26.1 C
Bhubaneswar
Saturday, September 21, 2024
Homeଓଡିଶାମୋବାଇଲ ଗେମ ହେଲା କାଳ

ମୋବାଇଲ ଗେମ ହେଲା କାଳ

ଜଳେଶ୍ବର- ସ୍କୁଲ ଓ କଲେଜ ପିଲାଙ୍କ ମଧ୍ୟରେ ମୋବାଇଲ ଗେମର ଚାହିଦା କାହିଁରେ କଣ।ଆଉ ଏହି ମୋବାଇଲ ଗେମର ନିଶା ପିଲାମାନଙ୍କୁ ମାନସିକ ଭାବେ ଦୁର୍ବଳ କରିବାରେ ମୁଖ୍ୟ ଭୂମିକା ନେଉଛି। ଏନେଇ ଆଗରୁ ଅନେକ ଘଟଣା ସାମ୍ନାକୁ ଆସିଥିବା ବେଳେ ଆଜି ପୁଣି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୋବାଇଲରେ ଗେମ୍ ଫ୍ରି ଫାୟାର ଖେଳ ହେଲା କାଳ। ଖେଳ ଖେଳୁ ଖେଳୁ ବେକରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଗୌରୀବେଲଦା ଗ୍ରାମରେ। ଗ୍ରାମର ସତ୍ୟବ୍ରତ ଜେନା ନାମକ ଜଣେ ୧୯ ବର୍ଷିୟ ଯୁବକ ଭୋର ଭୋର ମୋବାଇଲରେ ଫ୍ରି ଫାୟାର ମୋବାଇଲ ଗେମ ଖେଳୁଥିଲେ, ଆଉ ଏହି ଖେଳ ଭିତରେ ହଠାତ୍ ବାଡ଼ିରେ ଥିବା ଗୋଟିଏ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। କୌଣସି ପ୍ରକାରେ ପରିବାର ଲୋକେ ଜାଣିପାରି ତାକୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରିଥାଲେ। ମାତ୍ର ଏଠାରେ ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

ଜଳେଶ୍ବରରୁ ଆଶୀଷ କୁମାର ସାହୁଙ୍କ ରିପୋର୍ଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking