଛନ୍ତି ସିଙ୍ଗାପୁର ଓପନ ଟାଇଟଲ୍। ରବିବାର ଅନୁଷ୍ଠିତ ଫାଇନାଲ ମୁକାବିଲାରେ ସିନ୍ଧୁ ଚାଇନାର ୱାଙ୍ଗ ଜୀ ୟୀଙ୍କୁ ହରାଇ ଇତିହାସ ରଚିଛନ୍ତି। ସିନ୍ଧୁ ପ୍ରଥମ ଥର ପାଇଁ ସିଙ୍ଗାପୁର ଓପନ ଟାଇଟଲ ହାତେଇଛନ୍ତି। ଏହା ତାଙ୍କର ପ୍ରଥମ ସୁପର ୫୦୦ ଟାଇଟଲ ଅଟେ। ଏହାକୁ ମିଶଇ ସିନ୍ଧୁ ଚଳିତ ବର୍ଷ ତୃତୀୟ ଟୁଣ୍ଣାମେଣ୍ଟରେ ଟାଇଟଲ ବିଜୟ କରିଛନ୍ତି।

ରବିବାର ଦିନ ମହିଳା ସିଙ୍ଗଲ୍ସ ଫାଇନାଲରେ ଚାଇନାର ୱାଙ୍ଗ ଜି ୟିଙ୍କ ଉପରେ ଚମତ୍କାର ବିଜୟ ହାସଲ କରିଥିଲେ। ସିନ୍ଧୁ ୧୧ ତମ ମାନ୍ୟତା ୱାଙ୍ଗ ଜୀ ୟୀଙ୍କୁ ପରାସ୍ତ କରି ତାଙ୍କର ପ୍ରଥମ ସିଙ୍ଗାପୁର ଓପନ୍ ଟାଇଟଲ୍ ତଥା ତାଙ୍କର ପ୍ରଥମ ସୁପର ୫୦୦ ଟାଇଟଲ୍ ଜିତିଥିଲେ। ଦୁଇଥର ଅଲିମ୍ପିକ୍ ପଦକ ବିଜେତା ସିନ୍ଧୁଙ୍କ ପାଇଁ ଏହା ଚଳିତ ବର୍ଷର ତୃତୀୟ ଟାଇଟଲ୍। ଏହାପୂର୍ବରୁ ସେ ସୟଦ ମୋଦୀ ଇଣ୍ଟରନ୍ୟାସନାଲ ଏବଂ ସ୍ୱିସ୍ ଓପନ୍ ରେ ଦୁଇଟି ସୁପର ୩୦୦ ଟାଇଟଲ୍ ଜିତିଛନ୍ତି। ଏହି ମ୍ୟାଚରେ ସିନ୍ଧୁ ୱାଙ୍ଗ ଜୀ ୟୀଙ୍କୁ ୨୧-୯, ୧୧-୨୧ ଏବଂ ୨୧-୧୫ ରେ ପରାସ୍ତ କରିଛନ୍ତି। ଏହି ଟାଇଟଲ୍ ବିଜୟ କମନୱେଲଥ ଗେମ୍ସ ପୂର୍ବରୁ ସିନ୍ଧୁଙ୍କ ଆତ୍ମବିଶ୍ୱାସ ବଢାଇବ।

ସିନ୍ଧୁ ଚମତ୍କାର ଭାବରେ ମ୍ୟାଚ୍ ଆରମ୍ଭ କରିଥିଲେ, ପ୍ରଥମ ସେଟରେ ସେ ଚାଇନାର ସଟଲରଙ୍କୁ ୨୧-୯ ବ୍ୟବଧାନରେ ପରାସ୍ତ କରିଥିଲେ, କିନ୍ତୁ ଦ୍ୱିତୀୟ ସେଟରେ ୱାଙ୍ଗ ଜି ୟି ସିନ୍ଧୁଙ୍କୁ ୧୧-୨୧ ରେ ପରାସ୍ତ କରି ମ୍ୟାଚ୍ ରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ତୃତୀୟ ତଥା ନିର୍ଣ୍ଣାୟକ ସେଟରେ ଦୁଇ ଖେଳାଳିଙ୍କ ମଧ୍ୟରେ ତୀବ୍ର ଲଢେଇ ହୋଇଥିଲା, କିନ୍ତୁ ମ୍ୟାଚ୍ ଶେଷରେ ସିନ୍ଧୁ ୱାଙ୍ଗ ଜୀ ୟିଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ ଏବଂ ଟାଇଟଲ୍ ଜିତିବା ପାଇଁ ଅନ୍ତିମ ସେଟ୍ କୁ ୨୧-୧୫ ଜିତିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking