24.5 C
Bhubaneswar
Thursday, January 16, 2025
Homeଓଡିଶାବିଧାୟକ ପାଣ୍ଠି ବୃଦ୍ଧି ଦାବି : ମନ୍ତ୍ରୀଙ୍କ ଅଗ୍ରାହ୍ୟ

ବିଧାୟକ ପାଣ୍ଠି ବୃଦ୍ଧି ଦାବି : ମନ୍ତ୍ରୀଙ୍କ ଅଗ୍ରାହ୍ୟ

ଭୁବନେଶ୍ୱର : ବିଧାୟକ ପାଣ୍ଟି ବୃଦ୍ଧି ନେଇ ବିଧାନସଭାରେ ସରଗରମ ଆଲୋଚନା । ଉଭୟ ଶାସକ ଓ ବିରୋଧୀ ସଦସ୍ୟ ପାଣ୍ଠି ବୃଦ୍ଧି ପାଇଁ ଦାବି କଲେ । ବିଜେଡିର ସଞ୍ଜୀବ ମଲ୍ଲିକ ଓ ବିଜେପିର ମୋହନ ମାଝୀ ପାଣ୍ଟି ବୃଦ୍ଧି ପାଇଁ ଦାବି କଲେ । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ସମାନ ଦାବି ରଖିଲେ । ବର୍ତ୍ତମାନ ବିଧାୟକମାନଙ୍କର ପାଣ୍ଠି ୩ କୋଟି ରହିଛି । ସେଥିରୁ ୨ କୋଟି ସାଧାରଣରେ, ଉଚ୍ଚଶିକ୍ଷା ପାଇଁ ୫୦ ଲକ୍ଷ ଏବଂ ରାସ୍ତା ଘାଟ ନିର୍ମାଣ ପାଇଁ ୫୦ ଲକ୍ଷ ଦିଆଯାଉଛି । ଆଲୋଚନାରେ ଭାଗ ନେଇ ବିଜେଡି ବିଧାୟକ ସଞ୍ଜୀବ ମଲିକ କହିଛନ୍ତି ଯେ, ରାଜ୍ୟର ବଡ଼ ବଡ଼ ମନ୍ଦିର ଗୁଡ଼ିକର ବିକାଶ କାର‌୍ୟ୍ୟ ଚାଲୁ ରହିଛି । ମାତ୍ର ଗାଁରେ ରହିଥିବା ଛୋଟ ଛୋଟ ମନ୍ଦିର ଗୁଡିକର ବିକାଶ ପାଇଁ ଏହି ବିଧାୟକ ପାଣ୍ଠି କମ୍ ପଡୁଛି । ସେଥିପାଇଁ ସାଧାରଣ ଖର୍ଚ୍ଚ ୨ କୋଟି ବଦଳରେ ୩ କୋଟି କରଯାଉ । ଏପଟେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେହେତୁ ପଡ଼ୋଶୀ ରାଜ୍ୟମାନଙ୍କରେ ବିଧାୟକ ପାଣ୍ଠି ୫ କୋଟି ଟଙ୍କା ରହିଛି, ତେଣୁ ଆମ ରାଜ୍ୟରେ ଏହାକୁ ୩ କୋଟିରୁ ୧୦ କୋଟିକୁ ବୃଦ୍ଧି କରଯାଉ । ସରସ୍ୱତୀ ଶିଶୁ ମନ୍ଦିରକୁ ବିଧାୟକ ପାଣ୍ଠିରୁ କିପରି ଅନୁଦାନ ଦିଆଯିବ ତାହାର ବ୍ୟବସ୍ଥା କରଯାଉ । ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ କହିଛନ୍ତି ରାସ୍ତା ଘାଟ ନିର୍ମାଣ, କୋଭିଡ ଏବଂ ଉଚ୍ଚଶିକ୍ଷା ପାଇଁ ଥିବା ଧାର‌୍ୟ୍ୟ ଅର୍ଥ ସୀମାକୁ ଉଠାଯାଇ ସାଧାରଣ ଖର୍ଚ୍ଚକୁ ୩ କୋଟି କରଯାଉ।ଅନ୍ୟପଟେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି ଯେ, ବର୍ତ୍ତମାନ ବିଧାୟକ ପାଣ୍ଠି ବଢ଼ାଇବାର କୌଣସି ପ୍ରସ୍ତାଵ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking