36.1 C
Bhubaneswar
Saturday, May 11, 2024
Homeଓଡିଶାମକ୍ ଇନ୍ ଓଡ଼ିଶା କନକ୍ଲେଭ୍‌: ୧୦ ଲକ୍ଷ ୪୮ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଆଗ୍ରହ...

ମକ୍ ଇନ୍ ଓଡ଼ିଶା କନକ୍ଲେଭ୍‌: ୧୦ ଲକ୍ଷ ୪୮ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଆଗ୍ରହ ଆସିଛି-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ନିବେଶକମାନେ ଆଗ୍ରହ ପ୍ରକାଶ କରୁଛନ୍ତି । ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍‌ରରେ ୧୦ ଲକ୍ଷ ୪୮ ହଜାର ୮୦୭ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆଗ୍ରହ ଆସିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨ର ଉଦ୍‌ଯାପନୀ ସନ୍ଧ୍ୟାରେ ଶନିବାର ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ୧୦ ଲକ୍ଷ ୩୭ ହଜାର ୭୦୧ ପ୍ରତ୍ୟକ୍ଷ ଓ ପରୋକ୍ଷ କର୍ମନିଯୁକ୍ତି ସୃଷ୍ଟି ହେବା ନେଇ ଆଶା କରାଯାଉଛି । ସେହିପରି ୭୪୧ଟି ପ୍ରସ୍ତାବ ଆସିଛି ।

ଏହି କନକ୍ଲେଭ ଉଭୟ ନିବେଶକ ଓ ରାଜ୍ୟ ପାଇଁ ୱିନ ସିଚୁଏସନ୍ ଆଣିବ । ଉଦ୍‌ଯାପନୀ ଅବସରରେ ଆକର୍ଷଣୀୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତା’ ସହିତ ବୃହତ ଶିଳ୍ପ କ୍ଷେତ୍ରରେ ସର୍ବୋତ୍ତମ ଭାବେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଗ୍ରୁପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ଦେଇଥିଲେ । ସେହିଭଳି ପିଏସୟୁ ବେଷ୍ଟ ଷ୍ଟଲ ଭାବେ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ଼କୁ ଏବଂ ବେଷ୍ଟ ଡିପାର୍ଟମେଂଟ ପେଭିଲିଅନ କାଟାଗୋରିରେ ମିଶନ ଶକ୍ତି ଏବଂ ସ୍କିଲଡ଼ ଇନ ଓଡିଶାକୁ ପୁରସ୍କାର ଦିଆଯାଇଥିଲା । ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ୫୭ ଜଣ କ୍ଷୁଦ୍ର ଶିଳ୍ପଦ୍ୟୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଏମାନଙ୍କ ମଧ୍ୟରେ ୧୬ ଜଣ ମହିଳା ଉଦ୍ୟୋଗୀ, ୨୩ ଜଣ କୃଷି ଓ ଖାଦ୍ୟ ସଂପର୍କୀତ ଉଦ୍ୟଗ, ୧୧ଟି ପ୍ଲାଷ୍ଟିକ ଶିଳ୍ପ ଏବଂ ୫ଟି ଡାଉନ୍‌?ଷ୍ଟ୍ରିମ ଇଣ୍ଡଷ୍ଟ୍ରୀ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking