27.1 C
Bhubaneswar
Sunday, September 8, 2024
Homeଓଡିଶାଆଜି ଉପକୂଳବର୍ତ୍ତୀ ଜିଲ୍ଲାରେ ମଧ୍ୟମ ବର୍ଷା ଜାରି ରହିବ

ଆଜି ଉପକୂଳବର୍ତ୍ତୀ ଜିଲ୍ଲାରେ ମଧ୍ୟମ ବର୍ଷା ଜାରି ରହିବ

ଭୁବନେଶ୍ୱର: ବାତ୍ୟା ‘ମିଗ୍‌ଜୋମ୍‌’ପ୍ରଭାବରେ ଓଡ଼ିଶାରେ ବର୍ଷା ହେଉଛି । ତେବେ  ମାଲକାନଗିରି, ଗଜପତି, ରାୟଗଡା, ଝାରସୁଗୁଡା, ସମ୍ବଲପୁରରେ ପ୍ରବଳ ବର୍ଷା ହୋଇଥିବା ବେଳେ ବୁଧବାର ରାଜ୍ୟର ପ୍ରାୟ ୨୫ଟି ସହରରେ ମଧ୍ୟମ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ବୁଧବାର ଗୋପାଳପୁରରେ ସର୍ବାଧିକ ୪୨ମିମି ବର୍ଷା ହୋଇଥିବା ବେଳେ ଛତ୍ରପୁରରେ ୪୦.୩ମିମି ବର୍ଷା ହେରକର୍ଡ ହୋଇଛି । ସେହିପରି କଟକରେ ୧୫ମିମି, ଭୁବନେଶ୍ୱରରେ ୨୧.୪ମିମି, କେନ୍ଦୁଝରରେ ୧୦.୨ମିମି, ନୟାଗଡରେ ୧୩ମିମି, ନୂଆପଡାରେ ୨୨.୨ମିମି, ଖୋର୍ଦ୍ଧାରେ ୨୨ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ୧୫ଟି ଜିଲ୍ଲାରେ ୧୦ମିମି ତଳକୁ ବର୍ଷା ହୋଇଥିବା ଜଣାପଡିଛି ।

ଅପରପକ୍ଷେ ଦିନର ତାପମାତ୍ରା ୩୦ଂ ତଳକୁ ରହିଥିବା ବେଳେ କଟକରେ ୨୪ଂ  ଏବଂ ଭୁବନେଶ୍ୱରରେ ତାପମାତ୍ର ୨୩.୬ଂ ରହିଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୪୮ଘଣ୍ଟା ପର୍ଯ୍ୟନ୍ତ ଉପକୂଳ ଜିଲ୍ଲାଗୁଡିକରେ ମଧ୍ୟମ ବର୍ଷା ଜାରି ରହିବା ସହ ୮ରୁ ପାଗରେ ପରିବର୍ତ୍ତନ ହେବ । ମାତ୍ର ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking