26.1 C
Bhubaneswar
Thursday, September 19, 2024
Homeଓଡିଶାଜଗତସିଂହପୁରରେ ଆରମ୍ଭ ହେଲା ମିଶନ ଇନ୍ଦ୍ରଧନୁଶ୍, ଶୁଭାରମ୍ଭ କଲେ ଜିଲ୍ଲାପାଳ ପାରୁଲ ପଟାୱରୀ

ଜଗତସିଂହପୁରରେ ଆରମ୍ଭ ହେଲା ମିଶନ ଇନ୍ଦ୍ରଧନୁଶ୍, ଶୁଭାରମ୍ଭ କଲେ ଜିଲ୍ଲାପାଳ ପାରୁଲ ପଟାୱରୀ

ଜଗତସିଂହପୁର : ରାଜ୍ୟରେ ଆରମ୍ଭ ହୋଇଛି ମିଶନ ଇନ୍ଦ୍ରଧନୁଶ୍ କାର୍ଯ୍ୟକ୍ରମ । ମିଳିମିଳା ଓ ରୁବେଲା ଭଳି ରୋଗକୁ ଦେଶରୁ ମୂଳପୋଛ କରିବା ପାଇଁ ରାଜ୍ୟ ବ୍ୟାପୀ ଆରମ୍ଭ ହୋଇଛି ମିଶନ ଇନ୍ଦ୍ରଧନୁଶ୍ କାର୍ଯ୍ୟକ୍ରମ । ଜଗତସିଂହପୁରରେ ମଧ୍ୟ ଆରମ୍ଭ ହୋଇଛି ମିଶନ ଇନ୍ଦ୍ରଧନୁ କାର୍ଯ୍ୟକ୍ରମ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ ହେଇଥିବା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି ଜଗତସିଂହପୁର ଜିଲ୍ଲା ଜିଲ୍ଲାପାଳ ପାରୁଲ ପଟାୱରୀ । ଜଗତସିଂହପୁରରେ ଏହି ଟୀକାକରଣ କାର୍ଯ୍ୟକ୍ରମ ଆସନ୍ତା ୩ମାସ ପର୍ଯ୍ୟନ୍ତ ଚାଲିବ । ପ୍ରତି ମାସରେ ୬ଦିନ ଅର୍ଥାତ ସେପ୍ଟେମ୍ବର ୧୧ରୁ ୧୬, ଅକ୍ଟୋବର ୦୯ରୁ ୧୪ ଏବଂ ନଭେମ୍ବର ୦୬ ରୁ ୧୧ତାରିଖ ଯାଏଁ ଏହି ଟୀକାକରଣ କରାଯିବାର ବ୍ୟବସ୍ଥା ରହିଛି । ଏଥି ନିମନ୍ତେ ଜିଲ୍ଲାର ମୋଟ ୮ଟି ବ୍ଳକ ଏବଂ ୨ଟି ପୌରାଞ୍ଚଳରେ ସ୍ୱତନ୍ତ୍ର ଟୀକାଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ଜିଲ୍ଲାରେ ମୋଟ ୫୬୯ ଟି ସ୍ୱତନ୍ତ୍ର ଟୀକାଦାନ କେନ୍ଦ୍ର କରା ଯାଇଥିବା ଜଣାପଡ଼ିଛି । ଏହି ଯୋଜନାରେ ଜିଲ୍ଲାର ସର୍ବମୋଟ  ୩୮୧ ଜଣ ଗର୍ଭବତୀ ମହିଳା, ୩୧୩୭ ଜଣ ଜନ୍ମରୁ ୨ବର୍ଷ ମଧ୍ୟରେ ଶିଶୁ ଏବଂ ୧୦୧ ଜଣ ୨ବର୍ଷ ରୁ ୫ବର୍ଷ ମଧ୍ୟରେ ଶିଶୁଙ୍କୁ ଟୀକାକରଣ କରାଯିବାର ଯୋଜନା ରହିଛି । ମିଳିମିଳା ଓ ରୁବେଲା ଭଳି ମାରାତ୍ମକ ରୋଗକୁ ମୂଳପୋଛ କରିବା ଏହି ଯୋଜନାର ଲକ୍ଷ୍ୟ । ଜିଲ୍ଲାରେ ମୋଟ ୧୬୬ ଜଣ ସ୍ୱାସ୍ଥ୍ୟକର୍ମୀ ଏହି ଟୀକାଦାନ କେନ୍ଦ୍ରରେ ନିୟୋଜିତ ରହିଛନ୍ତି । ତେବେ ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା କ୍ଷେତ୍ରବାସୀ ଦାଶ, ଏଡିଏମଓ, ଡ଼ା ପ୍ରମୋଦ କୁମାର ବାରିକ, ଡ଼ିପିଏମ ଚକ୍ରଧର ଜେନା, ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ସ୍ଥାନୀୟ ସରପଞ୍ଚ ବିଦ୍ୟୁତ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking