26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶବର୍ଷ ଶେଷ ଭାଗରେ ମିଶନ ‘ଗଗନୟାନ୍‌’; ମହାକାଶ ଯିବେ ୪ ଭାରତୀୟ ଆଷ୍ଟ୍ରୋନଟ୍‌

ବର୍ଷ ଶେଷ ଭାଗରେ ମିଶନ ‘ଗଗନୟାନ୍‌’; ମହାକାଶ ଯିବେ ୪ ଭାରତୀୟ ଆଷ୍ଟ୍ରୋନଟ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ‘ଗଗନୟାନ’ ଅଭିଯାନ ପାଇଁ ମନୋନୀତ ହୋଇଥିବା ୪ ମହାକାଶଚାରୀ (ଆଷ୍ଟ୍ରୋନଟ୍ସ)ଙ୍କ ନାମ ଘୋଷଣା କରିଛନ୍ତି । ଗ୍ରୁପ୍ କ୍ୟାପ୍‌ଟେନ୍ ପ୍ରଶାନ୍ତ ବାଲାକ୍ରିଷ୍ଣନ୍ ନାୟର, ଗ୍ରୁପ୍ କ୍ୟାପଟେନ୍ ଅଜିତ୍ କ୍ରିଷ୍ଣନ୍‌, ଗ୍ରୁପ୍ କ୍ୟାପଟେନ୍ ଅଙ୍ଗଦ ପ୍ରତାପ ଏବଂ ୱିଙ୍ଗ୍ କମାଣ୍ଡର ଶୁଭଂଶୁ ଶୁକ୍ଳାଙ୍କୁ ମହାକାଶଚାରୀ ଭାବେ ମିଶନ ‘ଗଗନଯାନ’ରେ ସାମିଲ କରାଯାଇଛି । ପ୍ରଧାନମନ୍ତ୍ରୀ ଆଜି କେରଳର ଥିରୁଅନନ୍ତପୁରମ୍ ଜିଲ୍ଲାରେ ଅବସ୍ଥିତ ବିକ୍ରମ ସାରାଭାଇ ସ୍ପେଶ୍ ସେଣ୍ଟର (ଭିଏସ୍‌ସିସି)ରେ ଏହି ୪ ଆଷ୍ଟ୍ରୋନଟ୍ସଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରିବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଶ୍ରୀ ମୋଦୀ ୪ ଆଷ୍ଟ୍ରୋନଟ୍‌ଙ୍କୁ ୱିଙ୍ଗ୍‌ସ୍ ମଧ୍ୟ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ ମୁଖ୍ୟ ଏସ୍ ସୋମନାଥ ମଧ୍ୟ ଉପସ୍ଥିତ ଥିଲେ । ଶ୍ରୀ ମୋଦୀ ଆଜି ଏଠାରେ ପ୍ରାୟ ୧୮୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୩ଟି ମହାକାଶ ଭିତ୍ତିଭୂମୀଜନିତ ପ୍ରକଳ୍ପର ଉଦ୍‌ଘାଟନ କରିବା ସହ ଗଗନଯାନ ପ୍ରକଳ୍ପର ମଧ୍ୟ ସମୀକ୍ଷା କରିଥିଲେ ।

ପରେ ପରେ ଶ୍ରୀ ମୋଦୀ, ଦେଶବାସୀଙ୍କୁ ସମ୍ବୋଧିତ କରି କହିଥିଲେ ଯେ ଦେଶର ଏହି ୪ ବୀରପୁତ୍ର କେବଳ ମହାକାଶଚାରୀ ନୁହନ୍ତି ବରଂ ଏମାନେ ଦେଶର ୧୪୦ କୋଟି ନାଗରିକଙ୍କ ଆଶା, ଆକାଂକ୍ଷା, ଉତ୍ସାହକୁ ମହାକାଶ ପର୍ଯ୍ୟନ୍ତ ନେଇଯିବା ପାଇଁ ସାମର୍ଥ୍ୟ ରଖୁଥିବା ଶକ୍ତିର ପ୍ରତୀକ । ଦୀର୍ଘ ୪୦ ବର୍ଷ ପରେ କୌଣସି ଭାରତୀୟ ମହାକାଶକୁ ଯାଉଛନ୍ତି, ଏହା ସମଗ୍ର ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ । ଆଗାମୀ ଦିନରେ ମହାକାଶ କ୍ଷେତ୍ରରେ ଭାରତ ନିଜର ଏକ ସ୍ୱତନ୍ତ୍ର ଗାଥା ରଚନା କରିବ । ତେବେ ‘ଏଥର ସମୟ ବି ଆମର, ଲଞ୍ଚ୍ କରିବା ପାଇଁ କାଉଣ୍ଟ ଡାଉନ୍ ବି ଆମର ଏବଂ ରକେଟ୍ ଗଗନ ଯାନ ବି ଆମର ।’ ମୋଦୀଙ୍କ କହିବାନୁସାରେ ୨୦୩୫ ସୁଦ୍ଧା ଅନ୍ତରୀକ୍ଷରେ ଭାରତ ନିଜର ସ୍ପେଶ୍ ଷ୍ଟେସନ ସ୍ଥାପନ କରିବ । ଏହି ପରିପ୍ରେକ୍ଷୀରେ ଶ୍ରୀ ମୋଦୀ ଦେଶର ମହିଳା ବୈଜ୍ଞାନିକଙ୍କୁ ମଧ୍ୟ ବେଶ୍ ପ୍ରଶଂସା କରିଥିଲେ । ସେ କହିଥିଲେ, ଆଜିର ସମୟରେ ମହିଳା ଶକ୍ତିଙ୍କ ବିନା କୌଣସି ସଫଳ ଅଭିଯାନର ପରିକଳ୍ପନା କରାଯାଇପାରିବନି । ମିଶନ ଚନ୍ଦ୍ରାୟନ୍ ହେଉ କିମ୍ବା ମିଶନ ଗଗନାୟନ୍ ସବୁକ୍ଷେତ୍ରରେ ମହିଳା ବୈଜ୍ଞାନିକଙ୍କ ସହଭାଗିତା ରହିଆସିଛି ଏବଂ ଏହା ଆମକୁ ଅଧିକ ପ୍ରୋତ୍ସାହିତ କରୁଛି ।

ପ୍ରକାଶ, ଗଗନାୟାନ ଦେଶର ପ୍ରଥମ ମାନବଯୁକ୍ତ ମହାକାଶ ମିଶନ୍ ଯାହାକି ଚଳିତ ବର୍ଷ ଶେଷ ଆଡକୁ ଲଞ୍ଚ୍ କରାଯିବ । ଏହି ପ୍ରକଳ୍ପ ଅନ୍ତର୍ଗତ ଭାରତ ପ୍ରଥମ ଥର ପାଇଁ ନିଜ ମାଟିରୁୂ ଏବଂ ନିଜ ଜ୍ଞାନକୌଶଳରେ ନିର୍ମିତ ମହାକାଶ ଯାନ ‘ଗଗନ ଯାନ’ ଦ୍ୱାରା ମହାକାଶକୁ ମହାକାଶଚାରୀଙ୍କୁ ପଠାଇବ । ଏହି ୪ ଭାରତୀୟ ବାୟୁସେନା ଅଧିକାରୀ ପ୍ରଥମ ଭାରତୀୟ ଭାବେ ନିଜ ମାଟିରୁ ମହାକାଶକୁ ଯିବାର ଏକ ବିରଳ କୃତୀତ୍ୱ ହାସଲ କରିବେ । ଏହି ୪ ପାଇଲଟ୍ ଦେଶର ବାୟୁସେନାର ସବୁପ୍ରକାର ଫାଇଟର ଜେଟ୍ ଉଡାଇସାରିଛନ୍ତି । ଏମାନଙ୍କ ପାଖରେ ସବୁ ପ୍ରକାର ଫାଇଟର ଜେଟ୍ ସମ୍ପର୍କରେ ସବିଶେଷ ଜ୍ଞାନ ଏବଂ ଅଭିଜ୍ଞତା ରହିିଛି । ନିକଟ ଅତୀତରେ ଏହି ଅଭିଯାନ ପାଇଁ ଏହି ୪ ଅଧିକାରୀ ରୁଷ୍‌ରେ ଦୀର୍ଘ ତାଲିମ୍ ନେଇ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସମ୍ପ୍ରତି ଏମାନେ ବେଙ୍ଗାଲୁରୁ ସ୍ଥିତ ଆଷ୍ଟ୍ରୋନଟ୍ ଟ୍ରେନିଂ ଫାସିଲିଟି ସେଣ୍ଟରରେ ୍େରଟନିଂ ଜାରି ରଖିଛନ୍ତି । ଚଳିତବର୍ଷ ଶେଷ ଭାଗରେ ଇସ୍ରୋ ଏହି ୪ ପ୍ରଶିକ୍ଷିତ ମହାକାଶଚାରୀଙ୍କୁ ଗଗନଯାନ ଦ୍ୱାରା ମହାକାଶକୁ ପଠାଇବାର ଲକ୍ଷ୍ୟ ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking