34.1 C
Bhubaneswar
Thursday, May 9, 2024
Homeଆଦିତ୍ୟ ଏଲ୍‌-୧ ରକେଟ୍ ଲଞ୍ଚ-୨୦୨୩ମିଶନ ମୁନ୍ ପରେ ମିଶନ ସନ୍‌: ଏସ ସୋମନାଥ

ମିଶନ ମୁନ୍ ପରେ ମିଶନ ସନ୍‌: ଏସ ସୋମନାଥ

ନୂଆଦିଲ୍ଲୀ: ସେପ୍ଟେମ୍ବରରେ ସୂର୍ଯ୍ୟ ମିଶନ ଆଦିତ୍ୟ L-1 । ଏନେଇ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ୍ . ସୋମନାଥ । ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମ ଦେଶ ଭାବରେ ପହଞ୍ଚି ଭାରତ ଇତିହାସ ରଚିବା ପରେ ଏବେ ମହାକାଶ ଗବେଷଣା କ୍ଷେତ୍ରରେ ଆଉ ପାଦେ ଆଗେଇବାକୁ ଅଣ୍ଟା ଭିଡ଼ିଛି ଇସ୍ରୋ ।

ସୂର୍ଯ୍ୟ ମିଶନ ଆଦିତ୍ୟଏଲ୍‌-୧ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହି ମିଶନରେ ସୂର୍ଯ୍ୟ ସମ୍ପର୍କରେ ଆହୁରି ଅଧିକ ଗବେଷଣା କରିବାକୁ ଲକ୍ଷ୍ୟ ରକ୍ଷା ରଖାଯାଇଛି । ଏହି ମିଶନରେ ପ୍ରାୟ ୩୭୮ କୋଟି ଟଙ୍କା ଖର୍ଚ୍ଚ ହେବ । ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ଦୂରତା ୧୫କୋଟି କିଲୋମିଟର । ସୂର୍ଯ୍ୟର ଆଲୋକ ପୃଥିବୀ ପୃଷ୍ଠରେ ପଡିବା ଲାଗି ନିଏ ୮ମିନିଟ୍ ସମୟ । ତେବେ ଆଦିତ୍ୟ ଏଲ୍‌-୧  କୁ ପୃଥିବୀଠାରୁ ୧୫ଲକ୍ଷ କିଲୋମିଟର ଦୂରରେ ରଖାଯିବ । ଏହି ବିନ୍ଦୁକୁ L-1 କୁହାଯାଉଛି ।

ଏହା ଏମିତି ଏକ ସ୍ଥାନ ଯେଉଁଠାରେ ସୂର୍ଯ୍ୟପରାଗର ପ୍ରଭାବ ନାହିଁ । ଫଳରେ ଏଠାରୁ ସୂର୍ଯ୍ୟ ସବୁବେଳେ ଦେଖାଯିବ । ଆଦିତ୍ୟ ଏଲ୍‌-୧ କୁ LMV M-3 ରକେଟ୍ ସାହାଥ୍ୟରେ ଉତକ୍ଷେପଣ କରାଯିବ । ଏହା ପୃଥିବୀ ଚାରିପଟେ ଅଣ୍ଡାକାର ପଥରେ ଚକ୍କର କାଟିବା ପରେ ଆଗକୁ ବଢିବ । ଆଦିତ୍ୟ L-1 ଲଞ୍ଚ ଦେବାର ୪ମାସ ପରେ ଏହି ସାଟେଲାଇଟ୍ ଏଲ୍‌-୧  ପଏଣ୍ଟରେ ସାମ୍ନାରେ ଏକ ହଲୋ ଅର୍ବିଟ୍ ରେ ଘୂରିବା ସହ ସୂର୍ଯ୍ୟର ଅନୁଧ୍ୟାନ କରିବ । ସୂର୍ଯ୍ୟରଶ୍ମି ଏବଂ ସୂର୍ଯ୍ୟର ପରୀକ୍ଷଣ ପାଇଁ ଆଦିତ୍ୟ ଏଲ୍‌-୧  ରେ ୭ଟି ଯନ୍ତ୍ରାଂଶ ରହିବ ।

ଏଭିତରୁ ୪ଟି ଯନ୍ତ୍ରପାତି ସୂର୍ଯ୍ୟରୁ ପୃଥିବୀ ପର୍ଯ୍ୟନ୍ତ ଆସୁଥିବା ରଶ୍ମିକୁ ନେଇ ଦୁଇଟି ଗୁରୁତ୍ବପୂର୍ଣ୍ଣ ପରୀକ୍ଷଣ କରିବ । ସୂର୍ଯ୍ୟରଶ୍ମିରେ ଥିବା କଣିକା ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଭିତରେ କେମିତି କଏଦ ହୋଇ ଯାଉଛି ଏବଂ ସୂର୍ଯ୍ୟର କରୋନା ମଣ୍ଡଳ ସମ୍ପର୍କରେ ଅନୁଧ୍ୟାନ କରିବ । ଏପର୍ଯ୍ୟନ୍ତ ଆମେରିକା, ଜର୍ମାନୀ ଏବଂ ୟୁରୋପିଆନ୍ ସ୍ପେସ ଏଜେନସି ମୋଟ ୨୨ଟି ସୂର୍ଯ୍ୟମିଶନ କରିଛନ୍ତି । ଏଭିତରୁ ନାସା ସର୍ବାଧିକ ସୂର୍ଯ୍ୟ ମିଶନ କରିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking