ଯାଜପୁର : ଯାଜପୁର ଜିଲ୍ଲାର ଯାଜପୁର ରୋଡ ସ୍ଥିତ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ମୋ କଲେଜ ଅଭିଯାନର ପ୍ରଥମ ଅଧିବେସନ ସୋମବାର କଲେଜ ପରିସରରେ ଅନୁଷ୍ଟିତ ହୋଇଥିଲ। । ଏହି ବୈଠକରେ ମହାବିଦ୍ୟାଳୟ ଅଧକ୍ଷ ଡଃ.ଅବୁତାହିର ଅଧକ୍ଷତା କରିଥିଲେ । ମହାବିଦ୍ୟାଳୟର ବିକାଶ ଓ ମହାବିଦ୍ୟାଳୟରେ ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଆଲୋଚନା ହୋଇଥିଲା । କଲେଜର ବିକାଶ ପାଇଁ ପୁରାତନ ଛାତ୍ରମାନେ ଏକ ବୈଠକ କରିବା ପାଇଁ ନିଷ୍ପତି ନିଆଗଲା । ମହାବିଦ୍ୟାଳୟ ପରିସରରେ ଏକ ଓଷଧିଅ ଉଦ୍ୟାନ ପ୍ରତିଷ୍ଠା କରିବା ପାଇଁ ନିଷ୍ପତି ହୋଇଛି । ଉକ୍ତ ବୈଠକରେ ମୋ କଲେଜ ଅଭିଯାନର ରାଜ୍ୟ ଅଧକ୍ଷ ତଥା ପୂର୍ବତନ ବିଧାୟକ ଆକାଶ ଦାସ ନାଏକ ,ଆଇନଜୀବୀ ବିବେକାନନ୍ଦ ମହାନ୍ତି, ଡଃ.କୁଳମଣୀ ବାରିକ,ବିଦ୍ୟାଧର ମହାନ୍ତି, ଅଧ୍ୟାପକ ଅକ୍ଷୟ କୁମାର ମହାନ୍ତି, ପ୍ରଭାତ କୁମାର ସ୍ୱାଇଁ , ସୁଧାଂଶୁ କୁମାର ଦାସ, ପ୍ରିୟବ୍ରତ ରାଉତ ଯୋଜଦାନ କରି କଲେଜର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ବୈଠକରେ ସଭ୍ୟମାନେ ମହାବିଦ୍ୟାଳୟର ଅଦକ୍ଷ ଡଃ.ତାହେରଙ୍କୁ ରାଜ୍ୟ ସଦସ୍ୟ ଭାବେ ମନୋନୀତ ହୋଇଥିବାରୁ ଶୁଭେଚ୍ଛା ଗ୍ୟାପନ କରାଯାଇଥିଲା । ଶେଷରେ ଅଧ୍ୟାପକ ଅକ୍ଷୟ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
https://onakhabar.com/2020/02/24/bolangir-news-3/