ଭୁବନେଶ୍ୱର : ବିଜେଡି ବିଧାୟକଙ୍କ ଦେବୀ ମିଶ୍ରଙ୍କ ଘରେ ଆଜି ହୋଇଛି ସିବିଆଇ ରେଡ୍ । ଭୁବନେଶ୍ୱର ୟୁନିଟ-୧ ସ୍ଥିତ ତାଙ୍କ ବାସଭବନରେ ଚଢାଉ କରିଛି ସିବିଆଇ। ସି-ସୋର ଲିଙ୍କରେ ବିଧାୟକଙ୍କ ଘରେ ଚଢାଉ ହୋଇଥିବା ସୂଚନା ମିଳିଛି ।ସେ କହିଛନ୍ତି ଯେ, ‘୭ ବର୍ଷ ହେଲା ୨୦୧୩ରୁ ସିବିଆଇ ତଦନ୍ତ କରୁଛି । ରେଡ୍ ନୁହେଁ ବରଂ ତଦନ୍ତ ପାଇଁ ଆସିଥିଲେ ସିବିଆଇ । ପୂର୍ବରୁ ମଧ୍ୟ ସିବିଆଇକୁ ତଦନ୍ତରେ ସହଯୋଗ କରିଆସୁଛି । କିନ୍ତୁ ସିବିଆଇର ହଠାତ୍ ଆସିବା ନେଇ କିଛି କହିପାରିବି ନାହିଁ।ସିବିଆଇ ଅଧିକାରୀ କହିବାକୁ ସହଯୋଗ କରିଛି ।’
ଦେବୀ ମିଶ୍ରଙ୍କ ନରସିଂହପୁର ପୈତୃକ ଘରେ ମଧ୍ୟ ସିବିଅ୍ଧବ ରେଡ଼୍ କରାଯାଇଛି । ଭୁବନେଶ୍ୱର, ନରସିଂହପୁର ସହ ୭ଟି ଜାଗାରେ ସିବିଆଇ ରେଡ଼୍ । ସିସୋର ମହାନଦୀ ପର୍ଯ୍ୟଟନ ପ୍ରକଳ୍ପ ସଂପର୍କରେ ପଚରାଯାଇଥିଲା ବୋଲି ବିଧାୟକ କହିଛନ୍ତି । ଯେହେତୁ ମୁଁ ପର୍ଯ୍ୟଟନ ମନ୍ତ୍ରୀ ଥିଲି, ସେ ସଂପର୍କରେ ପଚାରିଲେ । ମନ୍ତ୍ରୀ ଭାବେ ମୋର ତ ନିଜସ୍ୱ ନିଷ୍ପତ୍ତି ନଥିଲା, ସରକାରୀ ନିଷ୍ପତ୍ତି ଥିଲା । ମତେ ଡକ୍ୟୁମେଣ୍ଟ ମାଗିଲେ, ଡକ୍ୟୁମେଣ୍ଟ ପର୍ଯ୍ୟଟନ ବିଭାଗରେ ଅଛି । ସିବିଆଇକୁ ତଦନ୍ତରେ ଆମେ ସବୁବେଳେ ସହଯୋଗ କରିଆସିଛୁ ।ସବିଆଇ ରେଡ୍ କରିନି, କାଗପ୍ତ୍ର କଥା ପଚାରିଲେ ।