28.1 C
Bhubaneswar
Saturday, July 27, 2024
Homeଓଡିଶାରାଜଧାନୀରେ ରେକର୍ଡ କଲା ଚଳିତ ବର୍ଷ ଶୀତ, ଥରୁଛି ଓଡ଼ିଶା

ରାଜଧାନୀରେ ରେକର୍ଡ କଲା ଚଳିତ ବର୍ଷ ଶୀତ, ଥରୁଛି ଓଡ଼ିଶା

ଭୁବନେଶ୍ବର: ଜାଡ ବଢାଇଲା ବାତ୍ୟା ମିଗଜୋମ । ଉପାନ୍ତରୁ ଉପକୂଳ ସବୁଠି କୋହଲା ପାଗ । ରାଜଧାନୀରେ ରେକର୍ଡ କଲା ଚଳିତ ବର୍ଷ ଶୀତ । ସ୍ବାଭାବିକଠାରୁ ୫ ଡିଗ୍ରୀ ଖସିଲା ପାରଦ । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଶୀତୁଆ ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ସମୟରେ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ଡିଗ୍ରୀ କମ୍ ରହିବ । ସେପଟେ ଓ୍ବେଲମାର୍କ ଲୋପ୍ରେସରରେ ପରିଣତ ହୋଇ ଉତ୍ତର-ପୂର୍ବ ଦିଗରେ ଗତି କରୁଛି ବାତ୍ୟା ମିଗଜୋମ୍ । ଏହା ତେଲେଙ୍ଗାନା ଉପକୂଳରେ କେନ୍ଦ୍ରୀଭୁତ ଥିବା ବେଳେ ଆଜି ଲଘୁଚାପ ଭାବରେ ଛତିଶଗଡ ମୁହାଁ ହେବ । ପ୍ରଭାବରେ ଆଜି ବି ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ହେବାନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ହାଲୁକାରୁ ମଧ୍ୟମଧରଣ ବର୍ଷା ସହ ଉପକୂଳରେ ପବନ ମଧ୍ୟ ବହିବ । ଟୁଇନ୍ ସିଟି କଟକ ଭୁବନେଶ୍ବରରେ ମାଗ ମେଘୁଆ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବର୍ଷାରେ ବିଭିନ୍ନ ସ୍ଥାନରେ ଫସଲ ନଷ୍ଟ ହୋଇଛି । ଆସନ୍ତାକାଲିଠୁ ପାଗ ବଦଳିବା ପରେ ତୁରନ୍ତ କ୍ଷୟକ୍ଷତିର ସମୀକ୍ଷା କରାଯିବ । ଫିଲ୍ଡ ଭିଜିଟ୍ କରି କ୍ଷୟକ୍ଷତିର ଆକଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ଆରସି । ୧୨ ତାରିଖ ମଧ୍ୟରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, କୃଷି ଓ ମତ୍ସସଂପଦ ବିଭାଗ ମିଳିତ ଭାବରେ ସ୍ବତନ୍ତ୍ର ଫର୍ମାଟରେ ରିପୋର୍ଟ ପ୍ରଦାନ କରିବା ପାଇଁ କୁହାଯାଇଛି । ବାତ୍ୟା ମିଗଜୋମ୍ ପ୍ରଭାବରେ ନୀଳଗିରିରେ ମଧ୍ୟ ବର୍ଷା ହୋଇଛି । ଅଦିନିଆ ବର୍ଷାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ । କେଉଁଠି ବିଲରେ ଧାନ କଟା ହୋଇ ପଡ଼ିଥିବାବେଳେ ଆଉ କେଉଁଠି କଟାହେବା ଅପେକ୍ଷାରେ ରହିଛି । ଧାନ ଅମଳ ସମୟରେ ଅଦିନିଆ ବର୍ଷା ଯୋଗୁ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି । ଚାଷୀମାନେ ଧାନକୁ ସୁରକ୍ଷିତ ରଖିବାକୁ ଉଦ୍ୟମ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking