28.1 C
Bhubaneswar
Sunday, February 16, 2025
Homeଦେଶ ବିଦେଶସଙ୍ଗମରେ ବୁଡ଼ ପକାଇଲେ ମୋଦୀ

ସଙ୍ଗମରେ ବୁଡ଼ ପକାଇଲେ ମୋଦୀ

ପ୍ରୟାଗରାଜ: ଦିଲ୍ଲୀରେ ଭୋଟିଂ ଚାଲିଥିବା ବେଳେ ପ୍ରୟାଗରାଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାକୁମ୍ଭ ସ୍ନାନ ପାଇଁ ପହଞ୍ଚିଛନ୍ତି । ମୋଦୀଙ୍କ ଗସ୍ତ ପାଇଁ ସଙ୍ଗମ ସ୍ଥଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଉଜ୍ଜ୍ୱଳ କେଶର ପୋଷାକ ପିନ୍ଧି ପ୍ରଧାନମନ୍ତ୍ରୀ  ପ୍ରୟାଗରାଜରେ ପହଞ୍ଚି ପ୍ରଥମେ ଯୋଗୀ ଆଦିତ୍ୟନାଥଙ୍କ ସହିତ ଡଙ୍ଗା ପରିକ୍ରମା କରିଥିଲେ । ପରେ ମୋଦି ପ୍ରୟାଗରାଜରେ ମହାକୁମ୍ଭ ଅନୁଷ୍ଠିତ ହେଉଥିବା ତିନୋଟି ନଦୀ – ଗଙ୍ଗା, ଯମୁନା ଏବଂ ପୌରାଣିକ ସରସ୍ୱତୀର ସଙ୍ଗମ ସ୍ଥଳରେ ପୂଜା ଅର୍ଚନା କରି ପବିତ୍ର ବୁଡ଼ ପକାଇଲେ । ମନ୍ତ୍ର ଉଚ୍ଚାରଣରେ କମ୍ପିଥିଲା ଗଗନ ପବନ ।  ବୁଡ଼ ପକାଇବା ପରେ ଆଖଡା ସାଧୁସନ୍ଥଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିଲାଏହାପରେ ପ୍ରଧାନମନ୍ତ୍ରୀ ମୋଦି ସାଧୁସନ୍ଥଙ୍କୁ ଭେଟି ଦିନ ୧୨ଟାରେ ଦିଲ୍ଲୀ ଫେରିବାର ସୂଚନା ରହିଛି । ମହାକୁମ୍ଭ ୨୦୨୫ ଜାନୁଆରୀ ୧୩ରେ ପୌଷ ପୂର୍ଣ୍ଣିମାରୁ ଆରମ୍ଭ ହୋଇ ଫେବୃଆରୀ ୨୬ ମହାଶିବରାତ୍ରି ପର୍ଯ୍ୟନ୍ତ ଚାଲିବ । ମହାକୁମ୍ଭ ହେଉଛି ବିଶ୍ୱର ସର୍ବବୃହତ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ । ସାରା ବିଶ୍ୱରୁ ଭକ୍ତ ଏଥିରେ ସାମିଲ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking